Quotes New

Audio

Forum

Read

Contests


Write

Sign in
Wohoo!,
Dear user,
**ଧିକ୍କାର**
**ଧିକ୍କାର**
★★★★★

© Swagatika Mishra

Inspirational Tragedy

2 Minutes   7.6K    26


Content Ranking

-ଧିକ୍କାର-

ସ୍ୱାଗତିକା ମିଶ୍ର

ସେଦିନ ମୋର ଉତ୍କଳ ବିଶ୍ୱବିଦ୍ୟାଳୟ ରେ ଏକ ଜରୁରୀ କାମ ଥାଏ।ମୁଁ ତର ତର ହୋଇ ସକାଳ ର ନିତ୍ୟ କର୍ମ ସାରି ଅଟୋ ଟିଏ ଧରି ବାହାରି ପଡିଲି ପୁରୀ ବସଷ୍ଟାଣ୍ଡ ଆଡେ।ଅଟୋ ଟି ମତେ ବସଷ୍ଟାଣ୍ଡ ପାଖେ ଛାଡିଦେଇ ଚାଲିଗଲା।ପରେ ପରେ ମୁଁ ମୁଖ୍ୟ ଦ୍ୱାର ପଟେ ବସ ଧରିବାକୁ ପସୁ ପସୁ ହଠତ୍ ମତେ ପଛରୁ କିଏ ଜାବୁଡ଼ି ଧରିଲା।ମୁଁ ବିସ୍ମୟ ଓ ଆଶ୍ଚର୍ଯ୍ୟ ର ସହ ପଛକୁ ଦେଖେ ତ ଦେଖିଲି,ଦୁଇ ତିନି ବର୍ଷ ର ଅପରିଷ୍କାର ଆପରିଛନ୍ନ ପିଲାଟିଏ।ରୁଗ୍ଣ ସ୍ବାସ୍ଥ୍ୟ,କହଁର ଚୁଟି,ଆଖି ଦୁଇଟା କୋରଡ ରେ ପଶି ଯାଇଥାଏ,ଆଉ ନାକରୁ ବୋହି ଆସି ଥାଏ ଧାରେ ସିଙ୍ଘାଣୀ।ତାର ସେଇ ଶୁଖିଲା ଓଠ ପାଖେ ଲାଗି ଥାଏ ବିସ୍କିଟ ପରି କିଛି ଗୁଣ୍ଡ।

ପିଲାଟିକୁ ଦେଖି ଦେଲା ପରେ ମୋ ମନ ଟା ଆମ୍ବିଳା ହୋଇ ଗଲା।ମନରେ ଟିକେ ରାଗ ଆଉ ଘୃଣା କୁ ଚାପି ରଖି କହି ଉଠିଲି,ଆରେ ଛାଡ଼ ମତେ!!ହେଲେ ପିଲାଟି ଛାଡ଼ିବାକୁ ନାରାଜ।ତର ତର ହୋଇ ପର୍ସ ରୁ ବାହାର କରିଦେଲି ଦୁଇ ଟଙ୍କିଆ ମୁଦ୍ରା ଟିଏ।ଆଉ ଗୁଂଜି ଦେଲି ତାର ସେହି କୁନି ପାପୁଲି ରେ।ହେଲେ ପିଲାଟିକୁ ବୋଧେ ଦୁଇ ଟଙ୍କାଟି ପସନ୍ଦ ଆସିଲାନି,ଫୋପାଡ଼ି ଦେଲା ଟଂକାଟିକୁ।ଏବେ ମୁଁ ସାମାଜିକ ଦୃଷ୍ଟି କୋଣ ରୁ ମୋ କ୍ରୋଧକୁ ପ୍ରକାଶ ନ କରି ପାଞ୍ଚ ଟଙ୍କିଆ ମୁଦ୍ରା ଟିଏ ତାକୁ ବଢ଼େଇ ଦେଲି,ହେଲେ ଏ କଣ!ଏ ଥର ବି ପିଲାଟି ଫୋପାଡ଼ି ଦେଲା ଟଙ୍କା ଟିକୁ ଆଉ ଜାବୁଡ଼ି ଧରିଲା ମତେ।

ମୁଁ ରାଗ ଆଉ ବିରକ୍ତ ରେ ପିଲାଟିକୁ ମୋ ଠାରୁ ଅଲଗା କରିବାକୁ ଯାଇ ତାର ଛନ୍ଦାଛନ୍ଦି ପାପୁଲି ଦ୍ୱୟ କୁ ଅଲଗା କରୁ କରୁ ପେଲି ହୋଇଗଲା ପିଲାଟା।ଆଉ ତଳେ ଲଥ୍ କରି ପଡ଼ିଯାଇ ରାହା ଧରି କାନ୍ଦିବାକୁ ଲାଗିଲା।ଯଦିଓ ମୋ ମନରେ ସେ ପଡିଯିବାର ଦୁଃଖ ଥିଲା ତଥାପି ତାକୁ ନ ଉଠାଇ ମୁଁ ମୋ ବସ ଆଡେ ଚାଲିଲା ବେଳକୁ କୋଉଠୁ କେଜାଣି ଦୌଡ଼ି ଆସିଲେ ଜଣେ ଛିଣ୍ଡା କସ୍ତାପିନ୍ଧା ବୃଦ୍ଧା ଜଣେ,ଆଉ କୋଳେଇ ନେଇ ପିଲାଟିକୁ ମତେ କହି ଉଠିଲେ,ତମର କିଛି ହେଇନି ତ ମା?ପିଲାଟା ର କେହି ନାହାନ୍ତି ମା, ତା ମା ତାକୁ ଦୁଇ ତିନି ମାସ ହେବ କୁଆଡେ ଛାଡ଼ି ପଳେଇ ଯାଇଛି ଯେ ପିଲାଟି ଯାହାକୁ ଦେଖୁଛି ନିଜ ମା ଭାବି କୁଂଢ଼େଇ ପକାଉଛି।ତମ ଶାଢ଼ୀ ଟା ଧୋଇ ଦବ ମା,ପିଲାଟା କଣ ଲଗେଇ ଦେଇଛି।ଏହା କହି ସେ ପିଲାଟାର ସିଂଘାଣୀ କୁ ପୋଛି ଦେଇ ତା ପାଟି ରେ କିଛି ଗୁଂଜି ଦେଇ ଚାଲି ଗଲେ।

ହେଲେ ମୁଁ ଚାହିଁ ରହି ଥିଲି ସେଇ ବୃଦ୍ଧା ଆଉ ନିସ୍ପାପ ଶିଶୁଟି ଆଡକୁ।ମୋ ବିବେକ ମତେ ଧିକ୍କାର କରୁ ଥାଏ।ମୁଁ ନତ ମସ୍ତକ ହେଉ ଥାଏ ବୃଦ୍ଧା ଙ୍କ ବୟସ ଆଉ ଧୈର୍ଯ୍ୟ ପାଖରେ। ନତମସ୍ତକ ହେଉ ଥାଏ ତାଙ୍କୁ ବଡ଼ ପଣିଆ ପାଖରେ,ଯିଏ କେହି ନ ହୋଇ ବି ପିଲାଟା କୁ କୋଳେଇ ନେଇ ନିଜର କରି ପାରିଥିଲେ ପୁଣି ଏଇ ଅବସ୍ଥାରେ।ହେଲେ ମୁଁ? ଶିକ୍ଷିତ ଆଉ ସଭ୍ୟ ସମାଜ ର ନାରୀ ହୋଇ ପିଲାଟା ର ମା ପାଇଁ ଥିବା ସ୍ନେହ ଙ୍କୁ ତୌଲିବାକୁ ବସି ଥିଲି ମାତ୍ର ଦୁଇ ଟଙ୍କାରେ।ଛି....ମୋ ହୃଦୟ ଭିତରେ ମୋ ନିଜ ପାଇଁ ଘୃଣା ଆଉ ଲଜ୍ଜା ଭରି ଆସୁଥିଲା।ମୁଁ ଧିକ୍କାର କରୁଥିଲି ମୋ ନିଜକୁ,ମୋ ବିବେକକୁ, ମୋ ଶିକ୍ଷାକୁ, ମୋ ନାରୀତ୍ୱକୁ ଆଉ ମୋର ଅବିବେକି ପଣିଆକୁ।।

ସ୍ୱାଗତିକା ମିଶ୍ର

ବୃଦ୍ଧା କାମ ଘୃଣା

Rate the content


Originality
Flow
Language
Cover design

Comments

Post

Some text some message..