Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational

3  

Rasmi Rekha Tripathy

Inspirational

ଠକାମୀ

ଠକାମୀ

1 min
242


ବାହାଘର ପରେ ମୋ ସ୍ତ୍ରୀକୁ ଦେଖି ମୁଁ ଜାଣି ସାରିଥିଲି ଯେ ଆମେ ଠକାମୀର ଶୀକାର ହୋଇ ଯାଇଛୁ l ଝିଅ ଦେଖା ବେଳେ ଯେଉଁ ଝିଅ ଆମକୁ ଦେଖା ଯାଇଥିଲା, ଇଏ ସେହି ଝିଅ ନୁହେଁ l ମୁଁ ଜାଣି ପାରୁ ନ ଥିଲି ଯେ ମୋ ଶ୍ୱଶୁର ଘର ଏମିତି କାହିଁକି କଲେ ? ଏମିତି କରିବା କିଛି ଆବଶ୍ୟକ ହିଁ ନ ଥିଲା l ମୋ ସ୍ତ୍ରୀର ରଙ୍ଗ ସଫା ନ ଥିଲା l କିନ୍ତୁ ସେ ଦେଖିବାକୁ ତ ବହୁତ ସୁନ୍ଦର ଥିଲା l ତା’ ଠାରୁ ଜାଣିବାକୁ ପାଇଲି ତା’ ଫିକା ରଙ୍ଗ ଯୋଗୁଁ ଅନେକ ଜାଗାରେ ପ୍ରସ୍ତାବ ସବୁ ଭାଙ୍ଗିଯିବା ପରେ, ଅସହାୟ ବାପା ତା’ର ଅନ୍ୟମାନଙ୍କ କଥାରେ ପଡି ଦେଖା ଚାହାଁ ବେଳେ ତା’ ସୁନ୍ଦରୀ ଭାଉଜକୁ ଦେଖେଇଥିଲେ ଆମମାନଙ୍କୁ l କେତେ ଜଣ ବନ୍ଧୁ ମୋତେ ପରାମର୍ଶ ଦେଇଥିଲେ ଏହି ଠକାମୀର ପ୍ରତିଶୋଧ ନେବା ପାଇଁ ଓ ତା’କୁ ତା’ ଘରେ ନେଇ ଛାଡି ଦେଇ ଆସିବା ପାଇଁ l କିଛି ସମୟ ପାଇଁ ମୁଁ ବି ସେୟା ଭାବିଥିଲି l ମନା କଲା ଅପାଠୋଇ ବୋଉ ମୋର l କହିଲା, ଜୁଇରେ ଶୋଇ ଗଲା ପରେ ସବୁ ସମାନ l କେତେବଡ ତତ୍ତ୍ୱଟିକି କେତେ ସରଳ ଭାଷାରେ ବୁଝେଇ ଦେଇଥିଲା ବୋଉ ମୋର, ସେହି ଧାଡିକ କଥାରେ l ସେ ଦିନର ସେ ଠକାମୀର ଶୀକାର ହୋଇ ମୁଁ ଆଜି କ’ଣ ହରେଇଛି ଜାଣିନି, କିନ୍ତୁ ପାଇଛି ବହୁତ କିଛି l ମୋ ସ୍ତ୍ରୀର ଭଲପାଇବା, ମୋ ପରିବାର ପ୍ରତି ତା’ର ଆନ୍ତରିକତା ଓ ସବୁ ଉପରେ ମାନସିକ ଶାନ୍ତି l


Rate this content
Log in

Similar oriya story from Inspirational