Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଟିଫିନ ଟାଇମ
ଟିଫିନ ଟାଇମ
★★★★★

© Sarojini Pattayat

Comedy

3 Minutes   13.8K    2


Content Ranking

ଟିଫିନ୍ ଟାଇମ

 

ରିୟା,  ଖୁବ ଭଲ ଲାଗୁଥିଲା ତୁମ ସହିତ ଲଞ୍ଚ ଟାଇମ ରେ ଯିବା ପାଇଁ ।  ତୁମେ ମୋତେ କଲ୍ କରୁଥିଲା ଏବଂ ମୁଁ  ଛୁଟି ଯାଉଥିଲି ତୁମ ପାଖକୁ । ମନ ଭିତରେ କୌଣସି କଥା ନଥିଲା ଅଯଥାରେ ଯୁକ୍ତି କରିବା ଲାଗି। ସେଥିପାଇଁ ତ ତୁମେ ମୋତେ ଭଲ ପାଉଥିଲା। ଥରେ ମନେ ପକାଇଲ କେମିତି ଦିନେ ତୁମେ ଓ ମୁଁ ଜଣେ ପଦସ୍ଥ ଅଫିସରଙ୍କ ଘର ସାମ୍ନା ରେ ବସି ସ୍ନାକ ଉଦରସ୍ଥ କରୁଥିଲେ... ଅଫିସର ଜଣକ ତାଙ୍କ ୱାଚ-ମ୍ୟାନ କୁ ପଠାଇ ଦେଇଥିଲେ ଆମ ପାଖକୁ, କାଳେ ଆମେ ତାଙ୍କୁ ଦେଖା କରିବାକୁ ଆସିଛୁ ଭାବି। ତାପରେ, ତୁମେ ଗାଡି ବୁଲାଇ ଜଣେ ରାଜନୈତିକ ବ୍ୟକ୍ତିଙ୍କ ବାସଭବନ ସମ୍ମୁଖକୁ ମୋତେ ନେଇଯାଇଥିଲା । ସେଠି ସେମିତି କିଛିବି  ଅସୁବିଧା ହୋଇନଥିଲା। ତୁମେ କହିଲ ‘ସୁବୋଧ , ରାଜନୈତିକ ବ୍ୟକ୍ତିଙ୍କ ପାଖକୁ ଅନେକ ଦୁଃଖୀ ରଙ୍କି ଆସୁଛନ୍ତି, ତେଣୁ କେହି  ଆମକୁ  ଦେଖିଲେ ଭାବିବ ଆମେବି  ଏମିତି କେହି ହୋଇଥିବା ‘।  ସେଦିନ ଆମେ ସେଠି ବସି ଖୁସିମଜରେ ସ୍ନାକ ଖାଇଲେ ଏବଂ ନିଜ ନିଜ କର୍ମ ସ୍ଥଳୀ କୁ ଫେରିଗଲେ ।

କିନ୍ତୁ,ଏଇ  କେତେଦିନ ହେଲାଣି ମୁଁ ଲକ୍ଷ୍ୟ କରୁଛି ତୁମେ ମୋତେ ଆଗଭଳି ଭଲ ପାଉନ । ତୁମକୁ ମୁଁ ସତରେ ବହୁତ ମିସ କରୁଛି । ଦିନସାରା ଭିତରେ ଖାଇବା ସମୟରେ ତୁମେ ମାନେ ପଡ଼ୁଛ। ଏମିତିକି ତୁମକୁ ନେଇ ମୁଁ ସ୍ଵପ୍ନ ବି ଦେଖୁଛି । ସତରେ ରିୟା ଜୀବନଟା କଣ? ଏମିତି ହିଁ କଟିଯିବା ଜୀବନ । ଆମେ ଆଜି ଅଛେ , କଲିକୁ ନ ଥିବା । ଦେଖୁଛ ତ ଧୀରେ ଧୀରେ କେମିତି ପରିବେଶ ପ୍ରଦୂଷଣ ବଢି ଚାଲିଛି । ତାହାହେଲେ ଏଇ ସଂପର୍କକୁ କାହିଁକି ଖରାପ କରିବା ? ଭାବୁଛି ମୁଁ ଆଗଭଳି ତୁମ ପାଖକୁ ଯିବି, ଆଉ ଆମେ ଆଗଭଳି ତୁମ ଗାଡିରେ ସାରା ସହର ବୁଲିବା ।

ନିଜ ଡାଇରୀରେ ଏତିକି ଲେଖୁ ଲେଖୁ ଲୁହ ଜକେଇ ଆସିଲା ମୋ ଆଖିରେ । ସତରେ ମୁଁ ରୀୟାକୁ ନେଇ ଅନେକ ସ୍ଵପ୍ନ ଦେଖୁଥିଲି । ରୀୟା ମୋତେ ନେଇ ସ୍ଵପ୍ନ ବୋଧହୁଏ ଦେଖୁନଥିଲା  । ସେଥିପାଇଁ ତ ଏମିତି ଭାବରେ ମୋତେ ଭୁଲିଗଲା । ହଉ, ସେ ଭୁଲିଯାଉ । ସେ ଖୁସିରେ ନିଜ ପୃଥିବୀରେ ବଞ୍ଚିରହୁ , ଏହା ବ୍ୟତୀତ ଆଉ କଣବା ମୁଁ  କହିପାରିବି ? ମଣିଷ ଯାହା ଚାହେଁ କଣ ସବୁ ପାଏ ?

ଉଦାସ ଲାଗୁଥିଲା ଶରତ  ।  ଶରତ ଋତୁ କୁଆଡେ ଖୁବ  ରହସ୍ୟମୟ । ପତ୍ରଝଡା ଗଛ , ଉଦାସ ପରିବେଶ, ପୁଣି ତୋଫା ଜହ୍ନ, ଚଢେଇମାନଙ୍କ କିଚିରିମିଚିରି ଗୀତ, ଆଉ ମୋ ପାଇଁ ରୀୟା; ସବୁ କିଛି ସତରେ ରହସ୍ୟମୟ । ସମୟ କଟିଯାଉଥିଲା ମୋର କବିତା ଲେଖିବାରେ । ମୁଁ ଜାଣିଜାଣି ନିଜକୁ ସାହିତ୍ୟ  ଭିତରେ ହଜାଇବାକୁ ଚେଷ୍ଟା କରୁଥିଲି ।

              ତୁମ ଉଦାସ ଆଖିରେ ଦେଖିଥିବା ସ୍ଵପ୍ନ ଭଳି

              ଜୀବନରୁ  ଯେଉଁ ଦିନ ହଜିଗଲ ତୁମେ  ଏ ସହରରେ,

             ସେଦିନରୁ ଆଉ ଦେଖିନି ଅପରାହ୍ନର ସୁରୁଜକୁ ;

            ସେଇ ବେଳାରେ ମନେ ପଡିଛ ତୁମେ ବାରମ୍ବାର ବୋଲି

           ଆଉ ଯାଇ ନ।ହିଁ , ଆମେ ଦୁହେଁ ଯାଉଥିବା

           ସେଇ ରାସ୍ତାରେ, ଖୋଜିବାକୁ ଅନ୍ତହୀନ ତୃଷାକୁ ।

 

ବହିମେଳ । ସାମ୍ନାରେ ରୀୟା । ତାକୁ ଏଠାରେ ମୁଁ ଏମିତି ଭାବରେ ଭେଟିବି ବୋଲି ମୋଟେ ଭବିନଥିଲି । ରୀୟା ପୂର୍ବଭଳି ଖୁବ ସୁନ୍ଦର ଦେଖାଯାଉଥିଲା । ତାସହିତ ତାର ଜୀବନସାଥି ଥିଲେ । ରୀୟା ମୋ ପାଖକୁ ଆସିଲା ଏବଂ ତ।  ସ୍ଵାମୀ ଙ୍କ ସହିତ ମୋର ପରିଚୟ କରାଇଦେଲା ।  ତ। ଆଖିରେ କେଉଁଠି ବି ମୁଁ ଖୋଜି ପାଇଲିନି ମୋ ପ୍ରତି କୌଣସି ପ୍ରକାରର ଇମୋଶନ । ମୋତେ ଖୁବ ବ୍ୟସ୍ତ ଲାଗୁଥିଲା । ଝିଅ ମାନେ କଣ ଏମିତି ଥାନ୍ତି ? କେମିତି ଭାବରେ ଇମୋଶନର ବଡ ବଡ କଥା ଗୁଡିକୁ ଖୁବ ସହଜରେ ଏଡାଇ ଦେଇ ବାଟ ଚାଲନ୍ତି ? ମୋ ହୃଦୟ ଭିତରୁ କୋହ ଆସିବା ପୂର୍ବରୁ ରୀୟା ମୋତେ କହିଲା,-“ଆଚ୍ଛା ,ସୁବୋଧ ,ଆମେ ଏବେ ଆସୁଛୁ । ପୁଣି , ଦେଖାହେବା । ଓକେ ! ହଁ, ଆଜିକାଲି ତୁମେ କବିତା ମହଲରେ ଝଡ ସୃଷ୍ଟି କରିଦେଇଛ, ଆଉ ଇଏନା  ତୁମର ଜଣେ ଫ୍ୟାନ  ।

ସେ ଚାଲି ଯାଇଥିଲା । ମୁଁ ନୀରବରେ ଚାହିଁ ରହିଥିଲି ତାର ଯିବ।  ପଥକୁ ।

ପ୍ରତିଦିନ ଯାହା ଘଟି ଯାଏ ... ଏମିତି କିଛିକୁ ନେଇ...

Rate the content


Originality
Flow
Language
Cover design

Comments

Post

Some text some message..