Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Acharya

Inspirational

2  

Arabinda Acharya

Inspirational

ଲିଫ୍ଟ ପ୍ଲିଜ୍

ଲିଫ୍ଟ ପ୍ଲିଜ୍

2 mins
7.3K


(ମୋ ଚାକିରୀ ଜାଗାଟି ମୋର ନିଜ ଘର ଠାରୁ ୪୦ କିଲୋମିଟର ଦୂର | ସବୁବେଳେ ମୋତେ ଯିବା ଆସିବା କରିବାକୁ ପଡେ | କେବେ ଦୁଇ ଚକିଆ ତ କେବେ ଚାରି ଚକିଆରେ | ସେଇ ଯିବା ଆସିବା ଭିତରେ ଅନେକ ଲୋକ ମୋତେ ଲିଫ୍ଟ ମାଗନ୍ତି | ତାକୁ ନେଇ ଏ କାହାଣୀ |)

  ଜିଓ କମ୍ପାନୀର ପିଲାଟିଏ :

                  ସେଦିନ ପ୍ରାୟ ୪ଟା ବେଳେ ବାହାରି ପଡିଥିଲି | ମୋ ଟୁହୁଇଲର ନେଇ | ଠିକ୍ ଗାଁ ମୋଡ ପାରି ହେଲା ବେଳକୁ ୨୨ କି ୨୩ ବର୍ଷର ପିଲାଟିଏ ମୋତେ ଲିଫ୍ଟ୍ ମାଗିଲା | ବେଶଭୁଷା ତାର କଲେଜ୍ ପିଲା ପରି ଲାଗୁଥାଏ | କିନ୍ତୁ କଲେଜର ଡ୍ରେସ ନଥାଏ | ମୋତେ ପଚାରିଲା , ମୁଁ କେତେ ଦୁର ଯିବି | ମୁଁ କହିଲି, ସେ ଶୁଣି ଖୁସି ହେଇଗଲା | କାରଣ ସିଏ ମଧ୍ୟ ସେଇଠିକୁ ଯିବ | ଆଉ ବାଟରେ କେଉଁଠି ଓହ୍ଲେଇ ଅନ୍ୟ କାହାକୁ ଲିଫ୍ଟ୍ ମାଗିବାକୁ ପଡିବନି , ସେଇ ଖୁସିରେ |    ତାକୁ ପଛରେ ବସେଇ ମୁଁ ଏକ ଲୟରେ ଗାଡି ଚଲଉ ଥାଏ | ହଠାତ୍ ତା ଫୋନ୍ ବାଜିଲା | ସିଏ ଫୋନ୍ ରିସିଭ୍ କଲା ,

“ ହଁ .....କୁହ !”

“ଏଇ ଏବେ ତୁମ କଥା ଭାବୁଥିଲି | ମୋବାଇଲରେ ତୁମ ଫଟ ଦେଖି ସାରିଚି କି ନାହିଁ , ତୁମେ ଫୋନ୍ କଲ ପରା !”

(ଆର ପଟରୁ ଆସୁଥିବା କଥା ମୋତେ ଶୁଣାଯାଉ ନଥିଲା )

ମୁଁ ଖାଲି ସେ ପିଲାଟିର କଥାରୁ ଯାହା ଅନୁମାନ୍ କରୁଥିଲି କିଏ ଜଣେ ଝିଅ ବୋଧେ |

ପିଲାଟି କହି ଚାଲିଥିଲା .....

“ହଁ ଏଇ ଏବେ ଯାଉଚି , ଜଣେ ସାରଙ୍କ ସାଙ୍ଗରେ | ତାଙ୍କ ଗାଡିରେ |”

“ହଁ .. ମୁଁ ଖାଇଚି ,,,, ତୁମେ ?”

“ସଂଧ୍ୟାରେ ପହଞ୍ଚି ଯିବି ....ସେଠୁ ଟ୍ରେନରେ ସାଇଡକୁ ଯିବି | ସେଠି ୩ / ୪ ଜଣ ଅଛନ୍ତି | ସବୁ ଠିକ୍ ହବ , ତୁମେ ଚିନ୍ତା କରନି |”

“ଆରେ ! ମିଛ ନୁହେଁ , ସତ !

“ହଉ ... ତୁମେ କହୁଛ ଯଦି ଏଠୁ ଜଣକୁ ଦେଖି ବାହା ହେଇଯିବି |” ହସୁଥିଲା ପିଲାଟି ...

“ ତୁମେ ରେଡି ହେଇଥିବ ତାକୁ ବନ୍ଦେଇବା ପାଇଁ “

ଏମିତି ଅନେକ କଥା ହେଇ ହେଇ ଚାଲିଥାଏ | ମୁଁ ବେଳେ ବେଳେ ଅନ୍ୟ ମନସ୍କ ହେଇ ଯାଇ ସେ କଥାକୁ ଧ୍ୟାନ ଦେଇ ପାରୁ ନଥିଲି |

ବହୁତ ସମୟ କଥା ହେଲାପରେ ଫୋନ୍ କଟିଲା |

ମୁଁ ତାକୁ କିଛି ପଚାରିବାକୁ ଭାବୁଥିଲି , ଠିକ୍ ଏତିକିବେଳେ ଆଉ ଥରେ ଫୋନ୍ ଆସିଲା |

ପିଲାଟି କହୁଥିଲା ....

“ହାଲୋ ! ବିର ! ମୁଁ ଆଉ ଟିକେ ପରେ ଷ୍ଟେସନରେ ପହନଚିବି | ତୁ ବ୍ୟସ୍ତ ହୋ ନା |”

“ ନାଇଁ ନାଇଁ .......ଏତେ ଖଟି ହବନି .... ବାବୁକୁ ସିଧା କହିଦେ ଆଉ ଦୁଇଜଣ ପିଲା ଦେବେ “

“ପଇସା ପତ୍ର ଠିକ୍ ସେ ମିଳୁନି । ସେଥିରେ ପୁଣି ଅଧିକା କାମ ........ହବନି କହିଦେ “

“ହଉ ... ରଖୁଚି ....ପରେ କଥା ହେବି |”

 ସିଏ ଫୋନ୍ ରଖିଲା | ମୁଁ ପଚାରିଲି ,

“କେଉଠି କଣ କାମ କର କି ?”

“ଆଜ୍ଞା ! ଏଇ ଜୋଉ ଜିଓ ଟାବାର୍ ରେ “

“କଣ କେତେ ଦିଅନ୍ତି ?”

“କଣ ଆଜ୍ଞା ,ମାତ୍ର ଦଶ ହଜାର | ଆଜିକାଲି ଦଶ ହଜାରରେ କଣ ହବ କହିଲେ ?”

“ହଁ !”

“ଟିଏ , ଡିଏ ମିଳେ , ସେଥିରେ ୨୦୦ ଜାଗାରେ ୫୦୦ ମାଗୁ |”

ଏମିତି କଥା ହେଉ ହେଉ ସିଏ ଓହ୍ଲେଇବା ଜାଗା ପହଂଚି ଗଲା |

“ଥାନ୍କ୍  ଆଜ୍ଞା !”

କହି ଚାଲିଗଲା ...

ସେ ଗଲା ପରେ ଭାବିଲି ....ଆରେ ସେ ପିଲାଟିର ନାଁ ତ ପଚାରିଲିନି ?

 

 

 


Rate this content
Log in

Similar oriya story from Inspirational