Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -159
ଜହ୍ନମାମୁଁ -159
★★★★★

© Kanaka barddhan Sahu

Children

2 Minutes   7.3K    13


Content Ranking

ପୂଣ୍ୟକର୍ମର ମୂଲ୍ୟ - ୧

ଗୋଟିଏ ଗ୍ରାମରେ ଶମ୍ଭୁ ନାମକ ଜଣେ ଦରିଦ୍ର ଓ ବଡ ଧାର୍ମିକ ସ୍ୱଭାବର ବ୍ୟକ୍ତି ଥିଲା । ତା’ର ସ୍ତ୍ରୀର ନାମ ସୁମତି । ଗ୍ରାମରେ ଅକାଳ ପଡିଲା, ଖାଇବାକୁ ମିଳିଲା ନାହିଁ, ଗୋରୁମହିଷି ସବୁ ମରିଗଲେ । କାମ କରିବାକୁ ଚାହିଁଲେ ମଧ୍ୟ ମିଳିଲା ନାହିଁ । ଦୁଇଚାରି ଦିନରେ ଥରେ କୌଣସି ମତେ ଖାଦ୍ୟ କପାଳରେ ଜୁଟେ । ଏପରି ଅବସ୍ଥାରେ ଦିନେ ସୁମତି ଶମ୍ଭୁକୁ କହିଲା, “ଏତେ କଷ୍ଟ ସହି ଏଠାରେ ପଡିବା ଅପେକ୍ଷା ତମେ ସହରକୁ ଯାଅ ସେଠାରେ ତମକୁ କାମ ମିଳିବ । ମୁଁ ଯେମିତି ହେଉ ପଛେ ଚଳିଯିବି । ତମେ ସହରକୁ ଯିବା ଆସିବା କରିବ । ଆମର ଆଉ ଏ ଦରିଦ୍ର ଅବସ୍ଥା ରହିବ ନାହିଁ ।”

ଶମ୍ଭୁ ଏକଥା ଶୁଣି ଭାବିଲା, “ଠିକ୍ ତ, ଏଠାରେ ପଡି ରହିଲେ କିଛି ତ ମିଳୁନାହିଁ । ମିଳିବାର ଆଶା ମଧ୍ୟ ନାହିଁ ।” ସେ ସ୍ତ୍ରୀକୁ ଡାକି କହିଲା, “ଦେଖ ସୁମତି, ମୁଁ ତୁମ କଥା ଅନୁସାରେ ସହରକୁ ଯିବି । ଭାଗ୍ୟକୁ କିଛି ମିଳିଗଲେ ମୁଁ ଦୁଇଚାରି ଦିନରେ ଫେରିବି ।”

ସହରକୁ ଯିବାପାଇଁ ହେଲେ ଦିନକର ବାଟ ଚାଲିବାକୁ ହେବ । ରାସ୍ତା ବି ଭଲ ନୁହେଁ, ପାହାଡିଆ ଆବୁଡାଖାବୁଡା ରାସ୍ତା । ପଡୋଶୀ ଶିବ ଏକଥା ଶୁଣି ତା’ର ଘୋଡାଟି ଶମ୍ଭୁକୁ ଦେଇ କହିଲା, “ଭାଇ, ମୋ ଘୋଡା ମଧ୍ୟ ଏଠାରେ କିଛି ନ ଖାଇ ମରିବ । ତମେ ତାକୁ ନିଅ ଅଧା ସମୟରେ ପହଁଚି ଯାଇ ପାରିବ । ଘୋଡାକୁ କିଛି ଖାଇବାକୁ ଦେବ । ତାକୁ ଅନ୍ତତଃ ପାଣି ସବୁଦିନେ ଯଥେଷ୍ଟ ପିଇବାକୁ ଦେବ । ସେ ବଂଚି ରହିଲେ ତୁମରହିଁ ସେବା କରିବ ।”

ଶମ୍ଭୁ ଘୋଡା ଉପରେ ବସି ସହର ଅଭିମୁଖେ ଚାଲିଲା । ଦ୍ୱିପହର ବେଳକୁ ସେ ଗୋଟିଏ ନଦୀ ନିକଟରେ ଯାଇ ପହଁଚିଲା । ନଦୀ କୂଳରେ ସୁନ୍ଦର ସବୁଜ ଘାସପତ୍ର ସବୁ ଭରି ରହିଥିଲା । ସେ ଘୋଡାକୁ ଛାଡିଦେଲା । ଘୋଡା ଆନନ୍ଦ ମନରେ ଘାସ ଚରିଲା । ବହୁତ ଦିନ ପରେ ସେ ପେଟ ଭରି ଖାଇଲା । ଶମ୍ଭୁକୁ ଭୋକ ଲାଗିବାରୁ ସେ ସୁମତି ଦେଇଥିବା ଖାଦ୍ୟପୁଟୁଳି ଖୋଲିଲା । ତହିଁରେ ଚାରିଖଣ୍ଡ ରୁଟି ଥିଲା । ସେ ଖାଇବାକୁ ଯାଉଛି ଦେଖିଲା କଙ୍କାଳସାର କ୍ଷୁଧିତ କୁକୁରଟିଏ ବଡ ଲୋଭାତୁର ଆଖିରେ ତା’ଆଡେ ଚାହିଁ ରହିଛି । ସେ ଗୋଟିଏ ରୁଟିକୁ ଛିଡେଇ ଛୋଟ ଛୋଟ କରି ସେହି କୁକୁରକୁ ଖାଇବା ପାଇଁ ଦେଲା । କୁକୁରଟି ସେତକ ଚଟାପଟ ଖାଇଦେଇ ଚାହିଁ ରହିଲା । ପୁଣି ସେ ଦେଲା । ଏହିପରି ଭାବେ ତା’ର ଚାରିଟିଯାକ ରୁଟି ଶେଷ ହୋଇଗଲା । ସେ ଘୋଡାକୁ ପାଣି ପିଆଇ ନିଜେ ଉପାସରେ ରହି ସହରକୁ ଗଲା ।

ସଂଧ୍ୟା ପୂର୍ବରୁ ସହରରେ ଯାଇ ସେ ପହଁଚିଲା । ଏଣେ ତା’ ପେଟ ଭୋକରେ ଖାଲି ଜଳୁଛି । ହାତରେ ପଇସାଟିଏ ବି ନାହିଁ । କାହା ଘରର ପିଣ୍ଡାରେ ସେ ଶୋଇଲା । ଏଣେ କାମ ପାଇଁ ତା’ର ବହୁତ ଚିନ୍ତା । ପୁଣି ଜଣେ କେହି ଚିହ୍ନା ମଧ୍ୟ ଏଠାରେ ନାହାଁନ୍ତି ଯାହାକୁକି ସେ ସାହାଯ୍ୟ ମାଗିବ । କୌଣସି ମତେ ସେ ସେହି ରାତି କଟାଇଲା । ସକାଳୁ ସକାଳୁ କାମ ଖୋଜିବାକୁ ସେ ଗଲା ।

କେତେ ଯାଗା ସେ ବୁଲିଲା; ହେଲେ କାମଟିଏ ସେ ଆଦୌ ପାଇଲା ନାହିଁ । କ୍ଷୁଧାରେ ତା’ ହାତଗୋଡ ଦୁର୍ବଳ ଲାଗୁଛି; ଚାଲିବାକୁ ମଧ୍ୟ ଇଚ୍ଛା ହେଉନାହିଁ । ଏହି ସମୟରେ ସେ ଦେଖିଲା ଅଦୂରରେ ଲୋକ ଭିଡ । ସେ କୌତୁହଳୀ ହୋଇ ଯାଇ ସେଠାରେ ପହଁଚିଲା । ପଚାରି ବୁଝିଲା ଯେ ଶେଠ୍ କୁବେରନାଥ ଲୋକଙ୍କଠାରୁ ପୂଣ୍ୟ କିଣୁଛନ୍ତି । ନିଜ ନିଜର ପୂଣ୍ୟକୁ ବିକି ମୂଲ୍ୟ ନେବା ପାଇଁ ସେଠାରେ ଏତେ ଭିଡ ହୋଇଛି ।

ଶମ୍ଭୁ ଦରିଦ୍ର ସୁମତି

Rate the content


Originality
Flow
Language
Cover design

Comments

Post

Some text some message..