Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Barik Debunu

Thriller Inspirational

3  

Debabrata Barik Debunu

Thriller Inspirational

ରାକ୍ଷୀ ପୂର୍ଣ୍ଣିମାରେ ଭିଜିଲା ଆଖି

ରାକ୍ଷୀ ପୂର୍ଣ୍ଣିମାରେ ଭିଜିଲା ଆଖି

4 mins
614



ଶ୍ରୀ ଜଗନ୍ନାଥଙ୍କ ପ୍ରତି ଅନନ୍ତ ଭ୍ରାତୃସ୍ନେହ ଦେଖେଇଥିବା ବଳଭଦ୍ର ଠାକୁର ଏକ ଅନନ୍ୟ ଆଦର୍ଶ । ସେହିପରି ଶ୍ରୀ ଜଗନ୍ନାଥଙ୍କର ନିଜ ବଡ ଭାଇ ପ୍ରତି ସାଦର ସମ୍ମାନ ଅତୁଳନୀୟ । ଉଭୟ ଭାଇଙ୍କର ନିଜ ଭଗିନୀ ସୁଭଦ୍ରାଙ୍କ ପ୍ରତି ଭ୍ରାତୃପ୍ରେମର ସ୍ତୁତି ଯେତେ କରିଲେ ବି କମ । 


ଆଜିର ସ୍ୱାର୍ଥପର ଦୁନିଆରେ ନିଃସ୍ୱାର୍ଥ ସ୍ନେହ ପାଇବା ବହୁତ ଦୁଷ୍କର । ଆସନ୍ତୁ ଜାଣିବା ଆତ୍ମକୈନ୍ଦ୍ରିକ ଭାଇଙ୍କର ଏକ କାହାଣୀ ।


ଛୋଟ ଏକ ପରିବାର କହିବାକୁ ଗଲେ ବାପା ମା ଭାଇ ଆଉ ଭଉଣୀ ଭଉଣୀ ପୂଜା ଏବଂ ଭାଇ ରାଜା ଦୁଇଜଣ ଦୁଇଜଣଙ୍କୁ ବହୁତ ଭଲ ପାଆନ୍ତି.... ପ୍ରତି ବର୍ଷ ପୂଜା ଆସେ ରାଜା ହାତରେ ରାକ୍ଷୀ ବାନ୍ଧି ବା ପାଇଁ l ହେଲେ ଗତ ବର୍ଷ ରାକ୍ଷୀ ରେ ସାନ ଭଉଣୀ ପୂଜା ଫୋନ୍ କରି କହିଲା ଭାଇ ଏ ବର୍ଷ ମୁଁ ଯାଇପାରିବି ନାହିଁ ତୁମେ ଆସିବ ମୁଁ ଏଇଠି ତୁମ ହାତରେ ରାକ୍ଷୀ ବାନ୍ଧିବି l କିନ୍ତୁ ଦୁଃଖର ବିଷୟ ମୁଁ ଯାଇ ପାରିଲି ନାହିଁ l


 ଅଫିସ୍ ର ଏତେ କାମ ଯେ ଟିକେ ଫାଙ୍କା ମିଳିଲା ନାହିଁ ଯିବା ପାଇଁ l ଦିନରେ କାର୍ଯ୍ୟରେ ଵ୍ୟସ୍ତ ଆଉ ରାତି ରେ ଅନେକ କଣ ବା କରିପାରିବି ମୁଁ ଜାଣିପାରିଲି ନାହିଁ l ପୂଜା - ଅଭିମାନରେ ମୁହଁ ଫୁଲେଇ ଆଉ କଥା ବି ହେଲାନି l

ରାଜା - ହଉ ତୋ ଇଚ୍ଛା କଥା ହେଲେ ହେବୁ ନ ହେଲେ ନାହିଁ l ତୁ ମୋ କଥା ତ ବୁଝିବା ପାଇଁ ଟିକେ ଚେଷ୍ଟା କର l

କିଛି ଦିନ ପରେ ବାପା ଆଉ ବୋଉ ପୂଜା ଘରକୁ ବୁଲିବା ପାଇଁ ଗଲେ l କିଛି ଦିନ ତା ଘରେ ବୁଲା ବୁଲି କଲେ ପୁଣି ଚାଲି ଆସିଲେ l


ବୋଉ ଆଶି ପାଖରେ ବସିଲା ଆଉ କହିଲା ପୂଜା ତତେ ଯିବା ପାଇଁ କହିଥିଲା ଆଉ ତୁ ଗଲୁନି କଣ ପାଇଁ ଯେ ? ସେ ଅଭିମାନ କରୁଛି ଆଉ ମନ ଦୁଃଖ କରୁଥିଲା କହିଲା ସବୁ ଭଉଣୀ ମାନେ ତାଙ୍କ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ହେ ମୁଁ ମୋ ଭାଇ ହାତରେ ରାକ୍ଷୀ ବାନ୍ଧି ପାରିଲି ନାହିଁ l କହିଚି ତୁ ଯେବେ ଯିବୁ ସେ ଘରକୁ ଆସିବ ତୁ ନ ଗଲେ ସେ ଆସିବ ନାହିଁ l ମୁଁ ବୋଉକୁ କହିଲି କଣ ବା କରିପାରିଥାନ୍ତି ମୁଁ, ତୁ ତ ନିଜେ ଦେଖୁଛୁ କେତେ କାମରେ ବ୍ୟସ୍ତ ରହୁଚି ପୁଣି ଲେଟରେ ଆସୁଚି ବୋଲି ତୁ ବି କେତେ କଥା କହୁଛୁ l କାମରେ ଛୁଟି ନାହିଁ ଆଉ ଯିବାକୁ ସମୟ ହେଉନି l


ଏ ଅଫିସ ଆଉ କାମ ଭିତରେ କେତେ ବେଳେ ଗୋଟେ ବର୍ଷ ବିତି ଗଲା ଜଣା ପଡିଲା ନାହିଁ l ଆଉ ଏକ ନୂଆ ବର୍ଷ ପୁଣି ସେଇ ଭାଇ ଭଉଣୀର ଅତୁଟ ବିଶ୍ୱାସର ବନ୍ଧନ ରାକ୍ଷୀ ପୂର୍ଣ୍ଣିମା l ସବୁ ରାଗ ଆଉ ଅଭିମାନକୁ ଭୁଲି ଯାଇ ଫୋନ୍ କରିଛି ପୂଜା l


ପୂଜା - ହେଲୋ' ଭାଇ ଗତ ବର୍ଷ ତୁମେ ଆସିବ ବୋଲି କହିଲ ହେଲେ ଆସିଲ ନାହିଁ l ଟିକେ ଅଭିମାନ କଲି ଆଉ ମନ ଦୁଃଖ ବି l ହେଲେ ତୁମେ ଯଦି ଏ ବର୍ଷ ରାକ୍ଷୀ ରେ ନ ଆସିବ ମୁଁ ଖାଇବି ନାହିଁ କି ପିଇବି ନାହିଁ କହି ଦଉଛି ହଁ l

ରାଜା-ଆଲୋ ପାଗେଳୀ ତୁ ଏମିତି କଣ କହୁଛୁ ଯେ !

ପୂଜା - ହଁ ମୁଁ ସେମିତି ହିଁ କୁହେ l

ରାଜା - ମୁଁ ଚେଷ୍ଟା କରିବି ଯିବା ପାଇଁ l

ପୂଜା - ମୁଁ କିଛି ଜାଣିନି ତୁମେ ଯେମିତି ହେଲେ ଆସିବ ମାନେ ଆସିବ l

ରାଜା - ହେଲା ବାବା ହେଲା ମୁଁ ନିଶ୍ଚୟ ଯିବି l କହିଲୁ ତୋ ପାଇଁ ଉପହାର କଣ ନେବି l

ପୂଜା - ମୋର କିଛି ବି ଦରକାର ନାହିଁ l କେବଳ ତୁମେ ଆସିବା ଦରକାର, ବାସ୍. .

ରାଜା - ଠିକ୍ ଅଛି ସେଇଦିନ ସ୍ଵାଧୀନତା ଦିବସ ଅଛି l ଆଉ ଅଫିସ୍ ରେ ପତକା ଉତ୍ତୋଳନ ସାରିବା ପରେ ମୁଁ ଆଉ ମୋ ସାଙ୍ଗ ରାକେଶ ସାଙ୍ଗ ହେଇକି ଯିବୁ l ଏବେ ମୋ ସୁନା ଭଉଣୀ ଖୁସି ତ l

ପୂଜା - ହସି ଦେଇ କହିଲା ହଁ ଠିକ୍ ଅଛି ହେଲେ ମୁଁ ସେତେ ବେଳେ ଖୁସି ହେବି ଯେତେ ବେଳେ ତୁମକୁ ଦେଖିବି ଆଉ ତା ପରେ ଖାଇବି l


ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଭାଇ ଭଉଣୀର ସମ୍ପର୍କ ପୂଜା ଅପେକ୍ଷା କରିଛି ରାଜାକୁ କିଛି ସମୟ ପରେ ରାଜା ଆସି ପହଁଚି ଗଲା ପୂଜା ରାଜାକୁ ଦେଖି ଖୁସି କହିଲେ ନ ସରେ l

ପୂଜା - ଭାଇ ତୁମେ କଣ ଏକା ଆସିଛ କହୁଥିଲ ପରା ତୁମ ସହିତ ତୁମ ସାଙ୍ଗ କିଏ ଆସୁଚି ବୋଲି ? 

ରାଜା - ହଁ ଯେ ହେଲେ ତାର କିଛି କାମ ପଡିଗଲା ଆଉ ସେ ଆସିଲା ନାହିଁ l

ମୋର ବି କାମ ଅଛି ତୁ ଟିକେ ଜଲଦି କାମ ସାର ମୁଁ ଚାଲିଯିବି l

ପୂଜା - ଏତେ ଦିନ ପରେ ଆସିଛ ପୁଣି ଏତେ ବ୍ୟସ୍ତ l

ରାଜା - ମୁଁ କଣ ପାଇଁ ଏମିତି କହୁଚି ତୁ ବୁଝି ପାରିବୁ ନାହିଁ, ଆଉ ତୁ ଯେତେ ବେଳେ ବୁଝିବୁ ମୁଁ ତୋ ପାଖରେ ନ ଥିବି l

ପୂଜା - ଆଜି ଭଳି ଦିନରେ ତୁମେ ଏମିତି କଣ କହୁଛ ଯେ l

ରାଜା - ମୁଁ ଆସିଲି ତୁ ଖୁସି ତ l

ପୂଜା - ଗୋଟେ ଭଉଣୀ ପାଇଁ ଆଜି ଭଳି ଦିନରେ ଏହା ଠାରୁ ଆଉ ବଡ ଖୁସି କିଛି ନାହିଁ l

ରାଜା - ମୁଁ ଟିକେ ବ୍ୟସ୍ତ ଅଛି ତୁ ଜଲଦି କର l

ପୂଜା - ଘର ଭିତରକୁ ଗଲା ଏବଂ ଗୋଟେ ପ୍ଲେଟ ରେ ରାକ୍ଷୀ, ଚନ୍ଦନ, ସିନ୍ଦୂର, ଅରୁଆ ଚାଉଳ, ଦୀପ ଫୁଲ ମିଠା ସଜାଡି ଆଣିଲା l ରାଜା ହାତରେ ରାକ୍ଷୀ ବାନ୍ଧିବା ପରେ ପାଦ ଛୁଇଁ ନମସ୍କାର୍ କଲା ।

ରାଜା - ପୂଜା ମଥାରେ ହାତ ରଖି କହିଲା ଦୁନିଆର ସବୁ ଖୁସି ତତେ ମିଳୁ ଆଉ ତୋ ପାରିବାରିକ ଜୀବନ ସୁଖମୟ ହେଉ l

ପୂଜା - ମିଠା ଟି ରାଜାକୁ ଖୁଆଇବା ପାଇଁ ଗଲା ବେଳକୁ ପୂଜା ମୋବାଇଲ୍ ରିଙ୍ଗ୍ ହେଲା ସେ ମିଠା ଟି ରଖିଦେଇ ମୋବାଇଲ୍ ପାଖକୁ ଗଲା ।

ପୂଜା - ହେଲୋ କିଏ କହୁଛନ୍ତି ?

ରାକେଶ - ପୂଜା ମୁଁ ରାଜାର ସାଙ୍ଗ କହୁଚି l

ପୂଜା - ହଁ କୁହ......

ରାକେଶ - ରାଜା ର ସଡକ ଦୁର୍ଘଟଣାରେ ମୃତ୍ୟୁ ହେଇଯାଇଚି.. ସେ ଆମକୁ ଛାଡି ଚାଲି ଗଲା... !

ପୂଜା - କେମିତି ହେଲା ମୋର ଭାଇ ର ଏମିତି l

ରାକେଶ - ସେ ଗାଡି ବହୁତ ସ୍ପିଡ଼୍ ଚଳାଉଥିଲା ଏବଂ ହେଲମେଟ ପିନ୍ଧି ନଥିଲା ଏ କଥା ଶୁଣି ଯେମିତି ତା ପାଦ ତଳୁ ମାଟି ଖସି ଗଲା.. ଆଉ ଜୋର୍ ରେ କହିଲା ତୁମେ ମିଛ କହୁଛ ! ମୋ ଭାଇ ମୋ ପାଖରେ ଅଛି ଏମିତି କହି ଆସି ଦେଖିଲା ବେଳକୁ ରାଜା ଆଉ ନ ଥିଲା.. ଭଉଣୀର ଆଖିରେ ଅସରନ୍ତି ଲୁହ ଚାହିଁଲେ ବି ସେ ତା ଆଖିର ଲୁହକୁ ରୋକି ପାରୁନି ଭଉଣୀର କଥା ରଖି ଭାଇ ନୁହଁ ଭାଇର ଆତ୍ମା ଆସିଥିଲା ତା ଭଉଣୀ ପାଖକୁ.... l

କେବଳ ହେଲମେଟ ପାଇଁ ରାଜା ତା ପରିବାରକୁ ହରେଇ ଦେଲା ସାରା ଜୀବନ ପାଇଁ ....।

       


Mgs Foy you - ନିଜ ସୁରକ୍ଷା ନିଜ ହାତରେ ଆମେ ଏମିତି କିଛି କାମ କରିବା ନାହିଁ ଯେ ଯେମିତି ନିଜ ଉପରେ ବିପଦ ମାଡି ଆସିବ ଗାଡି ଚାଳନା ସମୟରେ ଫୋନ୍ ର ବ୍ୟବହାରର କରିବା ନାହିଁ ହେଲମେଟ ପିନ୍ଧିବା ଆଉ ଧୀରେ ଧୀରେ ଗାଡି ଚାଳନା କରିବା.... Save_Life_Save_Family


Rate this content
Log in

Similar oriya story from Thriller