Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Tragedy

3  

Kamal Kumar Dash

Tragedy

ଆଇସ୍ କ୍ରିମ

ଆଇସ୍ କ୍ରିମ

2 mins
7.5K


କିଏ ଜଣେ କହିଲା ଜିଲି ମରିଗଲା ହେଲେ ମୋର ବିଶ୍ୱାସ ହେଲାନି । କାରଣ ଦି ଦିନ ତଳେ ସେ ପାଖ ସହରକୁ ଯାଇଥିଲା କିଛି ଟ୍ରିଟମେଣ୍ଟ ପାଇଁ ।

ଏତେ ରୋଗିଣା ନା ବି ଦେଖାଯାଉ ନଥିଲା ସେ । ମୁଁ ଜଣଙ୍କୁ ପଚାରିଲି ତାର କଣ ହୋଇଥିଲା ବୋଲି ? ସେ କହିଲା ତାର ରକ୍ତରେ କିଛି ଇନଫେକ୍ସନ ହୋଇଥିଲା ଯାହା କି କମିଲାନି ।

ଆଉ କିଏ କହିଲା ,କିଛି ମେଡ଼ିସିନ ରିଆକସନ ହୋଇଗଲା । କଥା ତ ଅନେକ ଥିଲା ହେଲେ ସେ ଆଉ ନଥିଲା । ସନ୍ଧ୍ୟା ରେ ତାର ଡେଡ଼ ବଡି ଆସି ପହଁଚିଲା ।

ତାଙ୍କ ଘର ଲୋକ ୧୦୦୦ କିମି ଦୂରରୁ ଆସୁଥିଲେ । ସେଥି ପାଇଁ ତା ବଡିକୁ ବଡ଼ ବଡ଼ ବରଫ ଖଣ୍ଡ ଭିତରେ ରଖା ଯାଇଥିଲା ।

ଜିଲି ମୋ ଶ୍ରିମତିକଂର ସାଙ୍ଗ ଥିଲା । କଲୋନୀ ର ସବୁ ପ୍ରୋଗ୍ରାମରେ ସେ ଆଗରେ ରହୁଥିଲା । ହୋଲିରେ ଘର ଘର ବୁଲି ସମସ୍ତଙ୍କୁ ମିଠା ଖୁଆଉଥିଲା ଓ ରଙ୍ଗ ବି ଲଗାଉଥିଲା । ଯଦି କିଏ କହୁଥିଲା ତା ଦେହ ଖରାପ ବୋଲି , ସେ କହୁଥିଲା ମୋର ଦେହ ବି ବହୁତ ଖରାପ ଭାଉଜ ହେଲେ ମୁଁ ତ ଖେଳୁଚିନା । ତୋର କଣ ହୋଇଛି ପଚାରିଲେ , ପରେ କହିବି କହି ଚାଲି ଯାଉଥିଲା ।

ସନ୍ଧ୍ୟା ରେ ତାଙ୍କ ଘର ପରିବେଶ ଦୁଃଖରେ ବୁଡି ଯାଇଥିଲା । ଆମେ କିଛି ସମୟ ପରେ ପହଁଚିଲୁ । ତା ୨ ବର୍ଷର ଛୋଟ ଝିଅ ଏ ସବୁ କିଛି ବୁଝୁ ନଥିଲା ।ସେ ପାଖ ଘରେ ଖେଳୁ ଖେଳୁ , ତା ମା ଶୋଇଥିବା ଘରକୁ ଚାଲି ଆସିଲା ଭାବିଲା ତା ମାମା ବୋଧେ ହାଲିଆ ହୋଇ ଶୋଇପଡିଛି ।ସେ କହିଲା ମାମା ମାମା ଉଠନା ଏ ବଡ଼ ଆଇସ କ୍ରିମରୁ ମୋତେ ଟିକେ ଦିଅନା ମାମା । ସେ ଜାଣି ନଥିଲା ଯେ ତାର ମାମା ସବୁ ଦିନ ପାଇଁ ଶୋଇଯାଇଛି ଆଉ କେବେ ଉଠିବନି ବୋଲି ।ସେ କାନ୍ଦୁଥିଲା , ତାକୁ ବୁଝାଇବାକୁ କାହା ପାଟିରେ ଶବ୍ଦ ନଥିଲା । ତା କଥା ଶୁଣି ମୋ ଆଖିରେ ଲୁହ ଆସି ଯାଇଥିଲା , ଅନ୍ୟ ମାନଙ୍କ ଆଖି ବି ଭରିଯାଇଥିଲା ଲୁହରେ ।


Rate this content
Log in

Similar oriya story from Tragedy