Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarada Parida

Drama

3  

Sarada Parida

Drama

ନାମମାତ୍ର ପ୍ରେମ

ନାମମାତ୍ର ପ୍ରେମ

8 mins
7.3K


ରାତି ଯାକ ମାମଲତି କରି କରି ଡେରି ରାତିରେ ସୋଇଥାଏ ସେ ଦିନ । ହଠାତ କୁଆଁ ପହର ବେଳକୁ କାଇଁ କାଇଁ କରି ବାଜି ଉଠିଲା ମୋବାଇଲଟା । ବଡ ବିରକ୍ତି କର । ଶୋଇବାର ସବୁତକ ମଜା ବିଗାଡି ଦେଲା ମୋବାଇଲଟା । ଏଇ ଭୋର ପହର ନିଦଟା ବିଗିଡି ଗଲେ ପୁରା ଦିନଟା ଯାକ ହାଲିଆ ।

ଆରକଡୁ ଗୋଟାଏ ଅଜଣା ନମ୍ବର । ଆଖି ମାଳ ମାଳ ହେଇ ଫୋନ ଧରିଲି

--ହାଲୋ କିଏ କହୁଛନ୍ତି । କଣ ହେଲା

---ଆରେ ଜାଣିଛୁ ଦ୍ୟୁତି କାଲି ସୁଇଡ ସାଇଡ ଆଟେମ୍ପ୍ଟ କରିଥିଲା ,

---କେମିତି

---ବ୍ଲେଡରେ ହାତର ଭେନ କାଟି ଦେଇଛି । ରେଲୱେ ପୋଲିସ ତାକୁ ଭର୍ତ୍ତି କରିଛନ୍ତି ହସ୍ପିଟାଲରେ । ମୁଁ ଏବେ ତା ପାଖରେ , ବଡ ମେଡିକାଲରେ ।

--କେମିତି ଅଛି ଅବସ୍ଥା ତାର । ଭଲ ଅଛି ତ ? ଶଳା

---ହଁ ସେନ୍ସ ନାହିଁ , ଗୁଡାଏ ବ୍ଲଡ଼ ବହିଯାଇଛି , ସେନ୍ସ ଆସିବାକୁ ସମୟ ଲାଗିବ , କିନ୍ତୁ ବିପଦ ମୁକ୍ତ ।

ଘର ଲୋକ ଜାଣିଲେଣି ନା ନାହିଁ ।

---ନା କହିନି । ଦେଖୁଛି ୱେଟ କରୁଛି । ନହେଲେ କହିବାକୁ ତ ବାଧ୍ୟ । ତୁ ତ ତାହା ସହ କାଲି ଥିଲୁ । କଣ ହୋଇଥିଲା କି ଏ ଭଳି ପିଲା ତ ସୁଇ ସାଇଡ କରିବନି ।

----ହଁ ରେ ଭାଇ । କାଲି ଧରା ପଡିଯାଇଛି ଶଳା ମୋହିନୀ ପାଖରେ

---ଓହୋ , ହଉ ତାକୁ ଟିକେ ଜଣେଇ ଦେ

---କିନ୍ତୁ କାହିଁକି ,

----ତୁ କହିଦେନା ୟାର

           ମୋର ନିଦ ଭାଙ୍ଗି ସାରିଥିଲା କେତେବେଳୁ , ଗୋଟାଏ ଅଜଣା ଭୟରେ ଗୋଟାପଣେ ଥରୁଥାଏ ମୁଁ

ତେବେ ଫୋନର ଆରକଡେ ଥିବା ଲୋକଟା ଅଚିହ୍ନା ନୁହେଁ , ଜନ୍ମେଞ୍ଜୟ । ମୋ ବି.ଟେକ ବେଳର ସାଙ୍ଗ ଆଉ ଦ୍ୟୁତିର ବି ।

ଏକା ନିଶ୍ଵାସକେ ଧାଇଁଲି କଟକ ବଡ ମେଡିକାଲ । ବାବୁ ଦ୍ୟୁତି ନାହାନ୍ତି ସେଠି । ପୁଣି ଜନ୍ମେଞ୍ଜୟର ଫୋନଟାଏ ଆସିଲା , ଆରେ ତୁ ପେସେଣ୍ଟ କେଆର ହସ୍ପିଟାଲକୁ ଚାଲି ଆ । ଆମେ ସେଠୁ ଡିଶ୍ଚାର୍ଜ ହେଇ ଚାଲି ଆସିଲୁଣି । ପୁଣି ଧାଇଁଲି ସେଠିକି । ତେବେ ସେଠି ପହଞ୍ଚିଲା ବେଳକୁ ଯାହା ଦେଖିଲି ମୋର କ୍ରୋଧରେ ସୀମା ରହିଲା ନାହିଁ ।

ଦ୍ୟୁତି ଆଉ ମୋହିନୀ ଦୁଇ ଜଣ ଯାକ କୁଣ୍ଢା କୁଣ୍ଢି ହୋଇ କନ୍ଦା କଟା କରୁଛନ୍ତି । ଆଉ ହାତରେ ଭିଡା ହୋଇଥିବା ମିଛି ମିଛି କା ବ୍ୟାଣ୍ଡେଜଟା ଉତୁରୁ ସାରିଥାଏ ।

ମୋହିନୀ ଟିକିଏ ଆଡ ହେଉ ହେଉ ଠାଏ କିନା ଗୋଟାଏ ବ୍ରହ୍ମ ଚାପୁଡା ଲଗେଇଲି ସିଧା ଯାଇ ଦ୍ୟୁତିର ଗାଲକୁ । ଯା ଚା ତା ଶୋଧା ବେଜିତ କଲି । ସାମାନ୍ୟ ହେଉ ହେଉ କହିଲି , ଶଳା ମିଛୁଆ । ସାଙ୍ଗକୁ ବି ଛାଡିଲୁନି ।ବନ୍ଧୁତାରେ ବି ଧୋକା , ସେଥିରୁ ବି ଫାଇଦା । ରହ ଶଳା ମୋହିନୀ କି କହୁଛି ସବୁକଥା । କି ପ୍ରେମ କରୁଛୁ ତୁ ।

                                ମୋ କଥାକୁ ଅଧାରୁ ଆଡ ଦେଇ କହି ଉଠିଲା ଦ୍ୟୁତି , ଶଳା ଆଉ କଣ ତୋ ପରି ହେବିରେ । ତୁ ଶଳା କେମିତିକା ଚିଜଟାଏ କିରେ । ଆଉ କଣ ଜପାମାଳ କାନ୍ଧରେ ପକେଇ ନାମ ଧରି ବ୍ରହ୍ମଚାରୀ ହେଇଯିବୁ କିରେ । ସେମିତି ତ ଲାଗୁନି । ଏ ଯେଉଁ କବିତା ଗୁଡାକ ନିତି ନିତି ଲେଖିପକଉଛୁ , କାହା ପାଇଁ । ଖାଲି ଏମିତି କାଗଜ କଲମରେ ପ୍ରେମ କରୁଥିବୁ । ଖୋଜୁଥା ପ୍ରେମକୁ । ଆଉ କଣ ବୁଢା କାଳେ ପାଇବୁ କିରେ ତାକୁ । ତୁ ସେମିତି ଶଳା ହତାଶିଆ ହେଇ ମରିବୁରେ । ଖାଲି ଦେଖି ଦେଖି ଜୀବନ ଯିବ । ମୋତେ ଦେଖ , କେମିତି ପ୍ରେମକରାଯାଏ ଅନ୍ତତଃ ଥରୁଟାଏ ତ ଶିଖି ନେ । କହୁନ , କହିବୁ ଯଦି କିଛି ସେଟିଂ କରିବି କିରେ ତୋ ପାଇଁ । ମୁହଁ ଉପରେ ଯେତେ ନା ନା କାଲେ ବି କେଜାଣି କେମିତି ହୃଦୟର ଭିତରେ ଗୋଳେଇ ଘାଣ୍ଟେଇ ହୁଏ । ଈର୍ଷା ହୁଏ । କାହାର ବା ଇଚ୍ଛା ନାହିଁ ମନ୍ଦ ହେବାକୁ , କେବଳ ସୁଯୋଗ ମିଳେନି ବୋଲି ସିନା । ପୁଣି ତା ଭିତରେ ଏ ପ୍ରେମ , ମନ ଭିତରେ ଗୋଟାଏ ଗୁପ୍ତ ଗହ୍ଵର ସେଇଟା । ନିଶ୍ଚୟ ଗୋଟାଏ ପେଡି ଭିତରେ କେହି ଜଣେ ବସିଥିବ ଠିକ ବୁଢୀ ଅସୁରୁଣିର ଫରୁଆ ପରି । ମୁଁ ଗୋଟାଏ ହସରେ ଏଡାଇ ଯାଏ ଏଇ ପ୍ରଶ୍ନଟି , ଭାଇ ତମେ ପାରିବା ବାଲା ଏ ଚୋରି ବିଦ୍ୟା ଭଳି ନେଇ ଆଣି ଥୋଇ ପାରିଲେ ଭଲ , ନୋହିଲେ ସର୍ବନାଶ , ଆମର ଏ ଲଭ ଫବ ଧଣ୍ଡାରେ ପଡିବାର ନାହିଁ , ତମେ ଏଞ୍ଜୟ କର , ତମର ପ୍ରେମକା ବଦଳୁଥାନ୍ତୁ । ଆମର ସେ କାଦୁଅରେ ପସିବାର ନାହିଁ ।

ପୁଣି ମୋ ଏକାକିତ୍ଵକୁ କଟାକ୍ଷ କଳା ଭଳି ସିଏ ପ୍ରଶ୍ନ କରିବ , ଧେତ ଶାଳା , ମୁଁ ସିନା ତତେ ସବୁ ମନ କଥା ଗୁଡାକ ଖୋଲି କହିଦେଉଛି , ହେଲେ ତୋ ଭିତରେ ନିଶ୍ଚିନ୍ତ ଗୋଟାଏ ସିକ୍ରେସୀ ଅଛି , ତୁ ଶାଳା କାହାକୁ ପ୍ରେମ କରୁଛୁ , ହେଲେ କହିବାକୁ ଲୁଚାଉଛୁ ।

ଦ୍ୟୁତିକୃଷ୍ଣ ବିଷୟରେ ପ୍ରଥମେ କହିରଖିବା ଉଚିତ ହେବ ନିଶ୍ଚୟ । ନା ଟା ଯେମିତି , ସେମିତି ଗୁଣଟା ବି । ଟୋକାଟା ଦେଖିବାକୁ ଯେତିକି ହ୍ୟାଣ୍ଡସମ ସେତିକି ମଧୁର କଥାଗୁଡାକ । ସିଏ ଯେଉଁ ବର୍ଗର କି ବୟସର ହେଇଥାଉ ଟିପ ମାରି କଥା କହି ବସ କରିଦେବାର କଳାଟି ବେସ ଜଣା । ଆଉ ଖୁବ ଜଣା ଝିଅ ମାନଙ୍କ ସେଣ୍ଟିମେଣ୍ଟ ପଢିବାଟା । ତା ସହ ମୋର ଦୀର୍ଘ ଦିନର ବନ୍ଧୁତା । ଯୁକ୍ତ ଦୁଇ ପଢିବା ସମୟରୁ । ଏଇ ବସ କରିବା ଗୁଣଟା ପାଇଁ ଦ୍ୟୁତି ମୋର ଅନ୍ତରଙ୍ଗ ବନ୍ଧୁ ହୋଇଥିଲେ ବି ବେଳେ ବେଳେ ଈର୍ଷା କରିବାକୁ ଇଛା ହୁଏ । ଆଉ ବେଶି ଈର୍ଷା ହୁଏ ଯେତେବେଳେ କେବଳ ତାକୁ ଇ ଚାହିଁ ଗୋଟାଏ ତେରେଛ ନଜର ଆଉ ହସଟିଏ ଦେଇ ଚାଲି ଯାନ୍ତି ଝିଅ ମାନେ । ତେବେ ତାର ଯେ ଏ ଝିଅ ସହ ମିଶିବାରେ ଖୁବ ଗୋଟାଏ ବୀର ପଣିଆ ଅଛି , ସେତକ ହଜମ ହୁଏନି । ଝିଅ ଟାଏ ତ ଲଜ୍ୟା କରେ , ମାତ୍ର ତା ଠୁ ବୋଧେ ବେଶି ଲଜ୍ୟା କରନ୍ତି ପୁଅ ମାନେ। ଆଉ ଥରେ ଯଦି ଏ ଲଜ୍ୟା ବୋଲି ଯେଉଁ ଲକ୍ଷ୍ମଣ ରେଖା ତାକୁ କେହି ଡେଇଁ ଯାଏ , ତେଣିକି ସବୁ କିଛି ଫ୍ରି , ମନ ବି ସମୟ ବି ଆଉ ଦେହ ବି । ଦ୍ୟୁତି ସେଇଟାକୁ ଅତି ସନ୍ତର୍ପଣରେ ଡେଇଁବାରେ ମାହିର ହୋଇସାରିଥିଲା ।

ବୟସ ବଢିବା ସଙ୍ଗେ ସଙ୍ଗେ ବଢୁଥିଲା କାର୍ଯ୍ୟସ୍ଥଳୀ , ଜୀବନ ଚର୍ଯ୍ୟା , ଅଭଜ୍ଞତା ଆଉ ପସନ୍ଦ । ଆଉ ତା ସହ ପ୍ରତି ବର୍ଷେ ଦୁଇ ବର୍ଷରେ ଗୋଟାଏ ପ୍ରାଇଭେଟ ଚାକିରିଆ ଗୋଟାଏ କମ୍ପାନୀରୁ ଆଉ ଗୋଟାଏ କମ୍ପାନୀକୁ ଲମ୍ଫ ଦେବା ପରି ଦ୍ୟୁତିର ବଦଲୁଥିଲେ ଜଣେ ଜଣେ ଗାର୍ଲଫ୍ରେଣ୍ଡ । ତେବେ ଏତେ ସବୁ ଫେର ବଦଳ ଭିତରେ ଯଦି କିଛି ବଦଳ ହେଇ ନଥିଲା ସେଇଟା ଆମର ବନ୍ଧୁତା । ଗୋଟାଏ ସଚ୍ଚୋଟ ବନ୍ଧୁ ହିସାବରେ ଆମ ଭିତରେ ସିକ୍ରେଟ ବୋଲି କିଛି ଗୋଟାଏ ନଥିଲା । ରିନା ଠୁ ଆରମ୍ଭ କରି ସୀମା ଯାଏ ମୋତେ ଗୋଟି ଗୋଟି ସମସ୍ତଙ୍କ କଥା କହିଛି , ଆଉ ଅନେକ ବାରରେ ସେଇ ପ୍ରେମିକା ମାନଙ୍କୁ ଭେଟ ହେବାର ସୁଯୋଗ ବି ଦେଇଛି । କେତେବେଳେ କେଉଁ ପାର୍କରୁ ଆନିବ ବେଳେ ତ କେବେ କେଉଁ  , ଛକରେ ଦ୍ୟୁତିକୁ ପିକପ କଲାବେଳେ ତ ଆଉ କେଉଁ ହୋଟେଲର ଡିନର କଲାବେଳେ ।

ବନ୍ଧୁର ପ୍ରେମିକା କେବଳ ବନ୍ଧୁର ହୋଇ ରହେ ନାହିଁ । ବରଂ ସିଏ ପାଲଟି ଯାଏ ଅବ୍ୟକ୍ତ ପ୍ରେମିକାଟାଏ ପ୍ରେମିକର ବନ୍ଧୁ ମାନଙ୍କର , ଯିଏ ସାମଗ୍ରିକ ଭାବେ ଆଦ୍ୟରୁ ଅନ୍ତ ଯାଏ ଥିବ ଜ୍ଞାତିଟିଏ ହୁଏ । ଫରକ ଏତିକି ସେ ପ୍ରେମଟି ଅପ୍ରକାଶ୍ୟ ହୋଇ ରହିଯାଏ ମନ ଭିତରେ । ସେମିତି ନାମମାତ୍ର ପ୍ରେମିକ ଅନେକ ମିଳିବେ , ପ୍ରେମିକା ବି ! ମୁଁ ମଧ୍ୟ ସେଇ ନାମ ମାତ୍ର ପ୍ରେମିକରୁ ଜଣେ ।

           ପ୍ରେମ ଗୋଟାଏ ଗଣିତ ନୁହେଁ ଯେ ତାକୁ ବୁଝାଇ ହେବ ଆଉ କାହାକୁ । ଆଉ ମନ, ତା’ବି କେଉଁ ଧୀର ଚିଜଟିଏ ଯେ ତାକୁ ମାପଦଣ୍ଡ ନେଇ ପ୍ରେମକୁ ମୂଲ୍ୟାଙ୍କିତ କରିହେବ । ବେଳେବେଳେ ଲାଗେ , ପ୍ରେମକୁ ବିଲକୁଲ ବୁଝୁ ନଥିବା ଲୋକ ଗୁଡାକ ପ୍ରେମିକ ହୁଅନ୍ତି , ପ୍ରେମକା ହୁଅନ୍ତି ଆଉ ସେଇ ନାମ ମାତ୍ର ପ୍ରେମକୁ ନେଇ ଡୁଏଟ ଗାଇ ଘୁରି ବୁଲନ୍ତି ପାର୍କର ନିଭୃତ ଇଲାକାରୁ ଗଗନଶ୍ଚୁମ୍ବୀ ପଞ୍ଚତାରକା ହୋଟେଲର କୋଠରୀ ଯାଏ ।

           ଦ୍ୟୁତିର ଏଇ ବିଳାଶ ବ୍ୟଶନ ଗୋଟାଏ ଚିରାଚରିତ ସଉକ । ଅଧିକାଂଶ ପ୍ରେମିକାକୁ ସାଧାରଣ ମିଳାମିଶାରୁ ହୋଟେଲର ଚାରିକାନ୍ଥ ଭିତରକୁ ନବାର କଳା ଖୁବ ଜଣା ତାକୁ । ସେଇ ମିଥ୍ୟା ପ୍ରେମର ସୂଚନା ମାତ୍ରରେ ମୁଁ ପାପ ବୋଧରେ ଜଳୁଥାଏ ସିନା , ସିଏ କିନ୍ତୁ ସେମିତି କେଉଁ ଏକ ବିଜୟର ଉନ୍ମାଦରେ ଉତଫୁଲ୍ଲିତ ହେଉଥିବ । ମୋଟ ଉପରେ କହବାକୁ ଗଲେ ପ୍ରେମକୁ ନେଇ କେବେ ଭାବପ୍ରବଣ ହେବାର ଦେଖିନି । ଯଦି କେବେ କେବେ ଏଇ କଥାକୁ କହିବସେ , ସେଇ ଗୋଟାଏ ଉତ୍ତର , ଧେତ ଶଳା ମଫୁ , କୌ ଜମାନାରେ ଅଛୁ , ଖାଲି କଣ ମୁଁ ଏଞ୍ଜୟ କରୁଛି କିରେ , ଝିଅ ମାନେ ତ ବେଶୀ ମାହିର ଏଥିରେ , ପିଓର ଲଭ ଭଳି କିଛି ଗୋଟାଏ ଚିଜ ନାହିଁ । ସବୁ ଟାଇମ ପାସ । ମୁଁ କଣ ପ୍ରଥମ କିରେ ସେମାନଙ୍କ ପାଇଁ , ନିହାତି ଆଉ କେଉଁଠୁ ଫେରିଥିବେରେ , ଏଥିରେ ପାପ ଫାପ କିଛି ନାହିଁ , ବୁଝିଲୁ ।

            ଦ୍ୟୁତିର ପ୍ରେମିକା ମାନଙ୍କ ଲମ୍ବା ଚିଠା ଭିତରେ ଗୋଟାଏ ନା ମୋହିନୀ । ମୋହିନୀ , ମୋହନୀ ପଟ୍ଟନାୟକ କେମିତି କେଜାଣି ଭାରି ଭିନ୍ନ ଆଉ ଆପଣାର ଲାଗେ ମୋତେ ଏଇ ଝିଅଟି ତାର ବାକି ପ୍ରେମିକା ମାନଙ୍କ ଠାରୁ । ସିଏ ବି ସଂକ୍ରମିତ ହୋଇଥିଲା ପ୍ରେମରେ ଠିକ ଅନ୍ୟ ପ୍ରେମିକା ମାନଙ୍କ ପରି । ତାର ଏଇଟା ସେକେଣ୍ଡ ଇନିଙ୍ଗ୍ସ , ମତଲବ ପ୍ରେମୀ ପରିତ୍ୟକ୍ତା । ପ୍ରେମ ବି କଣ୍ଡିସନରେ କରି ହୁଏ ! ଧେତ ଆଉ କଣ ଗୋଟାଏ ସ୍ମୃତିକୁ ଜାବୁଡି ଧରି ବିତେଇ ବସିବ ପୁରା ଜୀବନଟା । କିଏ ଜାଣେ ପ୍ରଥମ ପ୍ରେମୀ ଯେ ଲମ୍ପଟଟାଏ ହୋଇ ନଥିବ । ଗୋଟାଏ ଭ୍ରମକୁ ପ୍ରେମ କହି ଅଭିମାନ କରି ବସି ନଥିବ କେହି ଜଣେ । ସେମିତି ଗୋଟାଏ ବ୍ୟବସ୍ଥାରୁ ଏବେ ଉପରକୁ ଉଠିଲେଣି ଅନେକ । ସେଇଥି ପାଇଁ ତ ବେଳେ ବେଳେ ଲମ୍ବିଯାଏ ପ୍ରେମିକ ଆଉ ପ୍ରେମିକା ମାନଙ୍କର ଲମ୍ବା ଚିଠା । ଗଣିତର କଣ୍ଡିସନାଲ ପ୍ରୋପାବିଲିଟି ପାଠ ପରି ସବୁ କଣ୍ଡିସନରୁ ଉତୁରିଲା ପରେ ସେଇଟାକୁ ଗୋଟାଏ ସଫଳ ପ୍ରେମ ବୋଲି କହିହୁଏ ।  ନା ନା ସେଇଟାକୁ ତ ଆଉ ପ୍ରେମ କୁହା ଯାଇପାରିବନି , ଗୋଟାଏ କଣ୍ଡିସନ । ସେମିତି କଣ୍ଡିସନର ପ୍ରେମ ହୋଇଥିଲା ଦ୍ୟୂତ ଆଉ ମୋହିନୀ ଭିତରେ । ଏକାକିତ୍ଵକୁ ଦୂର କରିବାର କଣ୍ଡିସନରେ । ଯେଉଁଠି ଅତୀତକୁ ଭୁଲି ଢେର କିଛି ଦିନ ଯାଏ ସଚ୍ଚା ପ୍ରେମୀ ହବାର ଅଭିନୟ କରିଥିଲେ ।

           ପ୍ରେମ ସତ ହେଉ କି ଅଭିନୟ ଗୋଟାଏ ପ୍ରତିବଦ୍ଧତା ଥାଏ ,ଆଉ ସେଇ ପ୍ରତିବଦ୍ଧତାକୁ ତୁଲେଇବାକୁ ଧାଇଁ ଆସେ ଦ୍ୟୁତି ବାରମ୍ବାର ସପ୍ତାହ ଶେଷ ନ ହେଉଣୁ । ସେତେବେଳେକୁ ଆବଶ୍ୟକ ପଡେ ମୋର । ଅବଶ୍ୟ ମୋର ସାହାଯ୍ୟ ମାନଙ୍କର ଅବଧାରଣା କରିବାର କିଛି ମତଲବ ନାହିଁ ଏଠି । ସେଗୁଡା ଚିରା ଚରିତ , ବାକି ଯେ କେହି ବନ୍ଧୁଟିଏ ସାହାଯ୍ୟ କରିବ ଅନ୍ୟ ବନ୍ଧୁ ଜଣକୁ । ଅବଶ୍ୟ ସେଇ ସାମାନ୍ୟ ସାହାଯ୍ୟ ପାଇଁ ଅନେକଥର ପ୍ରଶଂସା କରିଛି ଦ୍ୟୁତି , ଆଉ ମୋହିନୀ ବି ।

                       ଏମିତି ଥରେ , ଦୁଇ ଜଣ ଯାକ ରାତ୍ରି ଭୋଜନ ପାଇଁ ମୋତେ ଆମନ୍ତ୍ରଣ କଲେ ସହରର ଗୋଟିଏ ନାମୀ ହୋଟେଲକୁ । କିଛି ସମୟ ହସ ମଜା ଭିତରେ ପାଖରେ ଆସି ପହଞ୍ଚିଲା ଅର୍ଡର ବଏ । ଯିଏ ଯାହାର ଅର୍ଡର ଦେଇ ସାରିଥାନ୍ତି କେତେବେଳୁ । ଦୁଇ ଜଣଙ୍କ ଭିତରେ ହଠାତ ଆରମ୍ଭ ହେଲା ଖଣ୍ଡ ପ୍ରଳୟ । ଇଂରାଜୀ ଶବ୍ଦ ମାନଙ୍କରେ ଉଛୁଳି ପଡିଲେ ଦୁଇଜଣ , ଯେତେବେଳେ ଫୋପଡା କଚଡାରେ ଟେବୁଲ ଚେଆରର ତ୍ରାହି ନାହିଁ ସେତେବେଳେ ହୋଟେଲରେ ଉପସ୍ଥିତ ଥିବା ଅନ୍ୟ ଲୋକଙ୍କ ନଜରକୁ କେନ୍ଦ୍ରୀଭୂତ ହେବାରୁ କିଏ ବାରିବ । ଝଗଡା ଝାଣ୍ଟି କରି ଦୁଇଜଣ ଯିଏ ଯାହା ବାଟରେ ଖସିଗଲେ । ଅଗତ୍ୟା ସେମାନଙ୍କ ଠାରୁ ମାଗଣା ଖାଇବାକୁ ଆସିଥିବା ଏ ଲୋକଟାକୁ ପକେଟରୁ ସବୁତକ ଗଣିବାକୁ ପଡିଲା ।

 ତେବେ ଘଟଣା ବୁଝୁ ବୁଝୁ ଏମନ୍ତ , ପ୍ରେମରେ ତୃତୀୟ ବ୍ୟକ୍ତିର ଉପସ୍ଥିତି । ତେବେ ନାମ ମାତ୍ର ପ୍ରେମ ଓରଫ କଣ୍ଡିସନାଲ ଲଭରେ ବି ଆକୁ ନେଇ ଅସହିଷ୍ଣୁତା , ମାମଲା ବୁଝା ପଡୁନଥାଏ । ବଡ ବିରକ୍ତିଆ ଲାଗୁଥାଏ ମୋତେ , ଯେତେବେଳେ ମଧ୍ୟସ୍ଥି ସାଜିଛି କଳି ତ ଛିଣ୍ଡେଇ ବାକୁ ପଡିବ । ଭଲ ଧନ୍ଦାରେ ପଡିଲା ମଣିଷ । ଶଳା ନିଜର ତ ପ୍ରେମ ଘର..., ପୁଣି ଆଉ କାହା ଲଭଷ୍ଟୋରିକୁ ଛିଣ୍ଡେଇବି । ଘଡିଏ ସରିକି ଦୁଇଜଣକୁ ଗୋଟିଆ ପୋଟିଆ କରି ଧରିଲି , ଅବଶ୍ୟ ଦ୍ୟୁତିର ଅନୁରୋଧ ରକ୍ଷାକରି । ତେବେ ମୋର ଆଉ ସାଧ୍ୟ ହେଲା ନାହିଁ ସେ ତୃତୀୟ ବ୍ୟକ୍ତିକୁ ସେମାନଙ୍କ ଭିତରୁ କାଢିବାକୁ । କଳି ତୁଲାଉ ତୁଲାଉ ଶେଷକୁ ଦ୍ୟୁତିର ଦୁଇ ପ୍ରେମିକା ଯାକ ଆପଣା ଆପଣା ଭିତରେ କୁହା ବୋଲା ହେଲେ । ଆଉ ଇଏ କେଉଁ ଜଣକର ବି ହେଲା ନାହିଂ ।

 ଧେତ ଶଳା ଯା , ମାଣ୍ଡିଆ ଯାଉ ଖାଇବ ଯିଏ , ବେଳ ଅବେଳେ ଧାଇଁବ ସିଏ , ତୁ ତ ନଟା ଛଟା ସାଙ୍ଗରେ ନଟର ପଟର ହେଉଛୁ ଏକାବେଳେ , ଯା ନାମ ନେ , ଅବଶ୍ୟ ତୋର କଣ ଅଛି , ପୁଣି ଆଉ ଗୋଟାଏ ପଟେଇ ଦେବୁନି । କୌ ମନଟା ଦେଇଛ ଯେ ବାଧୁଛି । ଶଳା ଯେମିତି ଠାକୁର ସେମିତି ପୂଜା , ଗୋଟାଏ ବିରକ୍ତିରେ ଶେଷ କର୍ତ୍ତବ୍ୟ ତୁଲେଇବାକୁ ଦ୍ୟୁତିକୁ ଷ୍ଟେସନ ଛାଡିବା ଗଲା ବେଳକୁ କହିଥିଲି ଏତକ ।  

ତେବେ ଦିନକ ପରେ ଦୁଇଜଣଙ୍କୁ ଆବିଷ୍କାର କରିଥିଲି ହସ୍ପିଟାଲର ବେଡ ଉପରେ । ଯେଉଁଠି ଛିଡୁଥିଲା ସେମାନଙ୍କର ବିବାହର ତାରିଖ । ଗୋଟାଏ କଣ୍ଡିସନାଲ ଲଭରୁ ଜୀବନ ସାଥି ହେବାର ନିଷ୍ପତିରେ ପୁନର୍ଜୀବିତ ହେଉଥିଲା ପ୍ରେମ । ଆଉ ପ୍ରେମର ସଂକ୍ରମଣତାରେ ସଂକ୍ରମିତ ହୋଇ ମୋ ପରି ଗୋଟାଏ ନାମମାତ୍ର ପ୍ରେମିକ ଖୋଜୁଥିଲା ପ୍ରେମର ସଜ୍ଞା ସେମାନଙ୍କ ଆବରତତ୍ମାନରେ ।


Rate this content
Log in

Similar oriya story from Drama