Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Nandini RayMohapatra

Romance

5.0  

Nandini RayMohapatra

Romance

ଉଲକା

ଉଲକା

2 mins
351


କଲେଜରେ ତା ସହ ଦେଖା ହେଇଥିଲା ପ୍ରଥମ ଥର। ହୃଦୟକୁ ବିଦ୍ଧ କଲା ପରି ତା ତୀକ୍ଷ୍ଣ ଚାହାଣିରେ ହରେଇ ବସିଥିଲି ମୋର ଅସ୍ତିତ୍ୱ । ସେଇ କେଇ ମିନିଟ୍ ର ଚାହାଣି ର ମାୟା ଜାଲରେ ବାନ୍ଧି ହେଇ ପଡ଼ିଥିଲି ମୁଁ । ହଁ ତା ହୃଦୟର ବନ୍ଦୀଶାଳାରେ ଆଜୀବନ କାରାଦଣ୍ଡ ଭୋଗିବା ପାଇଁ ପ୍ରସ୍ତୁତ ଥିଲି । କଲେଜ ଅଡିଟୋରିୟମରେ ସେ ଗାଇଥିବା ସେଇ ଗୀତକୁ ପ୍ରତିଦିନ ଗୁଣୁଗୁଣାଉ ଥିଲି ମୁଁ । ଗଡ଼ିଚାଲିଥିଲା ସମୟ । ଦିନକୁ ଦିନ ତାର ସେ ତୀକ୍ଷ୍ଣ ଚାହାଣିର ଅବଧି ବଢ଼ି ଚାଲିଥିଲା ଆଉ ମୋ ହୃତସ୍ପନ୍ଦନ ବି ।


ୟା ଭିତରେ ଆସିଯାଇଥିଲା ଖରାଛୁଟି। ସଞ୍ଜ ବେଳେ ଛାତ ଉପରେ ଶୋଇ ଗୁଣୁଗୁଣୁ ହଉଥିଲି ମୁଁ ସେଇ ଗୀତ ଟି । ଯୋଉଟା ତା ମୁହଁରୁ ପ୍ରଥମ ଥର ପାଇଁ ଶୁଣିଲା ପରେ ମୋ ହୃଦୟରେ ମୃଦୁ ଭୂମିକମ୍ପ ହୋଇଥିଲା । ହଠାତ୍ ସାନ ଭଉଣୀ ଡାକିଲା, "ଦିଦି ଦେଖ ଉଲକା ଟେ।ଚାଲ ଉଇସ୍ ମାଗିବା ।


ଗୋଟିଏ ଝଟକାରେ ଆଖି ଚାଲିଯାଇଥିଲା ସେଇ ଦିଗ ରେ । ହଁ ତ ଉଲକାଟିଏ । ଆଖି ବୁଜି ମନେ ମନେ ପ୍ରାର୍ଥନା କରୁଥିଲି ଭାଗବାନଙ୍କୁ । ତା ହୃଦୟରେ ଜାଗା ଦିଅ କି ନଦିଅ, ମୋ ହୃଦୟରେ ସେ ସବୁବେଳେ ଥାଉ।ମୁଦା ଆଖିପତା ତଳେ ନାଚି ଉଠୁଥିଲା ତା ମୁହଁ, ତା ଚାହାଣି, ତା ଗୀତ। ଆଃ ! ଏତେ ଦୂରରେ ଥାଇ ବି ଲାଜରେ ଗୋଟାପଣେ ଜୁଡ଼ୁବୁଡ଼ୁ ହେଇ ଯାଉଥିଲି ମୁଁ । ଉଲକା ଯାଇ ସାରିଥିଲା କେତେବେଳୁ ଆଉ ଆଖି ଖୋଲିଥିଲି ମୁଁ ।

ପୁଣି ଖୋଲିଥିଲା କଲେଜ । ଏମିତି ବିତିଯାଇଥିଲା କେତେ ବର୍ଷ ।


ପହଞ୍ଚିଥିଲା କଲେଜର ଶେଷ ଦିନ । ସାଙ୍ଗ ମାନେ ମିଶି ଖୋଲା ଆକାଶ ତଳେ କଲେଜ ଜୀବନର ଶେଷ ସନ୍ଧ୍ୟା କଟେଇ ଥିଲୁ । କେତେ ଗପସପ, ମଜା ମସ୍ତି ଭିତରେ ବି ମୁଁ ସମ୍ପୂର୍ଣ୍ଣ ରୂପେ ଖୁସି ହେଇ ପାରୁ ନଥାଏ । କାଲି ଠୁ ତା ସହ ଆଉ ଯେ କେବେ ଦେଖା ହେବନି । ଛାଡ଼... କାଲି କିଏ ଦେଖିଛି ? ଏଇ ମୁହୂର୍ତ୍ତକୁ ମନଭରି ଉପଭୋଗ କରିବା କଥା । ଏଇ ଶେଷ ସମୟ ତକ ତା ଉପସ୍ଥିତିରେ ସବୁଠୁ ସ୍ମୃତି ମଧୁର କରିବା କଥା । ସନ୍ଧ୍ୟା ଆସର ପ୍ରାୟ ସରିବା ଉପରେ । ସମସ୍ତଙ୍କ ଫରମାଇସ, ସେ ଗୋଟେ ଗୀତ ଗାଇବ । ଶେଷରେ ସେ ଗାଇଥିଲା ସେଇ ଗୀତଟି, ମୋ ପ୍ରିୟ ଗୀତ । ଆଉ ମୋତେ ଆଶ୍ଚର୍ଯ୍ୟ କରିଦେଇ କହିଥିଲା ସେଇ ତିନୋଟି ଶବ୍ଦ, ମୋ ଚିର ଇପ୍ସିତ ଶବ୍ଦ । ସାଙ୍ଗ ମାନଙ୍କ ଭିତରୁ ହଠାତ୍ କିଏ ଗୋଟେ ରଡି ଛାଡ଼ିଲା ଆରେ ଦେଖରେ ଉଲକା । ଆକାଶକୁ ଚାହୁଁ ଚାହୁଁ ଆଖି ମାରି ଦେଇଥିଲା ଦୁଷ୍ଟ ଉଲକା ।

ହସିଦେଇଥିଲି ମୁଁ ତାକୁ ଚାହିଁ । ଏଇତ ମୋ ଆଞ୍ଜୁଳିରେ ଭରି ଦେଇଥିଲା ସେ ତମାମ୍ ଖୁସି । 


Rate this content
Log in

Similar oriya story from Romance