Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amiya Bej

Others

4  

Amiya Bej

Others

ଡମଣା ଛକର ଲାଉ

ଡମଣା ଛକର ଲାଉ

3 mins
14K


✿ ଡମଣା ଛକର ଲାଉ ✿

ଅମିୟ ବେଜ୍ 

[୧]

- ସାରେ ! ଛକ ଆସିଗଲା ? - ଡମଣା ତ ? - କହିଲି ପରା ! ଝିଙ୍କାରୀ ହେଲା ଅଟୋବାଲା । ହ୍ୟାପ ! ଭଲକଥା ! ୟାଡେ ସ୍ମାର୍ଟସିଟି ବୋଲାଉଛ , ନାଁ ଗୁଡା ଢମଣା , ସାପ , ପଟିଆ ଏମିତି କିଆଁ ? ଆମପରି ବର୍ଷକରେ ଥରେଅଧିଆ ଲୋକଙ୍କୁ ଟିକେ ଅଡ଼ୁଆ ହେବନି ? ଓହ୍ଲାଇ , ଛକରେ ଆସି ଟିକେ କୋଣେଇ ଛିଡ଼ା ହେଲି , ସେ ପରିବାବାଲା ପାଖରେ । ପୁରା ସ୍ମାର୍ଟ ପରିବା ବି । ସତେକି ଏଇ ସଜସଜ ବାରିରୁ ଡିଆଁମାରି ୟା' ଦୋକାନରେ ଆସି କହୁଛନ୍ତି 'ମୋତେ ନିଅ, ମୋତେ ନିଅ '। ହେଲେ ଲାଉ ଥାକ ଟା ମନକୁ ପାଇଲାନି ' କେମିତି ଗୋଟେ ଫିକାଫିକା ଲମ୍ବାଲମ୍ବା ଲାଉସବୁ ! ଆମଆଡିଆ ସାଇଜ୍ କାଇଁ? ଛୋଟିଆ ପୂଜା କଳସ ପରି ,ବହଳ ସବୁଜିଆ ଲାଉ ଦେଖି ଲୋଭ ରଖିହେବନି ଦେଖୁଦେଖୁ ! କିଣାକିଣି ଜରୁରୀ ନାଇଁ । ମା' କଖାରୁଟେ ଦେଇ,ପଦନାମା'ଠୁଁ ଲାଉ ଯୋଡେ ଆଣିଆସିବ । ତର୍କାରୀ ଫର୍କାରୀ ବେକାର୍ , ମା' କରିବ ଲାଉପିଠା !!! ଆଃ!!!

[୨]

ଏଇଠି କହିଥିଲା ତ ସୌମ୍ୟା ! କାଇଁ ! ଏଇ ଆସୁଛି କହି , ଆସୁନି ତ? ସବୁ ଝିଅଗୁଡା ଏକା ଲାଗୁଛନ୍ତି । ରାଜଧାନୀ ମାୟା । ପରସ୍ତ ପଛର ରୂପ କିଛି , ବୋଳିବାଳି ଖାଲି ଚମକ ! ତେବେ ମୋ' ସୌମ୍ୟା କାହିଁ ? ମା' କହିଲା ଯାହାହେଉ ପଛେ, ଝିଅ ଘରେଲୁ ହେବା ଦର୍କାର । ମୋ' ମତରେ- ଘରେ ତ ଦିଦି'ଟା ଘରେଲୁ ଭାଉଜ , ମୋ' ଲାଗି ଟିକେ ନୂଆଡିଆ ହେଲେ ମନଭରନ୍ତା !

[୩]

ସୌମ୍ୟା ଟା ବୋଧେ ମିଶାମିଶି ! ସ୍ମାର୍ଟସିଟି ର ଘରେଲୁ ଝିଅ ! ଆମେ ଏଯାବତ , ଫେସବୁକ୍ , ହ୍ୱାଟସପ୍ ରେ କଥାବାର୍ତ୍ତା । ସବୁ ଓକେ ଓକେ ! ଥରେ ମୁହାଁମୁହିଁ ହେଲାପରେ ଫାଇନାଲ୍ ! ଫଟୋ ଟେ ପଠା କହିଲେ , ନାଇଁ ନାଇଁ । ଏମିତି କ'ଣ ? ଯୁଗ ଆସି କଣହେଲାଣି ! ବାଧ୍ୟ କଲେ , ଫଟୋ ଦେବ ଘରସଜ୍ଜାର , ଫୁଲବଗିଚାର, ନିଇତି ତା' ହାତରଂଧାର ! କଥାହେବ - ଘରଦାୟିତ୍ୱର, ଜୀବନଦର୍ଶନ ର ! ସେଇଥିଲାଗି ବୋଧେ ନ'ଦେଖି ବି ଭଲଲାଗିଗଲା ମୋତେ ! ସହରୀଝିଅ , ପୁଣି ଏସବୁ ଗୁଣ ଖୁନ୍ଦୀ ହେଇଥବ , ପ୍ରେମରେ ପଡିବନି କେହି ? ଆଉ କଣ ଦରକାର ଯେ' ମଣିଷକୁ ?

[୪]

ମା'କୁ କହିଲି ସୌମ୍ୟା କଥା ଥରେ ! ଏଡେବଡ ଆଖିକରି କହିଲା - ଭୂବନେଶ୍ବରଅ ???? - ମାନିବ ଟି ଆମକୁ ? ତୁ ଦେଖିଛୁ ? - ନା । - ଆଁ ? ସେଦିନୁ କାଇଁ ମନହେଲା ସୌମ୍ୟା କୁ ଭେଟକରିବାକୁ ! ସହରୀ ହେଲେ କଣ ? ଘରେଲୁ । ନିଇତି ଡିନର୍ ଫଟୋ ହ୍ୱାଟସପ୍ କରେ । ରୁଟି ସନ୍ତୁଳା । (ଲାଉପକା) ମା'ବାବା ଙ୍କ କଥା କହେ । ଭାଇମାନେ ଦୂରରେ । ଏକା ଘର ସମ୍ଭାଳେ । କିଛି ପାର୍ଟଟାଇମ୍ ଏଡିଟିଂ କାମ ଘରେ ବି କରେ ।

[୫]

ଜୀବନର ପ୍ରଥମପ୍ରେମ । ପ୍ରଥମ ଦେଖା । କ'ଣ ଦିଆଯିବ ପ୍ରଥମ ଉପହାର ??? ଚୋକଲେଟ୍ ଫୋକଲେଟ୍ ? ବହୁଝିଅ ଭଲପାନ୍ତି ନି ! ଦେଲେ ନେଇ ବାଣ୍ଟିଦେବ ପଡ଼ିଶାଘର ମୁନାମୁନିଙ୍କୁ ! ଫୁଲଫୁଲ? ନା'ମ ! ପହିଲିରୁ ଟିକେ ବେଶି ହେଇଯିବନି ? କେମିତି ଯାଣିବି ସୌମ୍ୟା କଣ ଭଲପାଏ ? ପଚାରିନି କେବେ ! ତେବେ ! ସବୁବେଳେ କହେ ମୋଟି ହେଇଯାଉଛି ବୋଲି ଟିକେ ବ୍ୟାୟାମ୍ ସାଙ୍ଗରେ ଲାଉଜୁସ୍ ବନେଇ ପିଏ । ତର୍କାରୀ ରେ ଲାଉ । ମୋଟାପଣ ପାଇଁ ଲାଉଜୁସ୍ । ଲାଉଟା କମନ୍ । ନେଇଯିବି କି ଏଇ ରାଜଧାନୀଆ ଫିକାଲମ୍ବା ଯୋଡେ ଲାଉ ? କେମିତି ଜାଣିଲା କେଜାଣି ସେ ଦୋକାନୀ ବାପୁଡା ପଚାରିଲା - - ସାରେ ନେଉନାହାନ୍ତି କେଜି କୋଡ଼ିଏ ! ସେତେବେଳୁ ଡବଡବ କରି ଚାହିଁଛନ୍ତି ଲାଉଗୁଡାକୁ ! - ଆରେ ! ମୁଁ କଣ କରିବି ? - ସଜ । ରାଜଧାନୀଆଙ୍କ ଭାରି ଡିମାଣ୍ଡ୍ ! - ହଉ ଦିଅ ତାହେଲେ ! ହେଲେ ସୌମ୍ୟା ଆସୁନଥିଲା !

[୬]

କେମିତି ହେଇଥିବ ସୌମ୍ୟା ? ଡେଙ୍ଗୀ - ଗେଡି ମୋଟି - ପତଳି ଗୋରୀ - କାଳି ସେ ଯା'ହେଉ ! ମୋ' ମନମାନସୀ ପରି ହେଲେ ହେଲା ! କେମିତି ଯେ ମନମାନସୀ ? ମୋ' ମା' ପରି ଲାଉପିଠା କରିପାରୁଥିଲେ ହେଲା !

[୭]

କେତେବେଳୁ ସାଧାସିଧା ଝିଅଟେ ଆସି ଦରମୂଲାଉଥିଲା ସେ ପରିବା ଦୋକାନୀ ସହ ! - ନାଇଁ ନାଇଁ ସତର ! ନିତି ନେଉଛି ତଥାପି ଭାଉ ! ୟାଡେସ୍ୟାଡେ ଚାହୁଁଥିଲା । ପୁଣି ଲାଉ ବାଛୁଥିଲା । କାହିଁକି ଲାଗିଲା ସେ ସୌମ୍ୟା ! କହିପାରିଲିନି ଯେ' ମୁଁ ଯୋଡେଲାଉ କିଣିସାରିଛି ବୋଲି !!! ବୁଦ୍ଧିଟିଏ କଲି ଫୋନ୍ ଆଉଥରେ କଲି ସୌମ୍ୟା କୁ ! ସେଇ ଲାଉକିଣା ଘରେଲୁ ଝିଅଟା ହାତର ମୋବାଇଲ୍ ବାଜିଉଠିଲା - - " ମୋହବତ୍ ବରଷା ଦେନା ତୁ ...॥

 


Rate this content
Log in