Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasant Kumar Senapati

Others

3  

Prasant Kumar Senapati

Others

ଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

2 mins
7.5K


ଜଣେ ପୋଷ୍ଟମ୍ୟାନ କୌଣସି ଏକ ଘର ସାମନାରେ ଠିଆହୋଇ ଡାକିଲା ଚିଠି ଆସିଛି ନିଅନ୍ତୁ । ଘର ଭିତରୁ ଏକ ଝିଅ ଉତ୍ତର ଦେଲା ହଁ ଆସୁଛି । ତିନି ଚାରି ମିନିଟି ବିତିଯିବା ପରେ କେହି ନଆସିବାରୁ ପୋଷ୍ଟଭ୍ୟାନ ଆଉଥରେ ଡାକିଥିଲା, ଘରେ କିଏ ଅଛ କି ନାହିଁ ? ଚିଠି ଆସିଛି ଟିକେ ଶିଘ୍ର ନିଅନ୍ତୁ । ପୁନର୍ବାର ଝିଅଟି କହିଲା ଆପଣ ଦରଜା ବାହାରେ ଛାଡି ଯାଆନ୍ତୁ ମୁଁ ନେଇଯିବି । ପୋଷ୍ଟମ୍ୟାନ ଉତ୍ତର ଦେଲେ ରେଜିଷ୍ଟର୍ଡ ଚିଠି । ହସ୍ତାକ୍ଷର ନେବାକୁ ହେବ । ତେଣୁୁ ମୁଁ ଅପେକ୍ଷ୍ୟା କରିଛି ଶିଘ୍ର ଆସନ୍ତୁ । ଛଅ ସାତ ମିନିଟ୍ ବିତିଯିବା ପରେ କବାଟ ଖୋଲିଲା । ପୋଷ୍ଟମ୍ୟାନ ଚିଡିଯାଇ କିଛି କହିବାକୁ ଚାହୁଁଥିଲା କିନ୍ତୁ ଝିଅଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ଝିଅଟି ଅପାହିଜ ଥିଲା । ପୋଷ୍ଟମ୍ୟାନ ଚୁପ୍ଚାପ୍ ଚିଠି ଦେଇ ହସ୍ତାକ୍ଷର ନେଇ ଚାଲିଗଲା । ସେଦିନ ଠାରୁ ଯେବେ ବି ଝିଅଟିର ଚିଠି ଆସେ ପୋଷ୍ଟମ୍ୟାନ ଥରୁଟିଏ ଡାକ ଦେଇ ଝିଅଟି ଆସିବା ପର୍ଯ୍ୟନ୍ତ ଚୁପଚାପ୍ ଅପେକ୍ଷ୍ୟା କରି ରହେ । ଥରେ ଝିଅଟି ଦେଖିଲା ପୋଷ୍ଟମ୍ୟାନ ଖାଲି ପାଦରେ ଚାଲି ଚାଲି ଆସୁଛି । 

 

ଦୀପାବଳି ପାଖେଇ ଆସୁଥିଲା । ଝିଅଟି ଭାବିଲା ପୋଷ୍ଟମ୍ୟାନକୁ କଣ ଉପହାର ଦେବି । ଦିନେ ପୋଷ୍ଟମ୍ୟାନ ଚିଠି ଦେଇ ଯିବା ପରେ ମାଟି ଉପରେ ପଡିଥିବା ତାର ପାଦଚିହ୍ନକୁ କାଗଜରେ ଉତ୍ତାରି ମାପ ନେଇଗଲା । ପରଦିନ ଘରକୁ କାମ କରିବାକୁ ଆସୁଥିବା ଚାକରଣୀ ସାହାଯ୍ୟରେ ହଳେ ଚପଲ ନେଇଆଣିଲା । ଦୀପାବଳି ପୂର୍ବଦିନ ପୋଷ୍ଟମ୍ୟାନ ଘର ଘର ବୁଲି ଚିଠି ବାଣ୍ଟିବା ସହିତ ଦୀପାବଳିର ବଧାଇ ଜଣାଇଲା । ଅନେକ ଲୋକ ଦୀପାବଳୀର ଶୁଭ ଅବସରରେ ତାକୁ ବହୁତ ଉପହାର ଦେଲେ । ପୋଷ୍ଟମ୍ୟାନ ଭାବିଲା ସେ ଝିଅର ଘରେ କେହି ନାହାନ୍ତି ତେଣୁ ତାକୁ ବଧାଇ ଜଣାଇବା ଉଚିତ୍ । ସେ ଝିଅ ଘରକୁ ଯାଇ ତାକୁ ମଧ୍ୟ ଶୁଭ ଅଭିନନ୍ଦନ ଜଣାଇଲା । ଝିଅଟି ଘର ଭିତରକୁ ଯାଇ ଉପହାର ପ୍ୟାକେଟ୍ ଆଣି ପୋଷ୍ଟମ୍ୟାନକୁ ଦେଲା । ପୋଷ୍ଟମ୍ୟାନ କହିଲା ତୁମେ ମୋ ଝିଅ ପରି । ମୁଁ ତୁମ ପାଖରୁ କିପରି ଉପହାର ଗ୍ରହଣ କରିବି ? ଝିଅଟି ଆଗ୍ରହ କରି କହିଲା ଆପଣ ମୋ ଉପହାରକୁ ଗ୍ରହଣ କରନ୍ତୁ ନାହିଁ । ପୋଷ୍ଟମ୍ୟାନ ପ୍ୟାକେଟ୍ ନେଇ ଚାଲିଗଲା । ଘରେ ଯାଇ ଯେତେବେଳେ ସେ ପ୍ୟାକେଟ୍ ଖୋଲିବା ମାତ୍ରେ ବିସ୍ମିତ ହେଲା । କାହିଁକି ନା ସେଥିରେ ତାର ପାଦ ମାପ ଅନୁଯାୟୀ ହଳେ ଯୋତା ଥିଲା । ତାର ଆଖି ଜକେଇ ଆସିଲା ଓ କେଇ ଟୋପା ଲୁହ ଅଜାଣତେ ତାର ଆଖିରୁ ଝରିପଡିଲା । 

 

ପରଦିନ ପୋଷ୍ଟମ୍ୟାନ ଅଫିସରେ ପହଞ୍ଚି ଅନୁରୋଧ କଲା ଯେ ମୋତେ ଏଠାରୁ ବଦଳି କରି ଦିଆଯାଉ । ପୋଷ୍ଟମାଷ୍ଟର କାରଣ ପଚାରିବାରୁ ସେ ଯୋତା ହଳକ ଟେବୁଲ୍ ଉପରେ ରଖି ସଭସ୍ତ କାହାଣି ଶୁଣେଇଲା ଓ ରୁନ୍ଧ ଗଳା ଲୁହ ଭରା ଆଖିରେ କହିଲା ଆଜିଠାରୁ ସେ ଗାଁକୁ ମୁଁ ଆଉ ଯାଇପାରିବିନି । ସେ ଅପାହିଜ ଝିଅଟି ମୋର ଖାଲି ପାଦ ଦେଖି ଯୋତା ଉପହାର ଦେଲା ହେଲେ ମୁଁ କେଉଁଠୁ ତା ପାଇଁ  ଗୋଡ ଆଣି ଉପହାର ଦେବି । 

 

ମିତ୍ର ସମ୍ବେଦନଶୀଳତା ବିନା ମନୁଷ୍ୟ ଅଧୂରା ଅଧୂରା ଲାଗେ । ମୋର ଇଶ୍ବରଙ୍କ ନିକଟରେ ପ୍ରାଥନା ସମସ୍ତଙ୍କ ମନରେ ସମ୍ବେଦନଶୀଳତା ଭରି ଦିଅନ୍ତୁ । ଜଣେ ଅନ୍ୟଜଣକ ପାଇଁ ବ୍ୟସ୍ତ ଅନୁଭବ କରୁ । ଜଣେ ଅନ୍ୟଜଣକ ଦୁଃଖରେ ଦୁଃଖୀ ହେଉ । କୌଣସି ସଂକଟ ସମୟରେ କେହି ନିଜକୁ ଏକା ଅନୁଭବ ନକରୁ । ଏପରି ଅନୁଭବ କରୁ ଯେମିତି ସାରା ସଂସାର ତାର ଦୁଃଖରେ ଦୁଃଖୀ ଅଛନ୍ତି ଓ ତାର ସଂକଟ ଘଡିରେ ପଛେ ପଛେ ସାଥ୍ ଦେଉଛନ୍ତି । 

  

ଜୟ ଜଗନ୍ନାଥ ।


Rate this content
Log in