Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଶେଷ ଚିଠି
ଶେଷ ଚିଠି
★★★★★

© Deepak Sarangi

Tragedy Inspirational

9 Minutes   407    13


Content Ranking

ଅମାବାସ୍ୟାର ଅନ୍ଧାର ରାତି ଭଳି ମାଡି ଆସିଥିଲା କିଟକିଟ ଅନ୍ଧାର ମନୀଷାର ଶୁଭ୍ର ଧୌତ ଚାନ୍ଦିନୀ ପରି ଜୀବନରେ । ପାଖରେ ବସିଛି ତା’ର ଅତି ଅନ୍ତରଙ୍ଗ ବାଲ୍ୟ ବନ୍ଧୁ ଅନିତା । ଦୁହେଁ ପ୍ରାୟ ପନ୍ଦର ବର୍ଷ ପରେ ଦେଖା ହୋଇଛନ୍ତି । ଅନିତା ସ୍କୁଲ ସମୟରେ ମନିଷା ଭଳି ଭଲ ପଢୁ ନଥିଲେ ମଧ୍ୟ ତାର ଅପରୂପ ସୌନ୍ଦର୍ଜ୍ୟ ବହୁ ଯୁବକଙ୍କୁ କରଥିଲା ପଥହୁଡା । କିଏ କେତେ ପ୍ରକାର କଥା ଅନିତାକୁ କହିଛନ୍ତି କିନ୍ତୁ ମନୀଷା ଓ ଅନିତା ମଧ୍ୟରେ ଥିବା ବନ୍ଧୁତ୍ଵକୁ କେହି ବି ଭାଙ୍ଗି ପାରି ନାହାଁନ୍ତି । ସ୍କୁଲ ସରିବା ପରେ ଦୁହେଁ ଅଲଗା ହୋଇ ଯାଇଥିଲେ । ମନୀଷା ଭଲ ପଢୁଥିଲେ ବି ତାଙ୍କର ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ସେ ପାଖ ଗାଁ କଲେଜରେ କଳାର ଯୁକ୍ତ ୨ ଶ୍ରେଣୀରେ ପଢିବା ବେଳେ ଅନିତା ଚାଲି ଯାଇଥିଲା ସୁଦୂର ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ଉଚ୍ଚତର ଅଧ୍ୟୟନ ପାଇଁ । ଆଜି ପନ୍ଦର ବର୍ଷ ପରେ ଦୁହେଁ ଦେଖା ହୋଇଛନ୍ତି । ଅନିତା ଇତି ମଧ୍ୟରେ ଦିଲ୍ଲୀରେ ହିଁ ବିବାହ କରି ନିଜ କମ୍ପିଉଟର ଇଞ୍ଜିନିୟର ସ୍ଵାମୀ ସହ ଖୁସିରେ ଅଛି । କିନ୍ତୁ ମନୀଷାର ଜୀବନରେ ଏଇ ପନ୍ଦର ବର୍ଷ ଭିତରେ ଘଟି ଯାଇଥିଲା ଅନେକ ଉତ୍ଥାନ ଓ ପତନ । ଆଖିର ଅମାନିଆ ଲୁହ ଗୁଡାକ ଜମା ବୋଲ ମନୁ ନ ଥିଲା ମନୀଷା ର । ଅନିତା ତା’କୁ ପଚାରିଲା “କଣ ପାଇଁ ତୁ ତୋ ଜୀବନ ର ଅର୍ଦ୍ଧାଧିକ ଯୌବନ ଏମିତି ନିଃସଙ୍ଗରେ କାଟି ଦେଲୁଣି କଣ ଘଟିଛି ତୋ ସଙ୍ଗେ? ସବୁ କଥା ଆଜି ମୋତେ ଖୋଲି କି କହ; ହୁଏତ ମୁଁ ତୋର ଦୁଃଖକୁ କମ କରି ନ ପାରେ କିନ୍ତୁ ଦୁଃଖରେ ସମଭାଗୀ ହୋଇ ତୋତେ ଆଶ୍ଵାସନା ତ ଟିକେ ଦେଇ ପାରିବି” । ଦୀର୍ଘ ନିଶ୍ଵାସ ପକେଇ ମନୀଷା ଆରମ୍ଭ କଲା ତା ବିଗତ ଜୀବନର କରୁଣ ଅଧ୍ୟାୟ ।

ଦଶମ ଶ୍ରେଣୀ ସରିଲା ପରେ ତୁ ତ ତୋ ବାପାଙ୍କ ସଙ୍ଗେ ସହର ଚାଲିଗଲୁ ମୁଁ କିନ୍ତୁ ଆମ ଗାଁ କଲେଜରେ ଯୁକ୍ତ ୨ ପଢିଲି । ମୋ ବାପାଙ୍କ ସ୍ୱାସ୍ଥ୍ୟ ପୁରୁଣା ରୋଗ ଯୋଗୁଁ ଆହୁରି ଖରାପ ହେବାକୁ ବସିଲା ଆଉ ଦିନେ ସେ ଆମକୁ ଛାଡି ଚାଲିଗଲେ । ଘର ର ଅବସ୍ଥା ବହୁତ ଖରାପ ହେବାକୁ ଲାଗିଲା । ଅପାର ବୟସ ବିବାହ ଯୋଗ୍ୟା ହୋଇ ଯାଇଥିଲା । ଆମର ଖରାପ ଅବସ୍ଥାର ସୁଯୋଗ ନେଇ ଗାଁ ରାସ୍ତାର କାମ ନେଇ ଥିବା କଣ୍ଟ୍ରାକ୍ଟର ଅଜିତ ଆମ ଘରକୁ ଯିବାଆସିବା କଲା । ସେ ଅପା ସହ ମିଳାମିଶା କଲା । ବୋଉ ମୋର ସବୁ ଜାଣିଶୁଣି ନୀରବ ଦ୍ରଷ୍ଟା ସାଜୁଥିଲା । ସେ ବି ମନେମନେ ବୋଧେ ଚାହୁଁ ଥିଲା ଯେ ଅପାର ବୋଝ କେମିତି ବି ହାଲୁକା ହୋଇଯାଉ ବୋଲି । ମୁଁ କିନ୍ତୁ ଏହାର ଘୋର ବିରୋଧ କରିଥିଲେ ମଧ୍ୟ ମୋର ବିରୋଧାଭାଷର ସ୍ଵର ଆମର ଗରିବ ଅବସ୍ଥା ଆଗରେ ନତମସ୍ତକ ହୋଇ ହାର ମାନିଥିଲା । କିଛି ଦିନ ପରେ ଅପାର ବାହାଘର ଅଜିତ ସହିତ ହୋଇଗଲା ଅପାର ବାହାଘର ସମୟରେ ମୋର ଦେଖା ହୋଇଥିଲା ଅଜିତର ବରଯାତ୍ରୀ ସାଜି ଆସିଥିବା ଆକାଶଙ୍କ ସହ । ପ୍ରଥମ ଦେଖାରେ ହିଁ ମୁଁ ଓ ଆକାଶ ମନ ଦିଆନିଆ ହୋଇଗଲୁ । ଆକାଶ ଥିଲେ ଅଜିତର ବାପାଙ୍କର ଜଣେ ବନ୍ଧୁଙ୍କର ଏକମାତ୍ର ପୁଅ । ଅପାର ବାହାଘର ସରିଗଲା । ବିନା ଯୌତୁକରେ ଆମେ ଝିଅକୁ ଘରକୁ ନେବୁ ବୋଲି କହିକି ବାହାସ୍ଫୋଟ ମାରୁଥିବା ଅଜିତର ଘର ଲୋକେ ଆମ ଠାରୁ ମୋଟା ଅଙ୍କର ଯୌତୁକ ବାହାଘରର କିଛି ଦିନ ପରେ ଦାବି କରି ନେଇଥିଲେ । ଯାହା ଫଳରେ ଆମର ଆର୍ଥିକ ସ୍ଥିତି ଆହୁରି ଖରାପ ହେଲା ବାଧ୍ୟ ହୋଇ ମୁଁ ସ୍ନାତୋକତ୍ତର ପଢାକୁ ଅଧାରୁ ବନ୍ଦ କରି ପାଖ ମାଇନର ସ୍କୁଲରେ ଚାକିରି କଲି ।

ଆକାଶଙ୍କ ସହ ସମ୍ପର୍କ ମୋର ଆହୁରି ଘନିଷ୍ଠ ହୋଇ ଯାଇଥାଏ । ସବୁଦିନ ଫୋନରେ କଥା ହେବା ଆମର ଗୋଟେ ନିତିଦିନିଆ ଅଭ୍ୟାସରେ ପଡି ଯାଇଥାଏ । ଦିନେ ଆକାଶ ମୋତେ କହିଲେ ଯେ ତାଙ୍କର ଉଚ୍ଚତର ଶିକ୍ଷା ପାଇଁ ତାଙ୍କୁ ଦୁଇ ବର୍ଷ ପାଇଁ ସୁଦୁର ଲଣ୍ଡନ ଯିବାକୁ ପଡିବ । ତେଣୁ ସେ ମୋତେ ବାଧ୍ୟ କଲେ ଯେ ସେ ଯିବା ପୂର୍ବରୁ ମୋତେ ବିବାହ କରିବେ ବୋଲି । ଅପାର ବାହାଘର ସେତେବେଳକୁ ମାତ୍ର ଛଅ ମାସ ହୋଇଥାଏ । ଅର୍ଥର ଘୋର ଅଭାବ ଏବଂ ମୋର ମାସକୁ ଦରମା ମାତ୍ର ଛଅ ହଜାର ଟଙ୍କା । ଏତେ କମ ପଇସାରେ ମୁଁ ଓ ମା' ବଡ କଷ୍ଟରେ ଜୀବନ ବିତାଉ ଥାଉ । ମୁଁ ଯଦି ଏହି ସମୟରେ ବାହା ହୋଇ କି ଆକାଶ ସହିତ ଚାଲି ଯିବି ମୋ ଅସହାୟ ବିଧବା ମା' କୁ ରଖିବ କିଏ? ତା’ର ଦେଖାଶୁଣା କରିବ କିଏ? ଏହି ସବୁ ପ୍ରଶ୍ନ ମୋତେ ବ୍ୟତିବ୍ୟସ୍ତ କରି ପକାଉ ଥାଏ । କିଛି ଦିନ ପରେ ମୁଁ ଆକାଶଙ୍କୁ କହିଲି ଯେ ତୁମେ ଲଣ୍ଡନରୁ ପଢାସାରି କି ଆସ ; ତା’ପରେ ଆମେ ବିନା ଦ୍ଵିଧାରେ ବାହା ହୋଇ ପାରିବା । କିନ୍ତୁ ଆକାଶ ଥିଲେ ତାଙ୍କ ଜିଦରେ ଅଟଳ ମୁଁ ମୋର ସବୁ କଥା କହିବା ପରେ ସେ ମୋ ମା' କୁ ବି ପାଖରେ ରଖିବାକୁ ରାଜି ହୋଇଥିଲେ । କିନ୍ତୁ ମୋ ମା' ଭଳି ସ୍ଵାଭିମାନି ମଣିଷ କେବେ ବି ଝିଅ ଜ୍ଵାଇଁଙ୍କ ଉପରେ ବୋଝ ହେବା ପସନ୍ଦ କରିବନି ବୋଲି ମୁଁ ଠିକ୍ ଜାଣିଥିଲି । ସେ ଯାହାହେଉ ମୁଁ ଆକାଶଙ୍କୁ ବହୁତ ରାଣ ନିୟମ ଦେଇ ସାରିବା ପରେ ସେ ମୋ କଥା ରଖି ଲଣ୍ଡନ ଯିବାକୁ ମନସ୍ଥ କଲେ । ଲଣ୍ଡନ ଯିବା ଦିନ ତାଙ୍କୁ ଦେଖା କରିବାକୁ ମୁଁ ବି ଭୁବନେଶ୍ବର ଏୟାରପୋର୍ଟ ଯାଇଥିଲି । ଆଉ ସେଇ ଦିନ ହିଁ ସେ ମୋତେ ତାଙ୍କ ପରିବାର ସହ ଚିହ୍ନା ପରିଚିତ କରାଇ ଦେଇଥିଲେ । ଆକାଶ ଯିବା ସମୟରେ ସେ ତାଙ୍କ ପରିବାର ଠାରୁ କିଛି ମୂହର୍ତ ଅଲଗା ହୋଇ କି ଆସି ମୋ ସହିତ କିଛି ସମୟ ବିତାଇ ଥିଲେ । ବୋଧେ ସେଇ ସେତିକି ସମୟ ହିଁ ମୋ ଜୀବନର ସବୁଠୁ ଖୁସିର ମୂହର୍ତ୍ତ ଥିଲା ।  ଆକାଶ ଚାଲିଗଲେ ଲଣ୍ଡନ । ମୋ ଆଖିରେ ଅସୁମାରି ସ୍ଵପ୍ନକୁ ବୁଣି ଦେଇ । ଆମ ଦୁଇ ଜଣଙ୍କ ଆଖିର ଲୁହ ଗୁଡା ଯେତେ ରଖିଲେ ବି ବୋଲ ମାନୁ ନଥିଲା । ଆକାଶଙ୍କ ପରି ପିଲାକୁ ବାହା ହେବା ଯେ କୌଣସି ଝିଅର ସୌଭାଗ୍ୟ ବୋଲି କହିଲେ ବି ଅତ୍ୟୁକ୍ତି ହେବନି । ଆକାଶଙ୍କୁ ଛାଡି ବସ୍ ରେ ମୁଁ ଘରକୁ ଫେରିବା ବେଳେ ବୋଧେ ମୁଁ ସବୁଠାରୁ ବେଶି କାନ୍ଦିଥିଲି । ଘରେ ପହଞ୍ଚିଲା ପରେ ମୋ ଆଖି ଗୁଡା ଫୁଲି ଥିବାର ଦେଖି ବୋଉ ମୋର ପଚାରିଲା କଣ ହେଇଛି ବୋଲି ମୁଁ ଆଉ ବୋଉକୁ କିଛି ଲୁଚେଇଲି ନାହିଁ । ତାକୁ ମୋ ମନ କଥା ସବୁ ଖୋଲି କି କହିଲି । ବୋଉ ସବୁ ଶୁଣି ସାରିବା ପରେ ମୋତେ କହିଲା “ତୁ ଏ କଣ କଲୁ ମା' ମୋ ପାଇଁ ତୁ ତୋ ଖୁସିକୁ ଜଳାଞ୍ଜଳି ଦେଇ ଦେଲୁ” । ମୁଁ କହିଲି “ହଁ! ବୋଉ ତୁ ହିଁ ତ ମୋର ସବୁ କିଛି । ତତେ ଏକୁଟିଆ ଛାଡି ମୁଁ କେମିତି ଶାନ୍ତିରେ ସେଠି ଆକାଶ ସହିତ ରହି ପାରି ଥାଆନ୍ତି । ବାପା ଆଉ ଅପା ଗଲା ପରେ ତୋର ସବୁ କିଛି ଦାଇତ୍ଵ ତ ମୋର ହିଁ ଥିଲା” । ବୋଉର ଆଖିରେ ମୋ ପାଇଁ ଗୋଟେ ସୁହାନୁଭୂତିକୁ ମୁଁ ଠିକ୍ ପଢି ପରୁଥାଏ । ସେ ମୋ ପାଇଁ ନିଜକୁ ଦୋଷୀ ଭଳି ଭାବୁ ଥାଏ । ମୁଁ କିନ୍ତୁ ତାକୁ ଆଶ୍ଵାସନା ଦବାକୁ ଯାଇ କହିଲି “ତୁ ବ୍ୟସ୍ତ ହଅନା ବୋଉ ଆକାଶ ଦୁଇ ବର୍ଷ ଭିତରେ ତାଙ୍କ ପଢା ସାରି ପୁଣି ଓଡିଶା ଫେରିଆସିଲେ ତୁ ମୋ ବାହାଘର ନିଜ ହାତରେ କରିବୁ” । ଦିନ ଗଡି ଚାଲି ଥାଏ । ପ୍ରାୟ ତିନି ଚାରି ଦିନରେ ଥରେ ଆକାଶ ମୋ ସହ ଫୋନରେ କଥା ହୁଅନ୍ତି । ଏମିତି ପ୍ରାୟ କିଛି ବର୍ଷ ବିତିଗଲା । ମୋର ଚାକିରି ନିୟମିତ ହୋଇ ସାରିଥାଏ । ଦରମା ମଧ୍ୟ ବଢି ସାରିଥାଏ । ବୋଉର ଦେହ ଆହୁରି ବେଶୀ ମୋ ପାଇଁ ଚିନ୍ତା କରିକରି ଖରାପ ହେଉଥାଏ । ଦୁଇ ବର୍ଷ ସରି ତିନି ବର୍ଷ ହେବାକୁ ବସିଲାଣି । ଆକାଶଙ୍କର ମଧ୍ୟ କିଛି ଖବର ନ ଥାଏ । ମୁଁ ବଡ ବ୍ୟସ୍ତ ହୋଇ ଆକାଶଙ୍କୁ ଖୋଜୁଥାଏ । ସେ କହିଥିବା ସବୁ ସାଙ୍ଗ ମାନଙ୍କ ପାଖକୁ ଯାଇ ମୁଁ ଖବର ନେଉଥାଏ । କିନ୍ତୁ ଆକାଶଙ୍କର କିଛି ପତ୍ତା ମିଳୁ ନ ଥାଏ । ମୁଁ ଥରେ ତାଙ୍କର ସାଙ୍ଗ ମାନଙ୍କୁ ପଚାରି ତାଙ୍କ ଘରକୁ ଗଲି । ସେଠି ମୋତେ ଦେଖି ତାଙ୍କ ମା ଚିହ୍ନି ପାରି ଭୋ କରି କାନ୍ଦି ଉଠିଲେ । ମୁଁ କିଛି କହିବା ପୂର୍ବରୁ ଦେଖିଲି କାନ୍ଥରେ ଟଙ୍ଗା ହେଇଛି ଫୁଲ ମାଳ ଦିଆ ହେଇଥିବା ଆକାଶଙ୍କ ଫୋଟୋ । ମୋ ପାଦତଳୁ ମାଟି ଖସି ଗଲା । ସେଇଠି ବସି ପଡିଲି । ମୋ ସ୍ଵପ୍ନର ସୌଧ ନିମିଷକରେ ଭାଙ୍ଗି ଚୁରମାର୍ ହୋଇଗଲା । ମୁଁ ଚେତାଶୂନ୍ୟ ହୋଇ ପଡିଲି ଆଖି ଖୋଲି କି ଦେଖେ ତ ମୋତେ ଆକାଶଙ୍କ ସାଙ୍ଗ ମାନେ ଆଣି ଘରେ ଛାଡି ଦେଇ ଯାଇଛନ୍ତି । ଆକାଶଙ୍କର ଖବର ଜାଣି ସାରିବା ପରେ ବୋଉର ଦେହ ଆହୁରି ଅସୁସ୍ଥ ହୋଇ ପଡିଲା । ଆଉ କିଛି ଦିନ ପରେ ସେ ବି ମୋତେ ଛାଡି ଚାଲିଗଲା । ମୁଁ ହୋଇଗଲି ଏତେ ବଡ ଦୁନିଆରେ ଏକା । ଅପା ମୋତେ ସାହାଯ୍ୟ କରିବାକୁ ଚାହୁଁ ଥିଲେ ବି ସେ ଅଜିତ ର ଡରରେ ମୋ ପାଇଁ କିଛି କରିପାରୁ ନଥିଲା । ଏମିତି ଭାବେ ଦଶ ବର୍ଷ କଟି ଗଲାଣି ମୋ ଜୀବନରେ ଆହୁରି କେତେ ଜଣ ଆସି ମତେ ବାହା ହେବା ପାଇଁ ସେମାନଙ୍କ ତରଫରୁ ପ୍ରସ୍ତାବ ଦେଇ ସାରିଲେଣି । ମୁଁ ସମସ୍ତଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଛି । ମୁଁ କେବଳ ଆକାଶଙ୍କର ଆଉ ମୁଁ ତାଙ୍କରି ସ୍ମୃତିରେ ହିଁ ମୋ ଆଗାମୀ ଜୀବନ ଗୁଡିକ ଅତିବାହିତ କରିଦେବି । ଏତିକି କହି ସାରିବା ପରେ ମନୀଷା କାନ୍ଦିକାନ୍ଦି ଅନିତାକୁ ଚାପି ଧରିଲା । ଅନିତା ଓ ମନୀଷା ଦୁଇ ସାଙ୍ଗ ମନୀଷାର ଘରକୁ ଗଲେ ।

ଅନିତା ଦେଖିଲା ମନୀଷାର ଘରେ କେବଳ ଆକାଶର ସ୍ମୃତି ଚିହ୍ନ । ସେ ଦେଇଥିବା ଚିଠି, ଫୁଲ ,କାର୍ଡ ,କିଛି ଉପହାର କୁ ମନୀଷା ସେମିତି ସାଇତିକି ରଖିଛି । ଅନିତା ମନୀଷାକୁ ପଚାରିଲା “କିନ୍ତୁ ତୁ ତୋ ଆକାଶର ଫୋଟୋ ମତେ ଟିକେ ଦେଖେଇଲୁନି ମୁଁ ଜାଣିବାକୁ ଚାହୁଁଛି କିଏ ସେ ଲୋକ ଯାହା ପାଇଁ ମୋ ସାଙ୍ଗ ଏତେ ବଡ ତ୍ୟାଗ କରିଛି?” । ମନୀଷା ତା ବେକରେ ଥିବା ଲକେଟକୁ କାଢି କହିଲା ଦେଖ ଆକାଶ ସବୁ ବେଳେ ମୋ ହୃଦୟ ସହ ଯୋଡି ହୋଇ କି ଅଛନ୍ତି । ଅନିତା ଦେଖିଲା ଗୋଟେ ପାନ ପତ୍ର ଭଳି ଲକେଟରେ ଅନିତା ଦେଖିଲା ଗୋଟେ ପଟେ ମନୀଷା ର ଫୋଟୋ ଥିବା ବେଳେ ଅନ୍ୟ ପଟେ ଅଛି ଆକାଶର । ଅନିତା ଆକାଶର ଫୋଟୋ ଦେଖି କି ଚମକି ପଡିଲା । ମନୀଷା ତା’କୁ ପଚାରିଲା କଣ ହେଲା କି ତୁ ଏମିତି ଚମକି ପଡିଲୁ ? ଅନିତା ତାକୁ କିଛି ନ କହି ତା ହାତ ଧରି ଟାଣି ନେଲା କହିଲା “ତୁ ଆସ ମୋ ସଙ୍ଗେ” । ମନୀଷା କିଛି ବୁଝି ପାରୁ ନ ଥାଏ । ଅନିତା କହିଲା “ଗାଡି ରେ ବସ । ଆମେ ଏବେ ମୋ ଘର କୁ ଯିବା” । ମନୀଷା ଯାଇ ଅନିତାର ଗାଡି ରେ ବସିଲା ଅନିତା ଗାଡିକୁ ଦ୍ରୁତ ବେଗରେ ଚଳାଇ ନେଇ ତାଙ୍କ ଘରେ ପହଞ୍ଚିଲା । ଅନିତା କୁ ଦେଖି ଏମିତି ଅସ୍ତବ୍ୟସ୍ତ ହୋଇ ଘରକୁ ଚାଲି ଆସିବାର କାରଣ ତା’ର ସ୍ଵାମୀ ରାଜୀବ ତା’କୁ ପଚାରିବାରୁ ସେ ତରତର ରେ କହିଲା ବଣ୍ଟି କେଉଁଠି ବୋଲି? ରାଜୀବ କହିଲେ ବଣ୍ଟି ତ ସେପଟ ଘରେ ପଢୁଛି ବୋଲି । ଅନିତା ମନୀଷାର ହାତ କୁ ଟାଣି ନେଇ ବଣ୍ଟି କି ଦେଖେଇ କହିଲା “ଦେଖୁଚୁ ଏ ମୋ ୭ ବର୍ଷର ପୁଅ ବଣ୍ଟି ଆଉ ତୁ ଯୋଉ ଫୋଟୋ ଦେଖେଇଲୁ ସେଇ ଆକାଶ ମହାନ୍ତିଙ୍କ ଯୋଗୁଁ ହିଁ ଆଜି ବଣ୍ଟି କୁ ମୁଁ ଫେରି ପାଇଛି । ମନୀଷା କିଛି ବୁଝି ପାରୁ ନଥାଏ ଖାଲି ଜଳଜଳ ହେଇ ଅନିତା କୁ ଦେଖୁଥାଏ । ସେ କଣ ସବୁ କରି ଯାଉଛି ଆଉ କହୁଛି ।

ଅନିତା ମନୀଷାକୁ ରାଜୀବଙ୍କ ପାଖକୁ ନେଇ ଗଲା । ରାଜୀବ କହିଲେ “ହଁ ମନୀଷା ଆଜି ଆମେ ବଣ୍ଟିକୁ ଫେରି ପାଇଛୁ କେବଳ ସେହି ମହାନ ଲୋକଙ୍କ ପାଇଁ । କିଛି ବର୍ଷ ତଳେ ମୁଁ ,ଅନିତା ଓ ବଣ୍ଟି ଆମେ ସମସ୍ତେ ମୋ କମ୍ପାନୀ ର କାମ ପାଇଁ ଲଣ୍ଡନ ପ୍ରାୟ ମାସେ ପାଇଁ ଯାଇଥିଲୁ । ଦିନେ ଗୋଟେ ରବିବାର ଦିନ ଆମେ ସମସ୍ତେ ମନସ୍ଥ କଲୁ ଯେ ପାଖରେ ଥିବା ଗୋଟେ ପାହାଡ ଉପରେ ଥିବା ଗୋଟେ ସୁନ୍ଦର ଝରଣା ଓ ବଗିଚା କୁ ଯାଇ ପିକନିକ କରି ଆସିବା ପାଇଁ । ଆମେ ସମସ୍ତେ ବହୁତ ଖୁସିରେ ପାହାଡ ଉପରେ ପହଞ୍ଚି ଗଲୁ । ସମୁଦ୍ର ପତନ ଠାରୁ ପାହାଡଟି ପ୍ରାୟ ୧୦୦୦ ମିଟର ଉଚ୍ଚରେ ଥିଲା । ପାହାଡ ଉପରୁ ଲଣ୍ଡନ ସହରର ଶୋଭା ଥିଲା ଅତୀବ ମନୋହର । ମୁଁ ଓ ଅନିତା ଟିକେ ଅନ୍ୟ ମନସ୍କ ହୋଇ ଫୋଟୋ ଉଠାଇବା ପାଇଁ ବ୍ୟସ୍ତ ରହିବାରୁ ଅଜାଣତ ରେ କେତେବେଳେ ଯେ ବଣ୍ଟି ଯାଇଁ ପାହାଡର ଖାତ ଆଡକୁ ଆଗେଇ ସାରିଥିଲା ତାହା ଥିଲା ଆମ ପାଇଁ ଭାବନାତୀତ । ମୁଁ ଓ ଅନିତା ତା’କୁ ଧରିବାକୁ ଉଦ୍ୟତ ହୁଅନ୍ତେ ସେ ଆମଠାରୁ ବହତ ଆଗ କୁ ଯାଇ ସାରିଥିଲା । ଏହି ସମୟରେ ହଠାତ ଜଣେ ଯୁବକ ଦେବଦୂତ ପରି ଆସି ବଣ୍ଟି କୁ ଧରି ପକେଇଲେ । କିନ୍ତୁ ସେତେବେଳକୁ ବଣ୍ଟି ଓ ସେ ପାହାଡର ବହୁତ ତଳକୁ ଚାଲି ଯାଇଥିଲେ । ଆମେ ବହୁ ଚେଷ୍ଟା କଲୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ କିନ୍ତୁ ସେ ଯୁବକ ବଣ୍ଟିକୁ ଧରି ଗଡିଗଡି ଯାଇଁ ପାହାଡର ଶେଷରେ ପହଞ୍ଚି ଗଲେ । ପାହାଡ ର ପଥର ବାଜି ଯୁବକ ଜଣଙ୍କର ଅବସ୍ଥା ମୁର୍ମୁଶୁ ହୋଇ ପଡିଥିଲା । ସେ ବାଣ୍ଟି କି ଏମିତି ଢଙ୍ଗରେ ଧରି ଥିଲେ ଯେ ତା।ର ବେଶି କିଛି ହୋଇ ନଥିଲା । କିନ୍ତୁ ବଣ୍ଟି ର ଆଖିରେ ଗୋଟେ ଗଛ ଡାଳ ବାଜି କି ତା’ର ଆଖି ଦୁଇଟି ନଷ୍ଟ ହୋଇ ଯାଇଥିଲା । ଆମେମାନେ ଦୁଇଜଣ ଙ୍କୁ ନେଇ ଡାକ୍ତରଖାନା କୁ ପଠାଇଲୁ  । କିଛି କ୍ଷଣ ପରେ ସେଠିକାର ଡାକ୍ତର ମୋତେ ଡାକି କହିଲେ ଯେ ବଣ୍ଟି ର ଆଖି ଦୁଇଟି ନଷ୍ଟ ହୋଇ ଯାଇଛି ବୋଲି । ଏ କଥା ଶୁଣି ମୁଁ ଓ ଅନିତା ଆମେ ଦୁହେଁ କାନ୍ଦି କାନ୍ଦି ଅଥୟ ହୋଇ ପଡିଲୁ । କିଛି ସମୟ ପରେ ଡାକ୍ତର ମୋତେ ଡାକି କି କହିଲେ ଯେ ଯେ ସେ ଯୁବକ ମୋତେ କିଛି କହିବାକୁ ଚାହୁଁ ଛନ୍ତି ବୋଲି । ମୁଁ ତାଙ୍କ ସହ ଦେଖା କରିବାକୁ ଗଲି । ସେ ଓଡିଶାର ଆକାଶ ମହାନ୍ତି ବୋଲି କହିଲେ । ଆଉ ମୋତେ କହିଲେ ଯେ ମୋ ପାଖରେ ଆଉ ବେଶି ସମୟ ନାହି ତେଣୁ ମୁଁ ଚାହୁଁଛି ଯେ ମୋର ଏ ଆଖି ଦୁଇଟି ବଣ୍ଟି କୁ ଦିଆଯାଉ ବୋଲି । ମୁଁ ତାଙ୍କ ଆଗରେ ସ୍ଥାଣୁ ପାଲଟି ଯାଇଥାଏ । ସେ ମୋତେ ପାଖକୁ ଡାକି ମୋ ହାତରେ ଗୋଟେ ଲଫାଫା ଗୁଞ୍ଜି ଦେଇ କହିଲେ “ଆପଣ ଏଇ ଲଫଫା ଟିକୁ ରଖି ଥାଆନ୍ତୁ । ଆବଶ୍ୟକ ସମୟରେ ମୋର ଜଣେ ଅତି ନିଜର ଲୋକ ଆପଣଙ୍କ ଠାରୁ ଏ ଲଫାଫାଟି ନେଇ ଯିବ” । ଏତିକି କହି ସେ ମୋରି ହାତରେ ହିଁ ଶେଷ ନିଶ୍ଵାସ ତ୍ୟାଗ କଲେ । ତାଙ୍କରି ଶେଷ ଇଛା ମୁତାବକ ତାଙ୍କରି ଆଖି ଦୁଇଟି ରେ ଏବେ ଆମ ବଣ୍ଟି ଦୁନିଁଆ ଦେଖୁଛି । ଏତିକି କହି ରାଜୀବ ଆଖିରୁ ଲୁହ ପୋଛି ବସି ପଡିଲେ ଏବଂ କିଛି ସମୟ ପରେ ଘର ଭିତରକୁ ଯାଇ ସେ ଲଫାଫାଟିକୁ ଆଣି ମନୀଷା ହାତକୁ ଦେଲେ । ମନୀଷା କୁ ଏ ସବୁ ଗୋଟେ ସ୍ଵପ୍ନ ଭଳି ଲାଗୁଥାଏ । କ’ଣ ସବୁ ଘଟି ଯାଉଛି ତା ଆଗରେ ସେ ନିଜେ ବି ବିଶ୍ଵାସକରି ପାରୁ ନ ଥାଏ । ସେ ଲଫାପାଟିକୁ ଖୋଲି ପଢିଲା ସେଥିରେ ଲାଲ୍ ସ୍ୟାହିରେ ଲେଖାଥିଲା “ସ୍ନେହର ମନୀଷା! ତୁମେ ଯେତେବେଳେ ମୋର ଏହି ଶେଷ ଚିଠି କୁ ପଢୁଥିବ ହୁଏତ ମୁଁ ତୁମଠାରୁ ବହୁତ ଦୂରକୁ ଯାଇ ସାରିଥିବି । ତୁମ ସହିତ ମୁଁ କଥା ଏଇଥି ପାଇଁ ହେଉ ନଥିଲି ଯେ ମୁଁ ଚାହୁଁଥିଲି ତୁମ ପାଖରେ ହଠାତ୍ ପହଞ୍ଚି ଯାଇ ତୁମକୁ ଆଶ୍ଚର୍ଯ୍ୟ କରେଇ ଦେବି । ମୁଁ ଓଡିଶା ଫେରିବା ପାଇଁ ଟିକେଟ ମଧ୍ୟ କରି ସାରିଥିଲି । କିନ୍ତୁ ନିୟତିର ନିୟମ ଆଗରେ ଆମେ ମନୁଷ୍ୟ ତୁଚ୍ଛ ମାତ୍ର । ମୋର ତ ସମୟ ସରି ଆସିଛି ଯାହା ଏଠୁ ଡାକ୍ତରଙ୍କ ଠାରୁ ଶୁଣୁଛି ଯେ ମୋର ମୁଣ୍ଡରେ ପାହାଡର ପଥର ବାଜି ଗଭୀର ଆଘାତ ଲାଗିଛି ଯେଉଁଥି ପାଇଁ କି ମୋତେ ବଞ୍ଚାଇବା ହୁଏତ ସମ୍ଭବ ହେବ ନାହିଁ । ତେଣୁ ମୁଁ ମନସ୍ଥ କରିଛି ଯେଉଁ ଛୋଟ ପିଲା ବଣ୍ଟି କୁ ମୁଁ ବଞ୍ଚେଇ ଥିଲି ତାକୁ ହିଁ ମୋ ଆଖି ଦାନ କରିବି । ମୋର ମନେ ହେଉଛି ତୁମେ ଦିନେ ନା ଦିନେ ଏ ବଣ୍ଟି ପାଖରେ ମୋତେ ଖୋଜି ଖୋଜି ନିଶ୍ଚିତ ପହଞ୍ଚିବ । ସେହିଦିନ ମୁଁ ବଣ୍ଟି ଜରିଆରେ ତୁମକୁ ମନ ଭରି ଦେଖିବି । ମୁଁ ତୁମକୁ ଏ ଜନ୍ମରେ ସିନା ପାଇ ପାରିଲିନି କିନ୍ତୁ ମୁଁ ତୁମକୁ ଏଇ ବଣ୍ଟି ମାଧ୍ୟମରେ ସବୁବେଳେ ଉପରେ ରହି ଦେଖୁଥିବି । ମୋ ପାଇଁ ପ୍ରେମ କେବଳ ଦେହର ମିଳନ ମଧ୍ୟରେ ସୀମିତ ନ ଥିଲା ମୋ ପାଇଁ ଥିଲା ମୋ ପ୍ରେମ ଚିରନ୍ତନ, ପବିତ୍ର ଓ ଶାଶ୍ଵତ । ଇତି ତୁମର ଆକାଶ ।

ମନୀଷା ଚିଠି ପଢି ସାରି କି ସେମିତି ଛିଡା ହୋଇଥାଏ । ସେପଟୁ ବଣ୍ଟି ଦଉଡି ଆସି ମନୀଷାକୁ ଆଣ୍ଟି ଆଣ୍ଟି କହି କୁଣ୍ଢେଇ ପକେଇଲା । ମନୀଷା ବଣ୍ଟିର ଆଖିରେ ଦେଖି ପାରୁଥିଲା ଆକାଶର ଚିରନ୍ତନ, ପବିତ୍ର ଓ ଶାଶ୍ଵତ ପ୍ରେମକୁ । 

ପ୍ରେମ ଆକାଶ ମନୀଷା

Rate the content


Originality
Flow
Language
Cover design

Comments

Post

Some text some message..