Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pallabi Das

Abstract

5.0  

Pallabi Das

Abstract

ମାଆ ର ବଚନ

ମାଆ ର ବଚନ

1 min
469


ସ୍କୁଟି ଚଲେଇବାକୁ ପ୍ରାୟ ସବୁ ଝିଅ ଭଲ ପାଇଥାନ୍ତି, ଠିକ୍ ମୋରି ପରି | ପ୍ରାୟ ୪ ବର୍ଷ ତଳର ଘଟଣା , ମାଉସୀ ଆଉ ତା ଝିଅ କୁ ନେଇ ଅଜା ଙ୍କୁ ଦେଖା କରିବାକୁ ଘର ଠାରୁ ପ୍ରାୟ ୫୦ କିଲୋମିଟର ଦୂର ଯାତ୍ରା କରିବାକୁ ଥିଲା | ଯିବାର କିଛି ଦିନ ଆଗରୁ ମତେ ଭୀଷଣ ଜ୍ଵର ଥିଲା , ସେଥିପାଇଁ ମାଆ ମୋର ମନା କରିଥିଲା ଗାଡ଼ି ଚାଲେଇବାକୁ କିନ୍ତୁ ମୁଁ ତା କଥା ନ ମାନି ସେଦିନ ଅଧା ରାସ୍ତାରେ ମାଉସୀ ଠାରୁ ଗାଡ଼ି ନେଇ ଚଲେଇଥିଲି | ସବୁ ଠିକ୍ ଠାକ୍ ଚାଲିଥିଲା ବେଳେ ହଠାତ୍ ଗାଡ଼ିର ବେଗ ବୃଦ୍ଧି ହୋଇଥିଲା ଆଉ ତାକୁ କଣ୍ଟ୍ରୋଲ କରି ନପାରି ଗୋଟେ ବଡ଼ ଖାଲ ପାଖରେ ପଡ଼ିଥିଲି | ମାଉସୀ ଝିଅ ଭଉଣୀ ର ମୁଣ୍ଡ ମାଡ଼ ହୋଇ ଥିବାବେଳେ, ମାଉସୀ ର ଗୋଡ଼ ହାତ ଆଁଚୁଡି ହୋଇଯାଇଥିଲା | ମାେ ଗୋଡ଼ ଆଣ୍ଠୁ ପାଖରୁ ଫଳେ ମାଂସ ଚାଲି ଯାଇଥିଲା | ଠିକ୍ ୨/୩ ବର୍ଷ ପୂର୍ବେ +୨ ବିଜ୍ଞାନ ପଢ଼ୁଥିବା ବେଳେ ସେଇ ଅଣ୍ଠୁଟି ମାଡ଼ ହୋଇଥିଲା ଆଉ କାରଣ ମଧ୍ୟ ସମାନ ଥିଲା ଗାଡ଼ିର ବେଗ କଣ୍ଟ୍ରୋଲ କରିପାରିନଥିଲି | କିନ୍ତୁ ଏଇ ଥର ର ଦୁର୍ଘଟଣା ମତେ ଥରେଇ ଦେଇଥିଲା | ତା ପରଠାରୁ କାନ ମୋଡ଼ି ଚାପୁଡ଼ା ଖାଇଥିଲି କେବେ ମଧ୍ୟ ମାଆ ର କଥାକୁ ଅମାନ୍ୟ କରିବିନି |

ସତରେ ମାଆ ର ପ୍ରତିଟି ବଚନ ରେ ଆମ ର ଶୁଭ କାମନା ରହେ | ତାକୁ କେବେ ଅମାନ୍ୟ କରିବା ଠିକ୍ ନୁହେଁ |


Rate this content
Log in

Similar oriya story from Abstract