Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅଗଷ୍ଟ ୧୫
ଅଗଷ୍ଟ ୧୫
★★★★★

© Bismita Sahoo

Inspirational

3 Minutes   7.1K    30


Content Ranking

ଭାଇ ତୁ ଇସ୍କୁଲ ଯାଉଛୁ ନା ? ଆଜି ତ ସ୍କୁଲରେ ଆଳୁଚପ୍, ବରା, ଲଡ଼ୁ କେତେ କଣ ମିଳିବ । ତୁ ଏକୁଟିଆ ଖାଇବୁନି । ମୋ ପାଇଁ ଆଣିଦେବୁ ।

ବବୁଲୁ ଜୋତା ପିନ୍ଧୁ ପିନ୍ଧୁ ସାନ ଭଉଣୀ ରିମା କଥା ଶୁଣି ତା ମୁହଁକୁ ଚାହିଁଲା । କଥା କହୁ କହୁ ରିମା ପାଟିରୁ ଲାଳ ବାହାରି ଯାଉଥିଲା ।

ସେ ଜାଣେ ରିମାର ଆଳୁଚପ୍ ଓ ଲଡ଼ୁ ବହୁତ ପସନ୍ଦ ।

ଘରକୁ କେବେ କିଏ କୁଣିଆ ଆସିଲେ ସେ ନିଜେ ଯାଇ କୁଣିଆଙ୍କ ହାତରୁ ମିଠା ବ୍ୟାଗଟିକୁ ଛଡାଇ ନିଏ । ଯେତେ ଗାଳି ଶୁଣିଲେ ମଧ୍ୟ ସେ ବଦଳେନି । ବିଚାରୀର ଚାରି ଦିନ ହେଲାଣି ଜ୍ଵର ଛାଡ଼ୁନି । ନଚେତ ରିମା ଚଣ୍ଡୀ ସ୍କୁଲରେ ଅଗଷ୍ଟ ପନ୍ଦର ଦିନ ଯାହା ମିଳେ ସେ ନିଜର ଖାଇ ବବୁଲୁକୁ ଅନେଇ ରହେ । ବବୁଲୁକୁ ଆଳୁଚପ୍ ଭଲ ଲାଗିଲେ ବି ଭଉଣୀ ମୁହଁରେ ଟିକିଏ ଖୁସି ଦେଖିବା ପାଇଁ ସେ ତାକୁ ଦେଇଦିଏ । ବବୁଲୁ ସଅଳ ସଅଳ ପାଦ ପକେଇ ସ୍କୁଲ ଚାଲିଲା । ସ୍କୁଲର ହତା ଟିକୁ ଧଳା,ନାରଙ୍ଗୀ, ସବୁଜ ରଙ୍ଗର ପତାକାରେ ସଜା ହେଇଛି । ପିଲାମାନେ ସବୁ ପହଁଚି ଗଲେଣି । ପ୍ରଭାତଫେରି କରି ସମସ୍ତଙ୍କୁ ପାଖ ଷ୍ଟାଡିୟମରେ ପହଁଚିବାକୁ ପଡ଼ିବ । ବବୁଲୁ ଖୁସି ମନରେ ସ୍ୱାଧୀନତା ଦିବସ ସମାରୋହରେ ନିଜକୁ ସାମିଲ କରିନେଲା ।

ଓଃ କି କଷ୍ଟ ! ତା ମୁଣ୍ଡ କଣ ହେଇ ଯାଉଛି । ଆଖିରୁ ଜୁଳୁଜୁଳିଆ ପୋକ ବାହାରିଗଲା ପରି ଲାଗୁଛି । ଗୋଡ଼ ଦିଟା ଆଉ ବୋଲ ମାନୁ ନାହାନ୍ତି । ଦେହସାରା ବିନ୍ଧା ଛିଟିକା ହେଲାଣି । ସେ କଣ ଏବେ କରିବ? ସେ ଷ୍ଟାଡିୟମ ଯାଇ ପାରିବତ? ନା ଯେମିତି ହେଲେ ତାକୁ ଷ୍ଟାଡିୟମରେ ପ୍ୟାରେଡ଼ କରିବାକୁ ପଡ଼ିବ । ନଚେତ ଆଳୁଚପ୍ ,ବରା କିଛି ମିଳିବନି । ଖାଲି ସେଉ ବୁନ୍ଦିରେ ସନ୍ତୁଷ୍ଟ ହେବାକୁ ପଡ଼ିବ । ବିଚାରୀ ରିମା ଜ୍ୱର ହେଲା ଦିନୁଁ ଖାଇବାର ନାଁ ଧରୁନି । ସବୁ ତାକୁ ଅରୁଚି ଲାଗୁଛି । ସେ କେଡ଼େ ସରାଗରେ ତାକୁ କହିଛି ଆଳୁଚପ୍ ,ଲଡ଼ୁ ଆଣିଲେ ସେ ଖାଇବ । ତେଣୁ ଯେତେ କଷ୍ଟ ହେଲେ ବି ତାକୁ ପ୍ୟାରେଡ଼ କରିବାକୁ ହେବ । ରିମା ଖାଉନି ବୋଲି ମା କାଲି ପ୍ରଧାନ ବାବୁଙ୍କ ପୋଖରୀରୁ ଛୋଟ ଛୋଟ ଗଡ଼ିଶା ମାଛ ଦିଟା ଆଣି ଭାଜି

ଥିଲା । ରିମା ତାକୁ ନ ଖାଇ ଥୁ ଥୁ କରି ପକେଇ ଦେଲା । ବାପା ତାର ମିସ୍ତ୍ରୀ କାମ କରନ୍ତି । ସହରରେ ରୁହନ୍ତି । ମାସକୁ ମାସ ପଇସା ପଠାନ୍ତି ।

ସେଇ ପଇସାରେ ଘର ଚଳେଇବା ମା ପାଇଁ କାଠିକର ପାଠ  । ତେଣୁ ରିମାର ମନ ମୁତାବକ ଖାଇବା ଯୋଗାଇ ପାରୁନି ବୋଲି ମା ଭାରି ମନ ଦୁଃଖ କରେ । ରିମାକୁ ଯଦି ସିଏ ଆଜି ଆଳୁଚପ୍ ଓ ଲଡ଼ୁ ଖାଇବାକୁ ଦେଇ ନ ପାରିଲା ତେବେ ତାର ବଡଭାଇ ପଣିଆକୁ ଶତ ଧିକ । ଭଗବାନ ସତରେ ମହାନ । ତାଙ୍କ ପାଦ ତଳେ କୋଟି କୋଟି ପ୍ରଣାମ । ପ୍ରଭାତଫେରି ବେଳେ ବୋଲ ମାନୁ ନଥିବା ଗୋଡ଼ ଦିଟାରେ ଷ୍ଟାଡିୟମରେ ପାଦ ଦେଉ ଦେଉ ଅଫୁରନ୍ତ ଶକ୍ତି ଭରିଗଲା । କିପରି ପ୍ୟାରେଡ଼ ସରିଗଲା ସେ ଜାଣି ପାରିଲାନି । ତାଙ୍କ ଖେଳ ଶିକ୍ଷକ ଅବଦୁଲ ଗୁରୁଜୀ ପ୍ରତିଟି ପିଲା ହାତରେ ଦୁଇଟି

ଆଳୁଚପ୍, ଦୁଇଟି ବରା, ଗୋଟିଏ ଲଡ଼ୁ ଓ ଦୁଇଟି କଦଳୀ ଗୋଟିଏ ବଡ଼ କାଗଜ ଠୁଙ୍ଗାରେ ଧରେଇ ଦେଉଥାନ୍ତି । ବବୁଲୁର ଆଖି ଦିଟା ଖୁସିରେ ଚକଚକ କରିବାକୁ ଲାଗିଲା । ସେ କାଗଜ ଠୁଙ୍ଗା ପାଇଁ ହାତ ଦିଟା ଆଗକୁ ବଢ଼େଇଲା । କଣ ହେଲା ସେ କିଛି ଜାଣି ପାରିଲାନି । ଧଡ଼ କରି ତଳେ କଚାଡି ପଡ଼ିଲା । ଯେତେବେଳେ ହୋସ୍ ଆସିଲା ଦେଖିଲା ପିଲାମାନେ ଓ ଗୁରୁଜୀ ମାନେ ତାକୁ ଘେରି ବସିଛନ୍ତି । ବିକଳ ହୋଇ ବବୁଲୁ ତା କାଗଜ ଠୁଙ୍ଗା ଖୋଜିବାକୁ ଲାଗିଲା । ବରା ,ଆଳୁଚପ୍,ଲଡ଼ୁ ସବୁ ଏଣେ ତେଣେ ବିଛାଡ଼ି ହୋଇ ପଡ଼ିଥିଲା । ଏବେ ସେ କଣ କରିବ? ରିମାକୁ କଣ କହି ବୁଝେଇବ? ସେ ନିଜକୁ ନିଜେ ଧିକ୍କାର କଲା । ତା ସାର୍ଟରେ ଯେତେ ଘଷିଲେ ବି ଆଳୁଚପ୍ କି ଲଡ଼ୁ କୋଉଥିରୁ ବି ବାଲି ଛାଡୁନଥିଲା । ଆଖିରୁ ତାର ଝର୍ଝର ହୋଇ ଲୁହ ବୋହିବାରେ ଲାଗିଥାଏ । ବବୁଲୁ ଏଇନା କଣ କରିବ? ତା ପକେଟରେ ଫଟା ପାହୁଲି ଟେ ବି ନଥିଲା । କୋଉଠୁ ଆଳୁଚପ୍ ଆଣି ରିମାକୁ ଦେବ? ରିମାର ଉଦାସିଆ ମୁହଁଟି ତା ଆଗରେ ବାରମ୍ବାର ନାଚି ଉଠୁଥିଲା । ତାକୁ ଖାଲି ହାତରେ ଦେଖି ରିମା କାନ୍ଦି ଉଠିବ ଆଉ ସେ ବଡ଼ ଭାଇ ହୋଇ କିଛି କରି ପାରିବନି । ଛିଃ ତା ବଡ଼ଭାଇ ପଣିଆକୁ । ଯିଏ ସାନ ଭଉଣୀକୁ ଆଳୁଚପ୍ ଟିଏ ଦେଇ ପାରୁନି । ନା- ଆଉ ଡେରି କରିଲେ ଲାଭ ନାହିଁ । ମା ସିଆଡେ଼ ବ୍ୟସ୍ତ ହେବଣି । ସେ ଘରକୁ ଫେରିବା ପାଇଁ ପାହୁଣ୍ଡ ପକେଇଲା । ହଠାତ୍ ତା ହାତକୁ ଜୋର୍ ରେ ପଛରୁ କିଏ ଟାଣି ଆଣିଲା । ଏ କଣ? ତା ହାତରେ ଆଳୁଚପ୍ ,ବରା ,ଲଡ଼ୁ ଥିବା କାଗଜ ଠୁଙ୍ଗା । ଏଇଟା କେମିତି ସମ୍ଭବ ହେଲା ? ସେ ଇଆଡ଼େ ସିଆଡେ଼ ଅନେଇଲା । ଅବଦୁଲ ଗୁରୁଜୀ ତାକୁ ଅନେଇ ମୁରୁକି ମୁରୁକି ହସୁଛନ୍ତି । ଅଟକି ଗଲୁ କାହିଁକି ବବୁଲୁ ? ଜଲଦି ଘରକୁ ଯା । ମା ବ୍ୟସ୍ତ ହେବେଣି । ବବୁଲୁ କହିଲା - ଗୁରୁଜୀ ଆପଣ ଆପଣଙ୍କ ଭାଗ ପୁଡ଼ିଆଟି ମୋତେ ଦେଇଦେଲେ । ଆପଣ କଣ ଖାଇବେ?

ଗୁରୁଜୀ କହିଲେ- ବବୁଲୁ ନିଜେ ନ ଖାଇ ଅନ୍ୟକୁ ଖୁଆଇବାରେ ଆନନ୍ଦ ଥାଏ । ଆମେ ପରା ଆଜି ସ୍ୱାଧୀନ ହେଇଥିଲେ । ଆଜିପରା ଖୁସିର ଦିନ ।

ମୁଁ ଜାଣେ ତୁ ତୋ ସାନ ଭଉଣୀ ପାଇଁ ସବୁ ବର୍ଷ ଲଡ଼ୁ,ଆଳୁଚପ୍ ନେଇକି ଯାଉ ।

ଯା ସେ ତୋ ବାଟକୁ ଅନେଇଥିବ । ବବୁଲୁ ଖୁସି ମନରେ ଗୀତ ଗାଇ ଗାଇ ଯାଉଥିଲା - ସାରେ ଜହାଂ ସେ ଅଚ୍ଛା, ହିନ୍ଦୁସ୍ତାନ ହମାରା---

ସ୍କୁଲ ବବୁଲୁ ଆଳୁଚପ୍

Rate the content


Originality
Flow
Language
Cover design

Comments

Post

Some text some message..