Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଆଉ ଜଣେ କାଉଲ୍-ଅଷ୍ଟମ ଭାଗ
ଆଉ ଜଣେ କାଉଲ୍-ଅଷ୍ଟମ ଭାଗ
★★★★★

© ପ୍ରଶାନ୍ତ କୁମାର ବେହେରା

Others

4 Minutes   7.6K    14


Content Ranking

( ସମସ୍ତ ଚରିତ୍ର କାଳ୍ପନିକ ବୋଲି ଧରିନେବାକୁ ବିନମ୍ର ଅନୁରୋଧ )

ସେଦିନ ସକାଳ ୧୦ଟା ବେଳକୁ ବାବୁନା ତା ତଳି କିଆରି ଦେଖିବାକୁ ଆସିଲା l କିଆରି ଅବସ୍ଥା ଦେଖି ତା ମୁଣ୍ଡ ପୁରା ଖରାପ l ସବୁ ତଳି ପୁରା ନଷ୍ଟ ହୋଇଯାଇଥାଏ l ଖୁବ୍ ମନ ଦୁଃଖରେ ସେ କିଆରିକୁ ଦେଖୁଥାଏ l କିଛି ଦୂରରେ ବି ବାଡ ଭାଙ୍ଗି ତଳି ଖାଇବା ସହ ନଷ୍ଟ କରିଥିବା ଜଇପୁର ଷଣ୍ଢ ତାକୁ ଦୃଷ୍ୟମାନ ହେଉଥାଏ l ବାବୁନାର ଏ ଅବସ୍ଥା ନିଜ ଘରର ଝରକା ଦେଇ ଦେଖି ଭାଇ ଆମର ମନେ ମନେ କହିଉଠିଲେ, " ନେ ରେ ପୁଅ ଏବେ ନାମ, ସେଦିନ ସେ ମଦ ବୋତଲ ବିଲରେ ଦେଖି ଯେଉଁ ସବୁ ଭାଷା ଅଭାଷା କହିଥିଲୁ ସବୁର ଏ ହେଉଛି ସୁଧ ମୂଳ ସହ ଫେରସ୍ତ l"

କିଛି ସମୟ ପରେ ଭାଇ ଘର ଭିତରୁ ବାହାରି ଆସି ବାରଣ୍ଡାରେ ବୁଲିବା ଆରମ୍ଭ କଲେ l ବାବୁନା ତଳି କିଆରି ଭିତରୁ ମନ ଦୁ୍ଃଖରେ ବାହାରି ଆସି ଭାଇଙ୍କୁ ନମସ୍କାର କରି କହିଲା, " ସାର୍ ସେ ଷଣ୍ଢଟା ବାଡ ଭାଙ୍ଗି ସବୁତକ ତଳି ଖାଇ ନଷ୍ଟ କରିଦେଲା l"

ଏମିତିରେ ଭାଇ ଆମର ନମସ୍କାର ବହୁତ ପାଆନ୍ତି l କଲେଜର ଛାତ୍ରଛାତ୍ରୀ ମାନେ ସବୁବେଳେ ନମସ୍କାର କରିନ୍ତି l କିନ୍ତୁ ଏ ବାବୁନା ନମସ୍କାରଟା ଆଜି ଭାଇଙ୍କୁ କାଇଁ କେମିତି କେମିତି ଲାଗିଲା l ତାଙ୍କ ମନ ଭିତରୁ କେଉଁଠୁ ଯେମିତି ଦୁଃଖ ହାବୁକାଏ ବାହାରି ଆସିଲା ବାବୁନାର ଦୁଃଖ ଦେଖି l ତା ମାନେ ଏ ଭିତରେ ବାବୁନା ତାଙ୍କ ବିଷୟରେ ସବୁ ବୁଝି ନେଇଛି l ଭାଇ ତା ସହ କିଛି ସମୟ ଏଣୁ ତେଣୁ ତା ଘର ପରିବାର ବିଷୟରେ ପଚାରିଲେ l ଏମିତି କଥାବାର୍ତ୍ତା ଭିତରେ ଭାଇ ହଠାତ୍ ବାବୁନାକୁ ପଚାରିଲେ, " ତୁମର ମାଲ୍ ପାଣି ଚଳେ ? "

ବାବୁନାର ଦୁଃଖ ମୁହଁରେ ହଠାତ୍ ଖୁସିର ଭାବ କେଉଁଠୁ ମାଡି ଆସିଲା l ନିଜ କାନକୁ ଟିକେ କୁଣ୍ଡେଇ କହିଲା, " ହଁ ସାର୍ କେତେବେଳେ କେମିତି ନିଏ l"

ନିଶାଖୋର୍ ଲେକ ମାନଙ୍କର ଗୋଟେ ବିଶେଷ ଗୁଣ ହେଉଛି ସେମାନେ ନିଜ ନିଶାଡି ଭାଇ ମାନଙ୍କୁ ସହଜରେ ଚିହ୍ନିନେବା ସହ ଅଳ୍ପ ସମୟରେ ପରଷ୍ପର ସହ ଖୁବ୍ ଘନିଷ୍ଠ ବନ୍ଧୁ ପାଲଟିଯାନ୍ତି l

ଭାଇ ଏଥର ଘରକୁ ଯାଇ କିଛି ଟଙ୍କା ଆଣି ବାନୁନାକୁ ଦେଇ ବଜାରରୁ ମାଲ୍ ସହ ଚାଖଣା କିଣି ଆଣିବାକୁ କହିଲେ l ବାବୁନା ପୁରା ଖୁସିରେ ଝୁମି ଝୁମି ପଇସା ନେଇ ମାଲ୍ ଆଣିବାକୁ ବଜାରକୁ ଚାଲିଲା l ଏବେ ବାବୁନାର ସେ ତଳି ନଷ୍ଟ ହେବାର ଦୁ୍ଃଖ ଆଦୌ ନଥିଲା l

ବାବୁନା ବିଜୁଳି ବେଗରେ ବଜାରରୁ ମଦ ସହ ଚାଖଣା ନେଇଆସିଲା l ଉଭୟ ମାଲ୍ ପିଇବାରେ ମସଗୁଲ୍ ହୋଇଗଲେ l ଭାଇ ସିଧା ବୋତଲରେ ପିଉଥିଲେ ଆଉ ବାବୁନା ଗ୍ଲାସରେ l ଭାଇଙ୍କ ବୋତଲ ଟେକା ଷ୍ଟାଇଲ୍ ଦେଖି ବାବୁନା ପୁରା ଆବାକାବା ହୋଇଯାଉଥାଏ l ମନେ ମନେ ଭାବୁଥାଏ ଏ ତ ସତରେ ମାଲ୍ ପିଇବାରେ ପୁରା ମାହିର୍ l ତା ଗୁରୁ ହେବାର ସମସ୍ତ ଯୋଗ୍ୟତା ୟାଙ୍କ ଭିତରେ ଅଛି l

ଭାଇଙ୍କୁ ଟିକେ ନିଶା ହେବା ପରେ ବାବୁନାକୁ କହିଲେ, " ଆରେ ବାବୁନା ସେ ଯେଉଁ ଷଣ୍ଢ ତମ ତଳି ଖାଇଛି ସେ ଏଠିକାର ନୁହେଁ l "

ବାବୁନା ଭାଇଙ୍କ ସହ ଏକାଠି ବସି ମଦ ପିଇବାକୁ ନିଜର ଭାଗ୍ୟ ବୋଲି ଭାନୁଥାଏ l ଜଣେ ମହାପୁରୁଷଙ୍କ ସହ ବସି ମଦ ପିଇବା ପରି ତାକୁ ଲାଗୁଥାଏ l ଏ କଣ ଛୋଟିଆ କଥା ? ସେ ବି ନିଶାରେ କହିଲା, " ଏଠିକା ଷଣ୍ଢ ନୁହେଁ ତ କେଉଁଠିକାର ଭାଇ ? "

ବାବୁନା ପ୍ରଥମରୁ ଭାଇଙ୍କୁ ସାର୍ ବୋଲି ସମ୍ବୋଧନ କରୁଥିଲା l କିନ୍ତୁ ଏକାଠି ବସି ମାଲ୍ ପିଇବା ପରେ ସାର୍ ଶବ୍ଦଟା କାଇଁ ଠିକ୍ ଲାଗୁନଥିଲା l ତେଣୁ ଭାଇ ବୋଲି କହିବା ଠିକ୍ ହେବ ବୋଲି ଧରିନେଲା l

" ସେ ହେଉଛି ଜଇପୁରର ଷଣ୍ଢ l" ଭାଇ ପୁଣି ବୋତଲରୁ ଦୁଇ ଢୋକ ମାରିଦେଇ କହିଲେ l

ବାବୁନା ଏଥର ଜୋର୍ ରେ ହସି ଉଠି କହିଲା, " ଭାଇ ମିଛ କଥା l ଏତେ ବାଟରୁ ଷଣ୍ଢ କାଇଁ ଆସିବ କହିଲେ ? "

ଭାଇ ଏଥର ପୁରା ସିରିୟସ୍ ହୋଇ କହିଲେ, " ମୁଁ ତାକୁ ଆଣି ତମ ତଳି କିଆରିରେ ପୁରାଇଛି l ସେଦିନ ହଳ କଲାବେଳେ ମଦ ବୋତଲ ସବୁ ଦେଖି ଯେତେ ଭାଷା ଅଭାଷାରେ ଗାଳି କରିଥିଲ ସେଇ ରାଗରେ ମୁଁ ଏମିତି କଲି l"

ବାବୁନା ଏଥର କହିଲା, " ଭାଇ ମିଁ ଯଦି ଜାଣିଥାନ୍ତି ଆପଣ ସେ ବୋତଲ ସବୁ ପକାଇଛନ୍ତି କେବେ କିଛି କହି ନଥାନ୍ତି l"

ଭାଇ କହିଲେ, " ମିଛ କାଇଁ କହୁଛ, ସେତେବେଳେ ତମେ କଣ ମୋତେ ଚିହ୍ନିଥିଲ ଯେ କିଛି କହି ନଥାନ୍ତ ? ହଉ ଛାଡ, ସେ ତଳିରେ ତମର କେତେ ଖର୍ଚ ହୋଇଛି କୁହ ମୁଁ ଦେଇଦେବି l"

ବାବୁନା କହିଲା, " ନାଇଁ ଭାଇ ସେକଥା ଛାଡନ୍ତୁ l ପଇସା ଆପଣଙ୍କ ଠାରୁ ନେବା ଠିକ୍ ହେବନି l"

କିନ୍ତୁ ଭାଇଙ୍କର ସେଇ ଗୋଟେ ଜିଦ୍ l କେତେ ପଇସା କୁହ l ରାଗରେ ତମର ବହୁତ କ୍ଷତି କରିଛି l ଏବେ କ୍ଷତିପୂରଣ କରିଦେଲେ ଯାଏ l

ଶେଷକୁ ଭାଇଙ୍କ ଜିଦ୍ ଆଗରେ ହାର ମାନିବାକୁ ବାଧ୍ଯ ହେଲା ବାବୁନା l ସେଦିନ ତାକୁ କ୍ଷତିପୂରଣ ବାବଦକୁ ଭାଇଙ୍କଠାରୁ ଟଙ୍କା ନେବାକୁ ହେଲା l

ତେଣୁ ଭାଇ ହେଉଛନ୍ତି ସତରେ ଗୋଟେ ଖୁବ୍ ବିଚିତ୍ର ଲୋକ l ଗାଳି ଖାଇବା ପରେ ରାଗରେ ଜଇପୁରରୁ ଷଣ୍ଢ ଆଣି ବାବୁନା ଜମିରେ ପୁରାଇ ତା ତଳି ନଷ୍ଟ କରି ପୁଣି ତା ସହ ଏକାଠି ମଦ ପିଇ ସବୁ କଥା କହି କ୍ଷତିପୂରଣ ବାବାଦକୁ ଟଙ୍କା ଦେବେ ଏମିତି ଲୋକ ଏ ପୃଥିବୀରେ ନିଶ୍ଚେ ଖୁବ୍ କମ ବାହାରିବେ l ଭୁଲ୍ କରିବା ଆଉ ତାପରେ ମୁକ୍ତ କଣ୍ଠରେ ତାକୁ ସ୍ୱୀକାର କରିବା ଏମିତି ସାହସ କେବଳ ସେଇ କାଉଲ୍ ମାନଙ୍କ ପାଖରେ ହିଁ ସମ୍ଭବ l

( କ୍ରମଶଃ ........)

********************************************

ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬

ବାବୁନା ମଦ କ୍ଷତିପୂରଣ

Rate the content


Originality
Flow
Language
Cover design

Comments

Post

Some text some message..