Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବୁଝିଗଲି
ବୁଝିଗଲି
★★★★★

© Padmalaya Mishra

Inspirational

2 Minutes   7.4K    18


Content Ranking

ଝିଅମାନେ ସାଧାରଣତଃ ମା / ବୋଉ ସହ କ୍ଲୋଜ୍ ଥାନ୍ତି। ମନ କଥା ସୁଖ ଦୁଃଖ ସବୁ ସେୟାର୍ କରନ୍ତି। ହେଲେ ମୁଁ କେମିତି ଭିନ୍ନ ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ମୁଁ ବୋଉ ସହ ସେମିତି କିଛି କଥା ହୁଏନି। ମୋର ଯାହା ଦରକାର ସିଧା ନନାଙ୍କୁ ( ବାପା) କୁହେ। ବୋଉ ବି ବେଳେବେଳେ ଚିଡେ। କେଡ଼େ ଅଲାଜୁକି କିଲୋ, ଏ କଥା କୋଉ ଝିଅ ବାପ ଆଗରେ କହେ। ମୁଁ ବି ଚଟାପଟ୍ ଉତ୍ତର ଦିଏ, ମୁଁ ତ ମୋ ନନାଙ୍କୁ କହିଲି। ତୋ ଦେହ କାହିଁକି ସହୁନି।

ମୁଁ ନନାଙ୍କୁ ଡରେ ମଧ୍ୟ। ତେଣୁ କେବେ ମିଛ ବି କହି ପାରେନି। ପାଠ ପଢିଲା ବେଳେ ଘୁମାଏ ବୋଲି ମାଡ଼ ଖାଏ ପୁଣି କିଛି ସବଜେକ୍ଟକୁ ଜମାରୁ ଇଣ୍ଟରେଷ୍ଟ ଦିଏନି ବୋଲି ମାଡ଼ ଖାଏ। କିନ୍ତୁ ଅନ୍ୟ କଥାରେ ନନାଙ୍କ ସହ ହସେ ଗପେ। ତେଣୁ ଡର ନଥାଏ ।

ସମୟ କ୍ରମେ ପାଠ ପଢା ସରିଲା ମାନେ ସ୍କୁଲ କଲେଜର। ନହେଲେ ଜୀବନରେ ପାଠର ସମାପ୍ତି ମଶାଣିରେ ଯୁଇରେ ଶୋଇଲେ ଯାଇ। ନନାଙ୍କ ପ୍ରତି ଆଉ ଡର ନଥିଲା। ପ୍ରତ୍ୟେକ ଟିକନିକି କଥା ନନାଙ୍କ ସହ ହୁଏ।

ତାପରେ ମୋର ବାହାଘର ହେଲା। ଝିଅ ମାନେ ଶାଶୁଘର କଥା ବୋଉ ଆଗରେ କୁହନ୍ତି। ମୁଁ କିନ୍ତୁ ନନାଙ୍କୁ କହିଲି। ଏମିତି କି ମାନ ଅଭିମାନ କଳି ସବୁ ନନାଙ୍କ ସହ ଚାଲେ। ବାହାଘର ପରେ ବି ଯାହା ଦରକାର ନନାଙ୍କୁ କୁହେ ଆଉ ନନା ପୂରଣ କରିଦିଅନ୍ତି। ମୁଁ ଭାବିଥିଲି ଜୀବନ ଏମିତି ସହଜ ଓ ତାର ଗତି ସରଳ। ତେଣୁ ମୁଁ ମୋ ପସନ୍ଦର ତାଳେ ତାଳେ ଜିଉଥିଲି।

ପିଲା ଦିନୁ ଆପଣାର କାହାକୁ ମରିବାର ଦେଖିନଥିଲି। ଅଜା ମରିଥିଲେ ହେଲେ ମୁଁ ଦୁଃଖୀ ହେଇଥିଲି ସିନା ସେମିତି ଫରକ ପଡି ନଥିଲା। ଜେଜେ ବାପା, ଜେଜେ ମା ମଧ୍ୟ ୧୦୨ ଓ ୮୨ ବର୍ଷ ବୟସରେ ବଞ୍ଚିଛନ୍ତି ।

ନନାଙ୍କୁ ଷାଠିଏ ବି ପୁରି ନଥାଏ। ହଠାତ ହାର୍ଟ ଆଟାକ୍ ହେଲା। ଭଲ ଟ୍ରିଟମେଣ୍ଟ ହେବା ଆଶାରେ ଏକ ନାମୀ ପ୍ରାଇଭେଟ୍ ହସପିଟାଲରେ ଆଡମିସନ୍ କରାଗଲା। ଆଞିଓପ୍ଲାଷ୍ଟି ହେଲା। କିଛିଦିନ ହସପିଟାଲରେ ଡକ୍ଟରଙ୍କ ଅବଜରଭେସନରେ ରହିଲେ। ହେଲେ ଦେହ ଭଲ ହେବା ପରିବର୍ତ୍ତେ ଅଧିକ ଅଧିକ ଖରାପ ହେଲା। ଡକ୍ଟର କହିଲେ ଇନଫେକ୍ସନ। ନନା ଆଇସିୟୁରେ ଥାଆନ୍ତି ଆଉ ମୁଁ ବାହାରେ ଦିନସାରା ବସିଥାଏ। ରାତିରେ ସେଠାରେ ରହିବାକୁ ଆଲାଉ କରନ୍ତିନି ବୋଲି ଘରକୁ ଫେରେ। ଏପଟେ ଖର୍ଚ୍ଚ ପରିମାଣ ବଢି ବଢି ଚାଲିଥାଏ। ଟଙ୍କା ଅଭାବ ସେଇଠି ମୁଁ ଜାଣି ପାରିଲି। ଆଗରୁ କେହି ସାହାଯ୍ୟ ଦେଇନଥିଲେ। ମୋ ସହ ସମସ୍ତଙ୍କ ସମ୍ପର୍କ ଭଲ ବୋଲି ମୁଁ ସମସ୍ତଙ୍କ ଠାରୁ ସାହାଯ୍ୟ ମାଗିଲି। ଯିଏ ଯେତିକି ସମର୍ଥ ସେହି ଅନୁସାରେ ସାହାଯ୍ୟ କଲେ। ଦୁଃଖ ଲାଗୁଥାଏ। ନନାଙ୍କ ଠାରୁ ଟଙ୍କା ମାଗିଲା ବେଳେ ମନରେ ଟିକିଏ ହେଲେ କିଛି ଭାବନା ଆସୁନଥିଲା କିନ୍ତୁ ଆଜି ଅନେକ ଦୁଃଖ ଓ ବ୍ୟସ୍ତ ଲାଗୁଥିଲା। ଏତେ ସବୁ ପରେ ନନା ମୃତ୍ୟୁ ସହ ସଂଗ୍ରାମ କରି ଷୋହଳ ଦିନରେ ଚିରନିଦ୍ରାରେ ଶୋଇଗଲେ।

ଟଙ୍କା ଆଧୁନିକ ସମାଜରେ କେତେ ଦରକାର ମୁଁ ସେତେବେଳେ ଜାଣି ପାରିଲି। ତାପରେ ମୋ ଜୀବନରେ ପରିବର୍ତ୍ତନ ଆସିଛି। ମୁଁ କିଛି ଦିନ ଡିଷ୍ଟର୍ବ ରହିଲା ପରେ ମୃତ୍ୟୁକୁ ଜୀବନର ଅପରିହାର୍ଯ୍ୟ ଅଙ୍ଗ ଭାବେ ଗ୍ରହଣ କରିନେଇ କର୍ମକ୍ଷେତ୍ରରେ ଆଗେଇଲି।

......... ପଦ୍ମାଳୟା

ଝିଅ ବୋଉ ନନା

Rate the content


Originality
Flow
Language
Cover design

Comments

Post

Some text some message..