Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Comedy Tragedy

2.4  

Amiya Bej

Comedy Tragedy

✿ ଚିଟିଂ ✿

✿ ଚିଟିଂ ✿

8 mins
14.8K


✿ ଚିଟିଂ ✿

{୧}

ଛଡେଇ ନେଇ ଚାଲିଗଲା ମୋ' ହାତରୁ ମୋବାଇଲ୍ ତା' ପଢାଘରକୁ !

- ଆରେ ଦେ' ମୋର କାମ ଅଛି ।

- କିଛି କାମ ନାହିଁ । ମିଛୁଆ । ସବୁବେଳେ ଖାଲି ହ୍ୱାର୍ଟସପ୍ ନହେଲେ ଫେସବୁକ୍ ।

- ଦେ ଟିକେ । ତୁ' କଣ କରିବୁ କହିଲୁ ?

- ୟୁ'ଟ୍ୟୁବ୍ ରେ ପୋକେମନ ଦେଖିବି । ମାତ୍ର ଗୋଟେ ଏପିଶୋଡ଼ !

- ହଉ ଫେରାଇବୁ ଶିଘ୍ର ।

- ହୁଁଉଁଉଁ ।

{୨}

ନ' ବର୍ଷର ପିଲାଟା । ଷ୍ଟାଣ୍ଡାର୍ଡ ଫୋର୍ ରେ ଏବେ । ମନଟା ଘାଣ୍ଟି ହେଉଥାଏ । ହଜାରେ ଲଫଡା ମୋ' ମୋବାଇଲ୍ ରେ !! ସବୁ ହିଷ୍ଟ୍ରୀ ଡିଲିଟ୍ କରିଛି ନା ନାଇଁ ମୁଁ ? ଗ୍ୟାଲେରୀରୁ ୟାଡୁସ୍ୟାଡୁ ଫଟୋ , କ୍ଲିପ୍ ଆଦି ସଫା ଅଛିତ ? ଏଇ ବେଳେ ଆମ ବଦମାସ୍ ହ୍ୱାର୍ଟସପ୍ ଗ୍ରୁପବାଲା ଯଦି କିଛି ଅଡୁଆ କଲେ ତ କଥା ସଇଲା । କିଏ ଯଦି ଆଣ୍ଟି ଭିଡ଼ିଓ ଚାର୍ଟ ଆରମ୍ଭ କରିଦେଲା ନା' , ସେ ସିଧା ଯାଇ ତା' ମାମାକୁ ଦେଖେଇଦେବ !

ପୋକେମନ ର ଅଧଘଣ୍ଟିଆ ଶୋ' ଭିତରେ , କିଛି ଯେ ମୋ' ଅଡୁଆ ଧରାପଡିବନି , ଗ୍ୟାରେଣ୍ଟି ନାହିଁ । ମୁଁ ବି କିଛି ଲକ୍ , ପାସଓ୍ୱାର୍ଡ ଦେଇ ରଖିନି । କେୟାରଲେସ୍ । ତା' ମାମା ଏପଟସେପଟ ହେଉଛି । ମୁଁ ବେଶି ହୁସିଆର ହେଲେ ଧରାପଡିବା ଟା ଥୟ । ଅତଏବ ଶ୍ରୀ ଗଣେଶ' ଙ୍କୁ ସ୍ମରଣ କରି ଆଶାଟିଏ କଲି କିଛି ବିପଦ ନ ହେଉ । ହେ ଭଗବାନ୍ , ପୋକେମନ ଶୋ' କୁ ଛାଡ଼ି ଦୁନିଆଯାକର ଇଣ୍ଟରନେଟ ସେବା ଅଧଘଣ୍ଟା ପାଇଁ ବନ୍ଦ ହେଇଯାଉ !

ପୁଅ ଗୋଟେ ବୋଲି । ନଦେଲେ ମଲି , ଦେଲେ ମଲି ।

{୩}

ମନ ନ ଲାଗୁଥିବା ଟିଭି ଶୋ' ରୁ ଠିକ୍ ଅଧଘଣ୍ଟା ପରେ , ଉଠି ଯାଇ ଦେଖିଲି , ପୁଅ ଶୋଇପଡ଼ିଛି । ବିଚରା । ବାପାର କାର୍ଯ୍ୟକଳାପ ଧରି ପାରିନଥିବ । ରକ୍ଷା । ହେ, ଗଣେଶ' !

ଚୁପ୍ କିନା ମୋବାଇଲ୍ ଟାକୁ ଉଠେଇ ଆଣି ଦେଖିଲି ଆଗ ସବୁ ଠିକ୍ ଠାକ୍ ତ ?

କଣ ଦେଖୁଥିଲା ଏତେ ସମୟ ଛୁଆଟା ?

ଗୁଗଲ୍ ହିଷ୍ଟ୍ରୀ ଅଣ୍ଡାଳିଲାରୁ ପାଇଲି -

" ହାଓ ଟୁ ଚିଟ୍ ଇନ୍ ଏଗଜାମ୍ "

ପତ୍ନୀ ସବୁବେଳେ କୁହେ - ବାପ ଗୁଣେ ପୁଅ ..

ସତତ !!!!!!

✿ ଅମିୟ ✿


Rate this content
Log in

Similar oriya story from Comedy