Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ମାଙ୍କଡ ଏବଂ ଘରଚଟିଆ କଥା

ମାଙ୍କଡ ଏବଂ ଘରଚଟିଆ କଥା

2 mins
7.2K


ଗୋଟିଏ ବୃହତ ବୃକ୍ଷର ଡାଳରେ ଏକ ଘରଚଟିଆ ଦମ୍ପତି ବାସ କରୁଥିଲେ । ଘରଚଟିଆ ଦମ୍ପତି ଖୁବ୍ ଖୁସିରେ ସେହି ଗଛରେ ବସା ବାନ୍ଧି କାଳାତିପାତ କରୁଥାନ୍ତି । ଏକଦା, ଶୀତଦିନେ ହଠାତ୍ ଝଡ ବର୍ଷା ଆରମ୍ଭ ହୋଇଗଲା । ବେଳକୁ ବେଳ ବର୍ଷା ପବନ ବଢିବାକୁ ଲାଗିଲା । ଏଣେ ବର୍ଷା ପବନ ସାଙ୍ଗକୁ, ଶୀତର ପ୍ରକୋପ ପଶୁପକ୍ଷୀମାନଙ୍କୁ ସହିବାକୁ କଷ୍ଟକର ହୋଇ ପଡିଲା । କିଛି ସମୟ ପରେ ଏକ ମାଙ୍କଡ ବର୍ଷାରେ ଭିଜି ଭିଜି ଆସି ସେହି ବୃକ୍ଷ ମୂଳରେ ପହଁଚିଲା, ଯେଉଁ ବୃକ୍ଷଟିରେ ଘରଚଟିଆ ଦମ୍ପତି ବାସ କରୁଥିଲେ । ବର୍ଷା, ପବନ ହେତୁ ଶୀତରେ ସେ ଥରୁଥାଏ । ମାଙ୍କଡର ଏହି ଅବସ୍ଥା ଦେଖି ଘରଚଟିଆ ଦମ୍ପତିଙ୍କ ମନରେ ସମବେଦନା ଜାଗ୍ରତ ହେଲା । ମାଙ୍କଡଟିର ଦୁଃଖ ସହି ନପାରି ମା’ ଘରଚଟିଆଟି କହିଲା, ‘ଭାଇ’! ‘ତୁମର ମନୁଷ୍ୟମାନଙ୍କ ପରି ହାତ ଏବଂ ଗୋଡ ଅଛି । ତମେ ତ ମନୁଷ୍ୟମାନଙ୍କ ପରି ଦେଖାଯାଉଛ । ତେଣୁ ମନୁଷ୍ୟମାନେ ଯେପରି ଘର ତିଆରି କରି ରହୁଛନ୍ତି ତୁମେ ସେମିତି ନିଜପାଇଁ ଏକ ଘର ତିଆରି କରୁନ’?

ଘରଚଟିଆର ଏଇ କଥା ଶୁଣି ମାଙ୍କଡଟି ପ୍ରବଳ ଭାବରେ ରାଗିଲା ଏବଂ କହିଲା, ‘ତୁମର ଉପଦେଶ ଦେବା ଦରକାର ନାହିଁ । ମୋର ଯଥେଷ୍ଟ ଜ୍ଞାନ ଅଛି । ଦୟାକରି ତୁମେ ପାଟିବନ୍ଦ କର । ସାମାନ୍ୟ ଏକ ପକ୍ଷୀ, ସିଏ ପୁଣି ମୋତେ ଉପଦେଶ ଦେଉଛି ।’ ଘରଚଟିଆକୁ ମାଙ୍କଡ ଏହା କହିବା ପରେ ନିଜେ ନିଜକୁ ସାନ୍ତ୍ୱନା ଦେବାକୁ ଯାଇ କହିଲା, ‘ମୋର ଏଇ ସାମାନ୍ୟ ଘରଚଟିଆର କଥାରେ ବ୍ୟସ୍ତ ହେବା ଦରକାର ନାହିଁ । ମୁଁ ମୋ ନିଜ ବାଟରେ ଠିକ୍ ଅଛି । ମାଙ୍କଡଙ୍କର ତ ପ୍ରକୃତି ଗଛ ଉପରକୁ ଚଢିଯାଇ ଏ ଡାଳରୁ ସେ ଡାଳକୁ ଡେଇଁବା । କିଛି ସମୟ ପରେ ମାଙ୍କଡଟି ମଧ୍ୟ ସେହି ଗଛ ଉପରକୁ ଚଢି ଯାଇ ମନ ଖୁସିରେ ଏ ଡାଳରୁ ସେ ଡାଳକୁ ଡେଇଁଲା । ଏହି ଡେଇଁବା ଦ୍ୱାରା ଘରଚଟିଆର ବସା ଭାଙ୍ଗିଗଲା ।

ଏହି କାହାଣୀଟି କହିସାରିବା ପରେ ‘କାରାତକ’ କହିଲା, ‘ନିର୍ଦ୍ଧିଷ୍ଟ କୌଣସି ଏକ ବ୍ୟକ୍ତିକୁ ଉପଦେଶ ଦେବା ଉଚିତ୍ ନୁହେଁ । ମୋର ସତ ଉପଦେଶ ତୁମ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଏଥିପାଇଁ ତୁମର କୌଣସି ଦୋଷ ନାହିଁ । ତେଣୁ କୌଣସି ଗୋଟିଏ ମୂର୍ଖ ବ୍ୟକ୍ତିକୁ ଉପଦେଶ ଦେବା ଅପେକ୍ଷା ନ ଦେବା ବରଂ ଭଲ । କାରଣ ଏହା ତା’ ଉପରେ କୌଣସି ପ୍ରଭାବ ପକାଏ ନାହିଁ । ଦମନକ ତୁମର ଗୋଟିଏ ଭୁଲ୍ ରହିଯାଉଛି । ତୁମେ ସର୍ବଦା ନିଜକୁ ଚତୁର ବୋଲି ମନେ କରୁଛ । ତୁମେ ବୋଧହୁଏ ଧର୍ମ ବୁଦ୍ଧି ଏବଂ ପାପବୁଦ୍ଧି କାହାଣୀ ସଂପର୍କରେ ଜାଣିନାହଁ ।

‘ଦମନକ’ ସଂଗେ ସଂଗେ ସେହି କାହାଣୀଟି ସଂପର୍କରେ ପଚାରିଲେ, ‘କାରାତକ’ କାହାଣୀ କହିବା ଆରମ୍ଭ କଲେ ।


Rate this content
Log in

Similar oriya story from Children