Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bulu Polai

Abstract

2  

Bulu Polai

Abstract

ପାଇଛେ କ'ଣ? କିଛିତ ନୁହଁ

ପାଇଛେ କ'ଣ? କିଛିତ ନୁହଁ

2 mins
593


ପାଇଛେ କ'ଣ? ଯାହାତ ପାଇଛେ, ତାହା ପୁଣି ହରାଇଛେ |'ପାଇବା 'ର ଉପଯୁକ୍ତ ପ୍ରଯୁଜ୍ୟ ଅର୍ଥ କ'ଣ? 'ପାଇବା'କଥାକୁ ମୁଁ ସହଜରେ ଗ୍ରହଣ କରି ପାରୁନି |ଅମୁକ ପାଇଲି.... ସମୁକ ପାଇଲି.... ଢ଼ିଙ୍କି ମାଲ ଇତ୍ୟାଦି ଇତ୍ୟାଦି |କ'ଣ ସବୁ ଚରସ୍ଥାୟୀ? ପରିବର୍ତନ ସଂସାରର ନିୟମ |ଦୈନନ୍ଦିନ ଜୀବନରେ ଯାହା ପାଉଛୁ କହୁଛୁ ତାହା କେବଳ ଉପଭୋଗ୍ୟ |ବ୍ୟାପକ ଅର୍ଥରେ ଵୁଝିଵାକୁ ହେଲେ ଏ ବିଶ୍ୱରେ କୌଣସି ଟି ଚିରସ୍ଥାୟୀ ନୁହଁ |ଏମିତି କି ଜୀବ ଜଗତ, ଉଦ୍ଭିଦ, ଜଡ଼ ବସ୍ତୁ ପଦାର୍ଥ ସବୁ କ୍ଷଣସ୍ଥାୟୀ |କେବଳ ଉପଭୋଗ୍ୟ ଓ କିଛି ଦିନ ପାଇଁ ସାଇତି ରଖିବାକୁ ଦ୍ରବ୍ୟ, ଜିନିଷ, ଧନ କୁ ଆମେ ପାଇଛେ କହୁ |

ଶୈଶବ ରୁ ଯୌବନ, ଯୌବନ ରୁ ବାର୍ଦ୍ଧକ୍ୟ ଏହା ତ ଏକ ପ୍ରକ୍ରିୟା |ସୀମିତ ଜୀବନ ଭିତରେ ପରିବାର, ଜ୍ଞାତି କୁଟୁମ୍ବ, ବନ୍ଧୁ ବାନ୍ଧବ ସବୁତ ପାଇଥିଲେ, ଯେମିତି ଧୀରେ ଧୀରେ ପାଇଥିଲେ ସେମିତି ହରାଇଲେ |ଜନ୍ମ ନେଇ ଥିଲି, ମୁଁ ବି ଦିନେ ନଥିବି |ଜୀବନ କାଳରେ ମଣିଷ ଦୁଃଖ ଯାତନା ସହ ଅନେକ ସୁଖ ପାଆନ୍ତି |ତାହା କ'ଣ ସବୁଦିନେ ରହେ? ନା' କେବେ ନୁହଁ |ମାନସିକ ଶାନ୍ତି ଓ ବିଷାଦ ଗ୍ରସ୍ତ ଜୀବନର ପ୍ରହେଳିକାରେ କେବଳ ଶାରୀରିକ ପୀଡା ଓ ଫୁର୍ତି ପରିଲିକ୍ଷିତ ହୁଏ |ଏ ଯେଉଁ ଧନ, ଜୀବନ, ଯୌବନ କେବଳ ମଣିଷ ର ସୀମିତ ସାଧନ |ବେଳେ ବେଳେ 'ପାଇବା'ର ଅର୍ଥ ଖୋଜୁଥାଏ ଆତ୍ମ ଚିନ୍ତନରେ, ଏନ୍ତୁଡ଼ି ଶାଳାରୁ ମଶାଣି ଯାଏ କେବଳ ଶରୀର, ପରିବାର, ବନ୍ଧୁ ବାନ୍ଧବ ପାଇଁ ଯାହା ଆବଶ୍ୟକ ସାଧନ ତାହା ହିଁ କରିଥାଉ ତାହା ନିମିତ୍ତ ମାତ୍ର |କେବେ ବାସ୍ତବ ସୁଖ ପାଇବାର ଆନନ୍ଦ ହିଁ ଲଭି ନାହିଁ |ଯାହା ମହାନନ୍ଦ ଓ ଚିରାନନ୍ଦ |ଯେଉଁ ସୁଖ ପାଇଲେ ମଣିଷ ସଦଗତି ପାଏ ଓ ଆତ୍ମ ତୁଷ୍ଟି ଲାଭ କରେ |ଇଶ୍ଵରୀୟ ଚିନ୍ତା ଓ ଚେତନା ଜାଗ୍ରତ ହେଲେ, ଦୈହିକ ସୁଖ ତୁଚ୍ଛ ଲାଗେ |ଆତ୍ମା ଓ ପରମାତ୍ମା ର ମିଳନରେ ସଂସାର ଚକ୍ର ଆବଦ୍ଧ ଭାଙ୍ଗି ଥାଏ |ସଂସାର ଭିତରେ ରହି ମଧ୍ୟ କର୍ମ ଓ ଭକ୍ତି ମାର୍ଗରେ ଇଶ୍ଵରୀୟ ସତ୍ତା ଲଭି ପରିବା, ତାହା ହିଁ ବାସ୍ତବ ସୁଖ ଯାହା ମୁନି ଋଷି ମାନେ କହିଯାଇଛନ୍ତି |


ଇଶ୍ଵର ପ୍ରାପ୍ତିର ମାର୍ଗ ଵେଦ, ପୂରାଣ ଓ ଗ୍ରନ୍ଥ ରେ ବର୍ଣିତ |ହେଲେ ସଂସାରୀ ହୋଇ ମଧ୍ୟ ଭକ୍ତି ଓ କର୍ମ ମାର୍ଗ ରେ ପରମାତ୍ମା ଙ୍କ ସନ୍ଧାନ ହିଁ ପରମସିଦ୍ଧି ଓ ପରମ ସୁଖ |ମୋ ମତରେ ମଧ୍ୟ 'ପାଇବା'ର ପ୍ରକୃତ ଅର୍ଥ ପରମ ଶାନ୍ତି ପାଇବା |ପରମେଶ୍ୱର ଙ୍କ ସାନିଧ୍ୟ ଲାଭ କରିବା ହିଁ ଜୀବନ ର ଲକ୍ଷ୍ୟ ହେବା ଉଚିତ ଯାହା ପାଇଲେ ସଂସାର ସୁଖ ତୁଚ୍ଛ |ଯାହା ଥରେ ପାଇଲେ ଆଉ ହଜେଇବାର ଭୟ ନଥାଏ |ଜନ୍ମ ମୃତ୍ୟୁ ଚକ୍ରରୁ ଚିର ଦିନ ପାଇଁ ମୁକ୍ତି ମିଳେ |'ପାଇବା' କେବଳ ଚିର ଓ ସ୍ଥିର ଏବଂ ସାଂସାରିକ ଭୋଗ୍ୟ ପାଇବା, 'ପାଇବା 'ର ବାସ୍ତବିକତାକୁ ବୁଝାଏ ନାହିଁ |ପାଇବା' ର ଅର୍ଥ କିଛି ନିର୍ଦ୍ଧିଷ୍ଟ ସମୟ, ବର୍ଷ, ମାସ, ଦିନ ପାଇଁ ନୁହଁ |ପାଇବା'ତ ପରମାତ୍ମା ଙ୍କ ଠାରେ ଲୀନ ହେବା ସତ ଚିତ୍ତ ଆନନ୍ଦ ରେ ମଜ୍ଜି ଯିବା |


Rate this content
Log in

Similar oriya story from Abstract