Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସିଂହ
ସିଂହ
★★★★★

© Pratima Das

Inspirational Thriller Tragedy

6 Minutes   2.0K    19


Content Ranking

ପ୍ରତିମା ଦାସଙ୍କ

ମହାନଦୀ ବିହାର । କଟକ ।

ମର୍ଦରାଜପୁରର ନଟିଆ ଓ ନଳିତା । ରାଜ ଜୋଟକ । ଦୁଇ ପ୍ରାଣୀ କଣ୍ଢେଇ ଭଳି ଝିଅଟିଏ ଜନ୍ମ କରିଥିଲେ, ନାଁ, ଦେଇଥିଲେ ପରୀ ।

ପରୀ, ବଡ ହୋଇ ୪/୫ ବର୍ଷର ହୋଇଗଲାଣି । ପରୀ ପଚାରୁଥିଲା, ବାଲୋ, ତୋ ନାଁ କିଏ ଦେଇଥିଲା । ନଟବର, ନଟବର କବାଟ, ମୋ ନାଁ । ମୋ, ବା, ଦେଇଥିଲା । ଜନମ କରିଦେଇ, ମା ମରିଗଲା, ବା ବଡ କଷ୍ଟରେ, କୋଳେଇ କାଖେଇ ବଡ କଲା ।

ଯୁଆନ ହେଲାବେଳକୁ ବା ମୋତେ ଚାଷବାସ, ମାଛଧରା, ନା ଚଲା, ଗାଈଗୋରୁଙ୍କ ଯତ୍ନ, କାଠ ହଣା, ଶଗଡ ଯୋଚା ସବୁ ଶିଖାଇ ଦେଇ ଥିଲା ।....ସବୁଠୁ ବଡ଼ କଥା ଶିଖାଇଦେଇଥିଲା ଭଲବାଟରେ ଚାଲିବାକୁ ଓ ମାଟି ମାଆକୁ ଛାଡି ଦାଦନ ନ ଯିବାକୁ, ପରିସ୍ଥିତି ଯାହା ହେଉ ନ ପଛେ ।

ସେ ସନ ହଇଜା ମହାମାରୀ ରୂପ ଧାରଣ କରିଥିଲା । ଗାଁରୁ ଗଣ୍ଡା ଗଣ୍ଡା ମୁଣ୍ଡ ଗଡୁଥାଏ । ଦୁଇତିନୋଟି ରିକ୍ସା ମାତ୍ର, ଗାଁରେ ।

(ଏବେ ମଣିଷ ସଂଖ୍ୟା ଠୁ, ଗାଡି ଅଧିକ ହୋଇବି ସେୟା, ନହେଲେ ଶହ ଶହ ଦାନ ମାଝୀ, ନିଜ ସ୍ତ୍ରୀ ଶବକୁ କାନ୍ଧରେ ବୁହନ୍ତେନି । ଫରକ ଏତିକି, ସେବେ ସାଧନ ,ନ, ଥିଲା କିନ୍ତୁ ସହୋଯୋଗ ଥିଲା, ଏବେ ସାଧନ ଅଛି, ମନୋବୃତ୍ତି ନାହିଁ ।

ଏଥିରୁ ଅନୁମାନ ଲଗାନ୍ତୁ,ଆମର ଉର୍ଦ୍ଧ ଗତି ନା ଅଧୋଗତି ।)

ଗାଁ ରୁ୪/୫ ମାଇଲି ଦୂରେଥିବା ଡାକତରଖାନାକୁ ନେବାକୁ, ରିକ୍ସା ଖଣ୍ଡେ ନ ପାଇ, ମୋ ବା ମରିଗଲା । ପିଠିରେ ବୋହି ନେବି ବୋଲି ଭାବିଲି, ମୁଁ ବି ବାଧିକିରେ ପଡିଗଲି । ଦୋଳା କରି ନବ କିଏ? ସବୁ ଘରେତ ବାଧିକି । ମୋ ବା, ଜୀବନ୍ତରେ, ଡାକତରୀ ଔଷୁଅ ଟିକେ ପାଇ ନପାରି ମରିଗଲା । ଚଉଦିଗ

ମୋତେ ଅନ୍ଧାର ଦିଶିଲା । ଯୁଆନ ବୟସ ବୋଲି ସମ୍ଭାଳି ନେଲି । ଏକଲା ଘରଦେଖି, ଗାଁ ଲୋକେ ମିଳିମିଶି ବାହା କରେଇ, ଦେଲେ ତୋ ମା ନଳିତା ସଂଗେ ।

ଏବେ ଆଉ, ଏପରି ହେବନିଲୋ, ପରୀ । ଯୁଗ ଆଗେଇଲାଣି । ତୋ ଜନମ ବେଳକୁପରା, ଧଳା ଫିନ୍ ଫିନ୍ ଲୁଗା ପିନ୍ଧି ଭଉଣୀ ଜଣେ ଆସି, ତୋମା'ର ଦେଖା ରଖା କରିଥିଲେ । ଝିଅ ମାନେବି, ଡାକତରୀ ପଡ଼ିଲେଣି । ନଳିତା କହୁଛି, ତୋତେ ସେଇଟା ପଢେଇବ । ମୁଁ ବି ଚାହୁଁଚି ।ପଢିବୁ ନା? ଅନେଇଲା ବେଳକୁ ପରୀ,ଆଁ କରି ଶୋଇ ପଡ଼ିଲାନି । ନଳିତା ବି ତା କଡକୁ ଢଳି ପଡିଛି, କେତେ କଷ୍ଟ କରି ଏ ଘରବାଡି ସମ୍ଭାଳୁଛି  । ନଳିତା ପରୀ ଘରଣୀ ପାଇ, ନିଜକୁ ଭାରୀ ଭାଗ୍ୟଶାଳୀ ମନେ କରୁଥିଲା ନଟିଆ । ଦୁଇଟି ସତେଜ ଧଳା କଁଇ,ଯେପରି ତା ପଦ୍ମାସନରେ, କିଏ ଥୋଇ ଦେଇଛି । ସବୁ ବିପଦରୁ, ଏଦୁହିଁକୁ ସେ ରକ୍ଷା କରିବାକୁ ପ୍ରସ୍ତୁତ ।

***

ନଟିଆ ଆଉ ନଳିତା, ଝିଅକୁ ପରୀ ଭଳି ପାଳୁଥିଲେ । ଆଗକୁ ସେମିତି ଦାୟିତ୍ବ କାମ ଖରଚବାରଚ କିଛି ନଥିଲା, ।କେବଳ ଦୁହେଁ, ଜାଣିଥିଲେ, ମାଟିର ମଣିଷ ଆମେ, ଏ ବିସ୍ତାରିତ ବିଲବାଡି, ତୋଟା ଖମାର, ନଦୀଗାଡିଆ, ସବୁ ମାଟିମା, ଏ ମଣିଷଜାତି ପାଇଁ ରଖିଛି, ଯେତେ ଖଟିବା, ମା ଆମକୁ ସେତେ ଦେବ, ମା ଦେଇଛି, ମଧ୍ୟ, ନଟିଆକୁ । ନଟିଆର ବିଲବାଡି ଗାଇ ଦୁଆଁଳ ସବୁ ବଢି ଚାଲିଥିଲା  ।ଅଗତ୍ୟା, ପରୀକୁ ବଡ କରିବା ପାଇଁ ହିଁ, ତାଙ୍କୁ ଯାହା କିଛି ପଇସାର ଦରକାର । ନଟିଆ ଜୀବନରେ, ନଳିତା ଆସିଲା ପରେ, ତା ଆଂଜୁଳିରେ ଖୁସି ହିଁ ଖୁସି ।

ଗୋରୀ ତକତକ ନଳିତା ଯେଉଁ ଦିନ, ବୋହୂ ହୋଇ ଆସିଥିଲା ନଟିଆ ଘରକୁ, ନଟବରକୁ ନିଜ ପ୍ରଚଣ୍ଡ ପୁରୁଷପଣିଆଟାବି ନିଉନ ଲାଗିଥିଲା । ନଟିଆ, ସାଢେପାନ୍ଚଫୁଟ ସରିକି , ମରଦଟିଏ । ନଟବର କବାଟ । ସତରେ କବାଟ ପରି ତା ଛାତି ।

କଳା ମଚମଚ ନିଶ, ବାହୁରେ ବଳ ଅମାପ, ଚାରିଟା ଟୋକାଙ୍କୁ ଏକୁଟିଆ ଫୋପାଡ଼ି ଦେବ । ବାଗୁଡି ହେଉ ବା ବାଘମଂଜାରି, ନଟିଆ ଯେଉଁ ପଟେ ବିଜୟ ସୁନିଶ୍ଚିତ ସେ ପଟର । ହଳନଗଂଳ ନେଇ ଦାଣ୍ଡରେ ଗଲାବେଳେ ଗାଁ ମାଇପେ ଦଣ୍ଡେ ଘଡିଏ ବି ଆଖି ଫେରାଇ ପାରନ୍ତିନି । କିନ୍ତୁ, ନଳିତା ଆଗରେ ନଟିଆ କିଛିନୁହେଁ । ଚଉଠି ରାତିରେ, ଝାଳନାଳ ହୋଇ ଯାଇଥିଲା ନଟିଆ, ନଳିତାର, ଓଢଣା ଖୋଲିବାକୁ ଯାଇ । ଏକ ଅପୂର୍ବ ଶିହରଣ ଖେଳିଗଲା ନଟିଆର ସାରା ତନୁମନରେ । ନଳିତାଲୋ, ତୋ ଭଳି ଗଢଣିଆ ଝିଅ, ମୁଁ କାଇଁ କେବେ ଦେଖିନି । କିଏ କହେ, ନାରୀ ସମପିର୍ତା ପୁରୁଷର ପୁରୁଷପଣିଆ, ଦୃଢତା,ଗାମ୍ଭିର୍ୟ ଆଗରେ, ଏଠି କିନ୍ତୁ, ନୁହେଁ, ଏଠି ନଟବର କବାଟ ସମର୍ପିତ ।

ନଟିଆର ଅକ୍ଷତ କୁମାରତ୍ବ ଆଜି, ପୁଷ୍ପାଞ୍ଜଳି ନେଇ ଛିଡା ହୋଇଛି, ନଳିତାର ସମ୍ମୁଖରେ । ମଣିଷର ଏପ୍ରବୃତି, ଏକାନ୍ତ ଆଦିମ ।

ନଟିଆଅଳ୍ପ ସମୟ ଅଳ୍ପ ବୁଦ୍ଧିରେ, ଜାଣି ପାରିଥିଲା, ନଳିତା ବୁଦ୍ଧିମତି, ଚତୁରୀ, ସହନଶୀଳା,ଆଉ ବଳଶାଳୀନୀ ଵି ।

ନଳିତା, ତା ଘରେ ପାଦ ଦେଲା ପରଠୁ, ନଟିଆର ଖଟିବାର ଉତ୍ସାହ ଦିଗୁଣ ହୋଇଯାଇଥିଲା । ନଟିଆକୁ ଜମି ଭାଗ ଦେବାକୁ ସମସ୍ତେ ଆକୁଳିଆ । ନଟିଆର କଥାକାମ ଗୋଟେ ।

ଅନ୍ୟାୟ ତା ଦିହରେ ଯାଏନି, ନଳିତାବି ସେୟା । ଏଇଟାହିଁ, ନାୟକଗିରି । ତୁମେ, ଯେଉଁ କ୍ଷେତ୍ରରେ କାମ କରନାନାହିଁ, ନ୍ୟାୟ, ସାଧୁତାକୁ ବଂଚାଇ ରଖ, ନିଜର ବଳି ଚଢିଯାଉପଛେ,କାମ କରି ଦେଖାଇବ । କିନ୍ତୁରାଜାଟେ,ହୋଇବି ତୁମର ସାଧୁତା, ନ୍ୟାୟ ଦେବାର କ୍ଷମତା, ନିର୍ଭୀକତା ରହିଲାନି, ତା ହେଲେ, ତୁମେ କେଉଁ ରାଜାରେ ଗଣା ନା କେଉଁ ପୁରୁଷ ରେ । ଧୋବଧାଉଳିଆ, ଚହଟଚିକ୍କଣିଆ ହୋଇବିତୁମେ, ଯଦି କାପୁରୁଷ, ଲମ୍ପଟ ହୋଇ ଥିବ, ସ୍ତ୍ରୀ କୁ ପାଦର ଜୋତା ଭାବୁଥିବ, ସେ କେଉଁ ପୁରୁଷରେ ଗଣା ।

ଦୁଇପ୍ରାଣୀ, ଏକ ମନ,ଏକ ଅଭିରୁଚି । ଗାନ୍ଧୀଙ୍କର କୁଟି ଖାଅ, କାଟି ପିନ୍ଧା ନୀତି, ସାତସପନ ହେଲାଣି ।

ଗାଁ ର ଯୁଆନ ଗାଁ, ଛାଡି ଯାଉଛି ଦାଦନଖଟିବାକୁ । କିନ୍ତୁ, ନଟିଆ ଅଳ୍ପ ବହୁତ ଠଉରେଇଥିଲା, ତା ହୁଣ୍ଡା ମୁଣ୍ଡା ବୁଦ୍ଧିରେ, ଯେ ପ୍ରଥମେ ଉପୁଜେଇବା ଦରକାର, ତାପରେ ଉପଯୋଗ କିମ୍ବା ଉପଭୋଗ । ମାଟିର ମଣିଷ ସେ ନିଜ ଦରକାରୀ ଡାଲି ଚାଉଳ, ପନିପରିବା, କପା, ତେଲ ମାଟି ମାଆ ପାଖୁ ନ କାଢିଲେ, କେଉଁଠୁ ପାଇବ, ଏତ କଳକାରଖାନାରୁ ଆଉ ବାହାରିବନି ?

ନହେଲେ, ଦିନ ଆସିବ, ଖାଲି ଟଙ୍କା ମୁଠା ମୁଠା ଥିବ ସିନା କିଣିବା ପାଇଁ, ଦେବା ପାଇଁ ବିକ୍ରେତା ନଥିବ ।

ଆଧୁନିକ ସମାଜର ଜଟିଳ ଚକ୍ରାନ୍ତ ରେ, ସମସ୍ତେ ଆମେ ପେଷି ହେଉଛେ । ନଟିଆ କିନ୍ତୁ, ମାଟିମା ପ୍ରେମରେ ପଡିଯାଇଥିଲା, ଯେଉଁଠି ମାଟିମା ଛାତି ବିସ୍ତାରିତ କରି ଡାକୁଛି, ଆଚାଲିଆ,ମୋ ଉପରେ ଚଷିଚାଲେ, ମୋତେ ଶସ୍ୟଶ୍ୟାମଳା କରିଦେ, ସୁନା ଫଳେଇ ଚାଲେ, ଘରକୁନେଇଯା ଭାର ଭାର,ସେ ଏସବୁ ଛାଡି ଅଲଗା ଆଡେ ଧନ୍ଦି ହେବ କାହିଁକି? ଧୋଇ ମରୁଡ଼ି ତ ଆସିବ । ଆସୁ ସବୁଦିନତ ସମାନ ଯିବନି । ଅଭାବ ଅସୁବିଧା ନଥିଲା ବୋଲି ନୁହେଁ ନଟିଆର ।

ଅଭାବ ଶବ୍ଦ ଟି ବଡ ବିଚିତ୍ର । ତୁମେ ଯେତେ ଚାହଁ, ସୃଷ୍ଟି କରିବ ଅଭାବକୁ, ସେ ରିକ୍ତ ସ୍ଥାନ ଭରିବାକୁ ହୁଏତ ଖରାପ କାମ କରିବ । ସେଥିପାଇଁ ନଟିଆ ଅଭାବବୋଧର ଶୀକାର କେବେ ହୋଇନି । ଆଧୁନିକ ସମାଜ ଏଇ ଚାରି ପାଂଚ ଶହ ବର୍ଷର । କିନ୍ତୁ କାଳର କଠୋର ଗତି କ୍ଷୟ ,ନିଶ୍ଚିହ୍ନ କରି ପାରିନି ଆଦି ମାନବକୁ ,ମାଟିର ମଣିଷକୁ । ମଣିଷ ସମାଜ ତୀଷ୍ଠିଛି ସେହିପରି । ମାଟି ଓ ମଣିଷ ପରସ୍ପର ସମର୍ପିତ ।

******

ଶୀତଳଷଷ୍ଠୀରେ ହରପାର୍ବତି ମିଳନ ପରବ ହେଉଛି, ନୂତନ ସୃଷ୍ଟିର ସଂରଚନା ପାଇଁ, ରଜରେ ଧରଣୀ ମା ରଜସ୍ବଳା, ହେଉଛି, କିନ୍ତୁ ତା ଗରଭ ଖାଲି ପଡୁଛି, ଶସ୍ୟମଂଜି ବିନା । ପ୍ରାୟ ସବୁ ପର୍ବ ର ପ୍ରକୃତ, ଉଦ୍ଦେଶ୍ୟ ଆମଠୁ ବହୁ ଦୂରରେ । କେବଳ ଯାକଜମକ, ଖାନାପିନା ମଦଗଂଜେଇର ପର୍ବ କହିଲେ ଅତ୍ୟୁକ୍ତି ହେବନି । ମୁଣ୍ଡ ପିଟିବା ସାରେ ।

ନଟିଆର କ୍ଷେତ, ନଈ ,ଜଂଗଲ ଆଉ ନଳିତାର ଘରବାଡି ଗାଈଗୋରୁ କାମ । ନଳିତାର ବିଷୟ ଲେଖିଲେତ ଗୋଟେ ବହି ହେବ, ସଂକ୍ଷେପରେ କହିଲେ, ନଳିତା ବାଡିରେ, ସବୁ ରୁତୁରେ ସବୁ ପନିପରିବା ଶାଗମୁଗ ମିଳିବ । ନଟିଆର ପଛେ କେବେକେମିତେ ବିରିମୁଗ ମାଡ ଖାଇଯିବ , ନଳିତା ଫସଲ ବର୍ଷକ ବାରମାସୀ ବାହାରୁଥିବ । ତା, ହାତ ମୁଣ୍ଡା ଛେନା ଗାଁ ପ୍ରସିଦ୍ଧ, ଖଟା ହୋଇ ନଥିବ କି ବାସି । କାର୍ତ୍ତିକ ପୂର୍ଣ୍ଣିମା ରେ, ପାଟକପୁରା କଦଳୀ, ଅଦାମରିଚ, କର୍ପୁର ପଡି ନଳିତା ଛେନା, ଦଧିବାମନଜିଉଙ୍କ ପାଖେ ପଣାଭୋଗ ହୋଇ ଆସିଲା ବେଳକୁ, ଭକ୍ତଙ୍କ ଆତୁର କହିଲେ ନସରେ । ଗୁଆ ଘିଅ ମାରିଥିବ, ନା ଖର ମରା ନା କମ ମରା,ରଡ ନିଆଁରେ ବସାଇ ବିକିବ, କାଳେ ନୋକେ କହିବେ କଂଚାମରା ଘିଅଲୋ ନଳିତା ଦେଇଥିଲୁ, ଗନ୍ଧି ଗଲା । ଏସବୁ, ନ ଶୁଣିବାକୁ ନଳିତା ଅସାମାନ୍ୟ ଯତ୍ନଶୀଳା ।

ପାର୍ବଣ ସମୟ ଆସିଗଲା, ନଦୀପଠା କାଶତଣ୍ଡୀରେ ଶୋଭାପାଇଲାଣି । ଘରଦ୍ବାର ଲିପାପୋଛା ହୋଇ ଚିକିଚିକ୍ ହେଲାଣି । ମା ଦଶଭୁଜା ଦୁର୍ଗା ,ପୂଜା ପାଇବେ ଦେବୀଘରେ । ଏ ସନ ପାଗଯୋଗ ଭଲ ଥିବାରୁ, ଗାଁ ରେ ଉତ୍ସାହ ସରାଗ ସମସ୍ତଙ୍କ ମନରେ ।

ପରୀ ଷଷ୍ଠୀ ଦିନଠୁ ବ୍ୟସ୍ତ କଲାଣି, ବା ମୋତେ ବୁଲେଇ ନେ । ଆଜି ମା'ଙ୍କ ନବମୀ ପୂଜା । ପରୀ ସହଳ ସହଳ ବା ,କାନ୍ଧରେ ବସି ଦେବୀ ଦେଖିଗଲା  ।ପରୀ ଦେବୀଙ୍କୁ ଦେଖି ପଚରିଲା ,ବା'ଲୋ ଦଶୁଟା ହାତ କ'ଣ କାହାର ଥାଏ?

ଦଶୁଟା ହାତ କ'ଣ ଲୋ ମା? ଆମ ଛୋଟ ସଂସାରଟିକୁ ଚଳାଇବାକୁ, ମା'କୁ ବାର ଆଡେ ହେବାକୁ ପଡୁଛି, । ଏଡେ ବଡ ସଂସାର ର ଭାର ଯା କାନ୍ଧରେ, ସେ କ'ଣ ଦୁଇ ହାତରେ କିଛି ସମ୍ଭାଳି ପାରିବେ? ତେଣୁ, ମା ଦଶଭୁଜା । ପରୀ ବୁଝିଲାକି ନାହିଁ, ହୁଁ ହୁଁ ମାରିଲା । ମାତ୍ର, ନଟିଆର ଦର୍ଶନ ତତ୍ଵକୁ ମାନିବାକୁ ପଡିବ । ବା'ଲୋ ସେ ସିଂହ ସେଇଠି କ'ଣ କରୁଛି, ??

ସବୁ କାମ କ'ଣ ମା ଏକା କରିବେ, ତାଙ୍କୁ ଟିକେ ଉସ୍ତାର ଦବ ସିଂହ ,ତେଣୁ ମାଙ୍କ ପାଖେ ପାଖେ ଥାଏ । ମାଙ୍କୁ ପିଠିରେ ନବା ଆଣିବା କରିବ, ମୁଁ କିମିତି ତୋତେ ,କାନ୍ଧରେ ବୋହିଛି । ବା ତୁ ତାହେଲେ ମୋ ସିଂହ । ହଁ ମୁଁ ତୋ ସିଂହ । ବା ମୋ ସିଂହ.......... ବା ମୋ ସିଂହ କହି ତାଳି ମାରିଲା ପରୀ ଏମିତି ନା ନା କଥା ପଚାରି ପଚାରି ବାଟରେ ହାଲିଆ କରୁଥାଏ ନଟିଆକୁ । ନଳିତା କହେ ତୁମ ଗୁଣ ଆଣିଛି ପରୀ, ବକବକିଟେ । ପରୀ, ଦେବୀ ଯାତରୁ ବେଲୁନ୍, ପେଁକାଳି, ଝୁଣୁଝୁଣା, କଣ୍ଢେଇ, ବମ୍ବେଇ ମିଠେଇ ଏମିତି କେତେ କଣ କିଣି ଆଣିଛି । ଏକୋଇର ବଳା ବିଶିକେଶନ । ଅଭାବ ନାହିଁ ମନରେ । ପରଦିନ, ସାଇମାଇପିଙ୍କ ସଂଗେ ନଳିତା ଦେବୀ, ଦେଖି ବାକୁବାହାରିଲ । ଆଜି ଭିଡ, ତୁ ଆସେନା, ଯେତେ ବୁଝାଇଲେ ବି ମାନିଲାନି ପରୀ, ମା ସଂଗେ ପୁଣି ଗଲା । ନଳିତା, ଦେବୀଙ୍କ ଗୋଡତଳେ ଓଳିଗି ହୋଇ , ଉଠିଲା ବେଳକୁ ପରୀ କରଛଡା, ହୋଇଯାଇଛି ।

ଆଧୁନିକତାର ଛାପ, ପଡିଲାଣି ସେତେବେଳକୁ ଗାଁ ରେ । କଳ ବାଜଣାର ରଡିରେ, ସାବି ସାବି ତୁତ ମୋର ନାଲିପାନ ବିବି କାନ ଫଟାଇ ପକଉଥାଏ ।

ଏଠି ସେଠି ଗାଁର ପ୍ରାୟ ଲୋକ, ଖୋଜିଲେ । ସାହିମାଇପେ, କହିଲେ ଛାନିଆଁ, ହନାଲୋ ନଳିତା, ବୋପା ରଙ୍କୁଣୀଟାତ, ନଟିଆ ପାଖକୁ ଚାଲିଯାଇଥିବ । ନଳିତା ମନ ବୁଝୁ ନଥାଏ ।ସମସ୍ତିଙ୍କ ଆଗରେ,ଏକା ଏକା ଧପାଲିଲା ଘରକୁ । ନଟିଆର ଝିଅ କଥା ଶୁଣି, ଛାତିରୁ ନିଆଁ ଖସି ପଡ଼ିଲା ।ନଟିଆ, ତାପଛେ ପଛେ ନଳିତା, ଅନାନ୍ୟ ସାହିଭାଇ ଲୋକେ, ମସଲା(ବ୍ୟାଟେରି)ପକା ଟର୍ଚ ଧରି ଚାଲିଲେ । ଦେବୀ ଘରଠାରୁ, ଠିକ୍ ୧୦୦/୨୦୦ ଫୁଟ ଦୂରରେ, ନଟିଆର ଅନୁସନ୍ଧିତ୍ସୁ ଜାଗ୍ରତ କାନରେ, ପଡିଲା ମାଲୋ ମାଲୋ ଏକ କ୍ଷୀଣ ସ୍ୱର ।

ଟର୍ଚ ପକାଇ ଦେଲାବେଳକୁ, ଟୋକାଟା ଦୌଡ଼ି, ଚାଲିଯାଉଥିଲା । ସମାନ ନିଘା କରି, ନଟିଆ ତା ବେକ ଦଣ୍ଡା କୁ ଟର୍ଚ ଟି ଛାଡିଲା । ସେଇଠି କାଚି ହୋଇ ପଡ଼ିଲା । କାଳବିଳମ୍ବ ନ କରି, ମାଡି ବସିଲା ଟୋକାଟିକୁ । ଏକା ଝଟକାରେ, ତା ଦିହରୁ ସାର୍ଟ ସହିତ ପେଣ୍ଟ କୁ ଓଗାଳି ଆଣିଲା । ପୁରା ନଗ୍ନ କରି ପକାଇଦେଲା । ଗାଁ, ଲୋକ କିଛି, ବୁଝିବା ଆଗରୁ, ଟୋକାର ଦୁଇ ବାହୁକୁ ଦୁଇ ହାତରେ, ଦୁଇ ଗୋଡକୁ ଦୁଇ ଜାନୁରେ, ମାଡି ବସିଲା । ଟୋକାଟା ର ହଲିବାର ଯୁ ନ ଥିଲା, ତା ପେଟ ଉପରକୁ ନଇଁ ପଡି, ଏକା ଥରକେ ,ତା ଗୁପ୍ତାଗଂକୁ କାମୁଡ଼ି ଆଣିଲା ନଟିଆ । ସିଂହ ଆଜି ରକ୍ତମୁଖା । ଶଳା, ନଟ କବାଟ ହାବୁଡରେ ପଡିଛୁ । ଯିବ କୁଆଡ଼େ......... ।

******

ନଳିତା କୋଳରେ ଝିଅ କୁ ଦେଇ, ଭୋ ଭୋ କାନ୍ଦି ଉଠିଲା ସିଂହ ନଟ କବାଟ ।

ଝିଅ କୁ ସାଷ୍ଟାନ୍ଗ କରି, ଡାକ୍ତର ଦେଖାଇ, ଘରକୁ ଆସିଲା ବେଳକୁ ସକାଳ । ସକାଳୁ ସକାଳୁ ଦାରୋଗା ବାବୁ ବି ଦୁଆରେ ହାଜର  । ଡରନା ନଟିଆ । ଠିକ୍ କାମ କରିଛୁ । ଦୁର୍ଗା ପୂଜାରେ ମାଙ୍କ ସହିତ, ତୋ ଭଳି ସିଂହ ର ପରାକ୍ରମ କୁ , ମୁଁ ସଲାମ କରୁଛି । ଏ କେସ୍ ବାସ କଥା, ମୋ ଉପରେ ଛାଡ ।

ପ୍ରତି ଗାଁ ରେ ନଟ କବାଟ ଭଳି ସିଂହ, ମର୍ଦରାଜପୁର ଦାରୋଗା ଭଳି ଦାରୋଗା, ରୁହନ୍ତେ କି???? ସବୁ ପରୀ ସୁରକ୍ଷିତ ରୁହନ୍ତେ ।🙏

ଔଷୁଅ ସିଂହ ଡାକତରୀ

Rate the content


Originality
Flow
Language
Cover design

Comments

Post

Some text some message..