Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ତୁମକୁ ପାରି ହେବନାହିଁ ବାପା
ତୁମକୁ ପାରି ହେବନାହିଁ ବାପା
★★★★★

© Narayan chandra Senapati

Comedy

3 Minutes   395    30


Content Ranking



  ଅନୀଷା ଆମେରିକାରେ ଏକ ଅସ୍ଥିଶଲ୍ୟ ବିଭାଗର ଡାକ୍ତର।ହେଲେ ସ୍ବଦେଶ ଭାରତକୁ ପ୍ରତି ମୁହୂର୍ତ୍ତରେ ସେ ଝୁରୁଥାଏ।ଭାରତର ପାଣି ପବନ ସତେ ଯେମିତି ତା ସ୍ପନ୍ଦନ।ପ୍ରତିଦିନ ସକାଳେ ସନ୍ଧ୍ୟାରେ ଦୁଇଥର ଘରକୁ ଫୋନ୍ କରିବାକୁ ସେ ଆଦୌ ବି ଭୁଲେନାହିଁ।ଆଜି ଅପରାହ୍ଣରେ ସେ ଫୋନ୍ କରିଛି ତା ବାପା ପ୍ରଭଞ୍ଜନ ତ୍ରିପାଠୀଙ୍କୁ।ପ୍ରଭଞ୍ଜନ ବାବୁ ଜଣେ ସଚ୍ଚୋଟ ବିଶାଳ ହୃଦୟ ଥିବା ମାଟିର ମଣିଷ କୃଷକ।ହେଲେ ବହୁତ ଶାନ୍ତ ସରଳ ଓ କୌତୁକିଆ ଲୋକ।ବେଳେବେଳେ ଝିଅ ସହ ବି ମଜା କରନ୍ତି।ସେଦିନ ବାପାଙ୍କ ସହ କଥା ହେଉ ହେଉ ସେ ଉପଲବ୍ଧି କଲା ବାପା ଟିକେ ବ୍ୟସ୍ତ ଓ ବିବ୍ରତ ଥିଲା ଭଳି।କହିଲା ବାପା,ତୁମେ ବ୍ୟସ୍ତ ଲାଗୁଛ,କଣ ହୋଇଛି କି?ପ୍ରଭଞ୍ଜନ ବାବୁ କହିଲେ, ହଁ ବ୍ୟସ୍ତ କ'ଣ କହୁଛୁ ଅନିଶା,ଏକ ନିର୍ଣ୍ଣାୟକ ଯୁଦ୍ଧ ଚାଲିଛି,ସେହି ଯୁଦ୍ଧର ଘଟଣାବଳୀ ମୁଁ ଦେଖୁଛି।ଅନିଶା କହିଲା, ବାପା ମୋତେ ଟିକେ ସେ ବିଷୟରେ ଜଣାନ୍ତ ନାହିଁ।


 ପ୍ରଭଞ୍ଜନ ବାବୁ ଆରମ୍ଭ କଲେ ଏ ଦୈତ୍ୟ ଯୁଦ୍ଧର ପୁଙ୍ଖାନୁପୁଙ୍ଖ ଘାଟଣାବଳୀ।ଆଠ ହେକ୍ଟର ଦୈର୍ଘ୍ୟ ବିଶିଷ୍ଟ ଏକ ବର୍ଗାକାର ଅମୁଲ୍ୟ ଭୂଇଁ,ଅନ୍ୟୁନ ଚଉଷଠି ଵର୍ଗ ହେକ୍ଟର ଜାଗା ଏପଟେ ବିଜୟ ସେନ ରାଜା କହୁଛନ୍ତି ମୋର,ସେପଟେ ଅରଫାନ ଅଲ୍ଲୀ ସୁଲତାନ କହୁଛନ୍ତି ମୋର।ଠିକ୍ କାଶ୍ମୀର ସମସ୍ୟା ପରି।ନିଜ ନିଜର ଗର୍ବ ଦମ୍ଭ ଓ ବଡ଼ପଣିଆରେ ଦୁହେଁ ବଜ୍ର ପରି ଶକ୍ତ।କାହାକୁ ନିର୍ଦ୍ଦ୍ଵନ୍ଦରେ ଅର୍ପଣ କି ତ୍ୟାଗ କରିବା କାହାର ବି ଅଭୀପ୍ସା ନାହିଁ।ଉଭୟ ପକ୍ଷର ଏଇ ଭୂମିର ସୀମାନ୍ତରେ ଅଭିନବ ସମରସଜ୍ଜା।ଶକ୍ତିଶାଳୀ ନିର୍ଭୀକ ସୈନିକ,ଜଳପଥ ପାଇଁ ବୁଲେଟ ପୃଫ ଜାହାଜ,ମନ ପବନ ଘୋଡା ପରି କ୍ଷୀପ୍ର ଗାମୀ ଅଶ୍ୱ,ହିମାଳୟ ପରି ଶକ୍ତ,ଅଟଳ,ଅଚଳ ହସ୍ତୀ ଯେ କି ଅପର ପକ୍ଷର ଶତ୍ରୁଙ୍କୁ ହତ କରିବାରେ ସତତ ଚେଷ୍ଟିତ।ଉନ୍ନତ ମସ୍ତିଷ୍କ ସମ୍ପନ୍ନ ବୁଦ୍ଧି ବିଚାରବନ୍ତ ମହାମନ୍ତ୍ରୀ ଓ ସ୍ୱୟଂ ଦୁଇ ରାଜା ଶକ୍ତିଶାଳୀ, ସାହସୀ ଯୋଦ୍ଧା ଓ ଯୁଦ୍ଧ ଖୋର।ଉଭୟ ଦଳର ଯୁଦ୍ଧବାହିନୀଙ୍କ ପାଇଁ ସମାନ ଯୁଦ୍ଧର ନିୟମ।ସୈନ୍ୟ ସୈନ୍ୟ ମଧ୍ୟରେ ପଦେ ପଦେ ଅଗ୍ରସର ହୋଇ ଯେଉଁ ଖଣ୍ଡ ଯୁଦ୍ଧ ବାଃ କି ରୋମାଂଚକ!ଜଳବାହିନୀର କୋଣୀୟ ଗତିର ଘନ ଘନ ଆକ୍ରମଣ,ଅଶ୍ୱବାହିନୀରେ କ୍ଷୀପ୍ର ଅଶ୍ୱର ଚତୁରାତ୍ତର ଅଢେଇ ଅଢେଇ ପାଦର ଚମକ ଦୌଡ଼ ଚମକାଇ ଦେଉଛି ସଭିଙ୍କୁ।ଲାଗୁଛି ପ୍ରତି କ୍ଷଣରେ ଚକ୍ରବ୍ୟୁହ।ହସ୍ତୀଙ୍କ ଦଳାଚକଟା ଅତ୍ୟନ୍ତ ହୃଦୟ ବିଦାରକ।ରାଜା ଓ ସୁଲତାନ ଦୁହିଁଙ୍କର ଖଡ୍ଗ ସହ ସମ୍ମୁଖକୁ ହତ କରି କରି ଅଗ୍ରସର ଲାଗୁଥାଏ ମା କାଲି ଶ୍ମଶାନରେ ରକ୍ତ ପିଇ ପିଇ ମୁଣ୍ଡ ମାଳ କରି ଗଲା ପରି।ଆଉ ଚତୁର ମନ୍ତ୍ରୀଂକର ଘନ ଘନ ପାର୍ଶ୍ୱ ପରିବର୍ତ୍ତନର କୁଶଳୀ ଯୁଦ୍ଧ ଓ ଚକ୍ରବ୍ୟୁହ ଉଭୟ ପାର୍ଶ୍ୱକୁ ଭୀତକ୍ରସ୍ତ କରୁଥାଏ।ଯେ ବି ଦେଖୁଛି ସେ ଭୁଇଁର ହୃଦୟ ବିଦାରକ ଦୃଶ୍ୟ ତା ହୃତପିଣ୍ଡ ଥରି ଯାଉଛି।କଣ ହେବ ପରିଣାମ ? କିଏ ହେବ ବିଜୟୀ ?ଅନ୍ତିମ ନିର୍ଣ୍ଣାୟକ ଫଳାଫଳ ପାଇବାକୁ ସଭିଏ କୌତୁହଳର ସହ ଅପେକ୍ଷିତ।ସତେ ଯେମିତି ରାମ ରାବଣ ଯୁଦ୍ଧ,କିଏ ବି କହୁଛି ନା ନା ଏଯୁଦ୍ଧ ଠିକ୍ କର୍ଣ୍ଣ ଅର୍ଜ୍ଜୁନଙ୍କ ଯୁଦ୍ଧ ପରି ଲାଗୁଛି।ଜ୍ଞାନୀ, ଗୁଣୀ ବୁଦ୍ଧୀଜୀବୀଙ୍କ ମୁଣ୍ଡରେ ବଜ୍ର ପଡ଼ିଲାପରି ଲାଗୁଛି,କାରଣ ଫଳ କେବଳ ଗୋଟିଏ,ଜିତ ହେବ କଳା ବାହିନୀ ସମ୍ରାଟ ବିଜୟ ସେନ ଙ୍କର କିମ୍ବା ଗୋରାବାହିନୀ ସୁଲତାନ ଅରଫାନଙ୍କର।ମାତ୍ର ବଳିପଡିବେ ଏ ସୈନ୍ୟ,ଏ ଘୋଡା ହାତୀ,ଏ ମନ୍ତ୍ରୀର ସଂସାର ଆଉ ବିଚରା ଜାହାଜ ଗୁଡାକ।ହଠାତ୍ ସୁଲତାନ ଙ୍କର ଆତର୍କିତ ଆକ୍ରମଣ ଓ ବିଜୟସେନ ଙ୍କର ସୈନ୍ୟ,ଘୋଡା, ହାତୀକୁ ହତ ତାଙ୍କୁ ଘାଇଲା କରିଦେଲା।ଏକ ବିଶାଳକାୟ ଖଡ୍ଗ ଧରି ସଳଖ ଭାବେ ହାଣି ହାଣି ଚାଲିଲେ ଆଗକୁ ଆର୍ଯ୍ୟାଵର୍ତ୍ତର ବୀର ବିଜୟ ସେନ।ଅପର ପକ୍ଷର ଘୋଡା,ହାତୀକୁ ଲକ୍ଷ୍ୟ କରି ଶରବିଦ୍ଧ କରିବାକୁ ଥିଲା ତାଙ୍କ ଆଦେଶ ।କେଇ ମୁହୂର୍ତ୍ତର ରଣାଙ୍ଗନ ଆଗ୍ନେୟଗିରି ର ଅଗ୍ନି ଉଦ୍ ଗିରଣ ପରି ହୋଇଥିଲା।ମନ୍ତ୍ରୀଂକର ବିହ୍ଵରେ ସୁଲତାନ ପକ୍ଷର ମନ୍ତ୍ରୀ ନିହତ,ସୈନ୍ୟ କୁ ଦଳାଚକଟା,ଏପରିକି ତାଙ୍କ ହସ୍ତୀ,ଅଶ୍ୱଙ୍କ ଦିଗଭ୍ରଷ୍ଟ ଛତ୍ରଭଙ୍ଗ ସେମାନଙ୍କୁ ନିଜ ନିର୍ବୋଧତାରେ ଶିକାର ହେବାକୁ ପଡିଲା ଅଳ୍ପ କେଇମୁହୂର୍ତ୍ତରେ ସୁଲତାନ ଙ୍କର ସମସ୍ତ ସୈନ୍ୟବାହିନୀ ଟଳିପଡ଼ିଲେ ସେଇ ଯୁଦ୍ଧଭୁଇଁରେ।ଆତ୍ମସମର୍ପଣ କରିବାକୁ ଆସୁଥିବା ସୁଲତାନ ଶେଷରେ ନିହତ ହେଲେ।ଉଡିଲା ବିଜୟ କେତନଙ୍କ ବିଜୟ ବାନା।ତାଙ୍କ ବିଜୟ ଉଲ୍ଲାସର ଘଡଘଡି ସମାନ ହସ,ସିଂହ ଗର୍ଜ୍ଜନ ସମ ଗର୍ଜ୍ଜନ ଆଚମ୍ବିତ କରିଥିଲା ଦେଖାନାହାରୀଙ୍କୁ।ହେଲେ ରକ୍ତାକ୍ତ ସେ ଚଉଷଠି ବର୍ଗ ହେକ୍ଟର ଜାଗା ସାଜିଥିଲା ରକ୍ତାକ୍ତ,ବୀର ଯୋଦ୍ଧାମାନଙ୍କର କବରଖାନା,ଶ୍ମଶାନ ଭୂଇଁ।ଏଇ ଭୂଇଁ ଯେମିତି କାନ୍ଦି କାନ୍ଦି କହୁଥିଲା ହେ ଶହୀଦ ମୋ ସନ୍ତାନ ଗଣ, ଶୋଇପଡ଼ରେ ମୋ କୋଳରେ ଚିରଦିନ ପାଇଁ।ଆଉ ତୁମକୁ କେହି ବି ଉଠାଇବେ ନାହିଁ କି ଆଘାତ ଦେଇପାରିବେ ନାହିଁ।


 ଭାବବିହ୍ଵଳରେ ବର୍ଣ୍ଣନା କରୁ କରୁ ପ୍ରଭଞ୍ଜନ ବାବୁଙ୍କ ଆଖିରୁ ଦୁଇଟୋପା ଲୁହ ଗଡିଗଲା।ଅନୀଷା ଶୁଣୁ ଶୁଣୁ କହିଲା, ବାପା, ବିଜୟ ସେନଙ୍କ ସୈନ୍ୟବାହିନୀରେ ତ କିଛି ନିହତ ହୋଇଥିବେ?

 ବାପା କହିଲେ ହଁ ରେ ମା' ଯୁଦ୍ଧ ଯେତେବେଳେ ହୁଏ ଉଭୟ ପକ୍ଷର ସୈନ୍ୟ ବି ନିହତ ହୁଅନ୍ତି।ଏଇ ଶୁଣୁନୁ ସେହି ବୀର ଭାରତୀୟ ବିଜୟ ସେନ ପକ୍ଷର ଶହୀଦ ସୈନ୍ୟମାନଙ୍କ ପରିବାରଲୋକଙ୍କ ଆର୍ତ୍ତଚିତ୍କାର।ଛାତି ଫାଟିଯିବରେ ମାଆ।ଏତିକି ଶୁଣିଲା ପରେ ଅନୀଷା ଭୋ ଭୋ ହୋଇ କାନ୍ଦିଲା।ଆଉ କହିଲା ବାପା,ଯୁଦ୍ଧର ଅନ୍ତିମ ସମୟର ସେ ଭୂମିର ଫଟୋଟିଏ ମୋ ପାଖକୁ ପଠାଇଲ।ସଂଗେ ସଂଗେ ପ୍ରଭଞ୍ଜନ ବାବୁ ଏକ ଫଟୋ ଉଠାଇ ଛାଡିଦେଲେ।ଫଟୋ ଦେଖି ଅନୀଷା କହିଲା, ନାଁ ବାପା ଏ ତ ଚେସ ଖେଳର ଫଟୋ।ସେହି ଯୁଦ୍ଧ ଫଟୋ ଦିଅ।ପ୍ରଭଞ୍ଜନ ବାବୁ କହିଲେ ନାଁରେ ମାଆ ସେଇ ଅସଲ ବାସ୍ତବ ଯୁଦ୍ଧ ଯାହା ଦେଖୁଥିଲି ସେଇ ଫଟୋ ମୁଁ ଦେଇଛି।ଅନୀଷା ଦେଖିଲା ଚେସ ବୋର୍ଡ଼ ଉପରେ ସମସ୍ତେ ପଡିଛନ୍ତି,ଶୋଇଛନ୍ତି,କେବଳ କଳା ରଙ୍ଗର ରାଜା ବୀରଦର୍ପରେ ଛିଡା ହୋଇଛନ୍ତି।


 ସେ ସବୁ ବୁଝିଗଲା,କହିଲା ବାପା ତୁମେ ତାହେଲେ ଏ ଚେସ ଖେଳ ଦେଖି ଯୁଦ୍ଧ କଥା କହୁଥିଲ?ପ୍ରଭଞ୍ଜନ ବାବୁ ଖୁବ୍ ଜୋରରେ ହସି ଉଠିଲେ,ଅନୀଷା କହିଲା ତୁମକୁ ପାରିହେବ ନାହିଁ ବାପା।ତୁମେ ଏପର୍ଯ୍ୟନ୍ତ ମୋ ସହ ମଜା କରୁଥିଲ।ଶେଷରେ ଖେଳକୁ ବି ଭୟାନକ ବାସ୍ତବ ଯୁଦ୍ଧ କରିପାରିଲ ??

ଯୁଦ୍ଧ ଚେସ ଖେଳ ଭୟାନକ

Rate the content


Originality
Flow
Language
Cover design

Comments

Post

Some text some message..