Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Abstract Others

3  

Rasmi Rekha Tripathy

Abstract Others

ଜୀବିକା

ଜୀବିକା

1 min
7.8K



ଝିଅ ପାଠ ପଢୁନି ବୋଲି ସାମ୍ନା ଘର ଭାଉଜ ସବୁବେଳେ ବ୍ୟସ୍ତ l ଏ ଭଳି ମାଆମାନଙ୍କୁ ଦେଖିଲେ ବିରକ୍ତି ଲାଗେ ମୋତେ l ଭାଉଜ ଅବଶ୍ୟ ତାର ଭଲ ହିଁ ଚିନ୍ତା କରୁଛନ୍ତି l କିନ୍ତୁ ସିଏ ବୁଝୁନାହାନ୍ତି ଯେ ତାଙ୍କ ଝିଅ ଅନ୍ୟମାନଙ୍କ ଭଳି ନୁହେଁ l ଜନ୍ମ ବେଳେ ତାର ବଞ୍ଚିବାର ଆଶା ହିଁ ନ ଥିଲା l ବହୁତ ଡେରିରେ ତାର ସବୁ ପ୍ରକାର ବିକାଶ ହୋଇଛି l ମାନସିକ ଅନଗ୍ରସର ନ ହେଲେ ମଧ୍ୟ ତା ବୟସର ପିଲାଙ୍କ ତୁଳନାରେ ତାର ବିକାଶ ବହୁତ ମନ୍ଥର l ଡକ୍ଟର୍ ବି କହିଛନ୍ତି ତାକୁ ମେଡିସିନ୍ ନୁହେଁ କେବଳ ସ୍ନେହ ଓ ଶ୍ରଦ୍ଧା ହିଁ ଦରକାର l କିନ୍ତୁ ଭାଉଜ ବୁଝୁନାହାନ୍ତି l ପାଠ ନ ପଢିଲେ ବାଡେଇ ପକାନ୍ତି ତାକୁ l

ଝିଅ କିନ୍ତୁ ଆଉ ସବୁଥିରେ ପାରଙ୍ଗମ l ବହୁତ ସୁନ୍ଦର ନାଚେ l ଗୀତ ବି ଗାଏ l ସୁନ୍ଦର ଛବି ଆଙ୍କେ l ଘର କାମରେ ଭାଉଜଙ୍କୁ ସାହାଯ୍ୟ କରେ l ତଥାପି ବି ଭାଉଜଙ୍କର ଦୁଃଖ l

ପାଠ ପଢୁନି l କଣ ହେବ ତାର ଭବିଷ୍ୟତ ? ସବୁବେଳେ ଇଛା ହୁଏ କହିଦେବା ପାଇଁ l ନ ପଢୁ l ଅସୁବିଧା କଣ ଅଛି ? ତାର ଯେଉଁଥିରେ ଆଗ୍ରହ ତାକୁ ସେହି ରାସ୍ତାରେ କଣ ଛାଡି ଦେଲେ ହୁଅନ୍ତାନି ? ଆଜିକାଲି ତ ଜୀବନ ଜୀବିକା ପାଇଁ ଅନେକ ରାସ୍ତା ପଡିଛି l ଖାଲି କଣ ପାଠ ପଢି ଚାକିରୀ କଲେ ହିଁ ହେବ ? ନ ହେଲେ ନାଇଁ ?  ବଞ୍ଚି କରି ଥାଉ l କଣ କରିବ ପାଠ ପଢି  ? କିନ୍ତୁ କେବେ କହିପାରେନି l କେବଳ ଭଗବାନଙ୍କୁ ଡାକେ ତାଙ୍କୁ ସାହା ହେବା ପାଇଁ l


Rate this content
Log in

Similar oriya story from Abstract