Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅକୁହା ପ୍ରେମ
ଅକୁହା ପ୍ରେମ
★★★★★

© Manas Behera

Tragedy

3 Minutes   260    17


Content Ranking


ରୋମ୍ୟ ଥିଲା ସୌନ୍ଦଯ୍ୟର ଏକ ଜୀବନ୍ତ ପ୍ରତିମା । ରୂପ ଗୁଣ ଶରୀରଗଠନରେ ବାହୁନିବାକୁ ନଥିଲା । ପିତାମାତା ଇଶ୍ୱର ଭକ୍ତିର ସେ ଥିଲା ପୂଜାରୀ । ପାଠ ପଢାରେ ପ୍ରଥମ ହେଉଥିଲା ସେ । ଦଶମ ଶ୍ରେଣୀରେ ଭଲ ନମ୍ବରରେ ଉତ୍ତିର୍ଣ୍ଣ ହେବା ପରେ ବାଙ୍କୀ କଲେଜରେ ପଢେ । ସାରା କଲେଜ ତା ରୂପ ଗୁଣରେ ବିମୋହିତ ।ସେଠି ତାର ଦେଖାହୁଏ ରୂପାଲି ସହ । ରୂପାଲି ନାଁ ନୁହେଁ , ଗୁଣ ଓ ଚରିତ୍ର । ସାବନା ରଙ୍ଗ ଦେହ ମାତ୍ର ଚେହେରା ଆକର୍ଷଣୀୟା ।

ବିଜ୍ଞାନ ଶ୍ରେଣୀରେ ପ୍ରଥମ ଦିନ ରୂପାଲି ପଡିଯାଇଥିଲା ରୋମ୍ୟର ଇନ୍ଦ୍ର ଜାଲକରେ । ତା ମନ ସମର୍ପଣ କରିଥିଲା ନିଜକୁ ରୋମ୍ୟ ପାଖରେ । ରୋମ୍ୟ ବି ତା ଗୁଣରେ ,କଥାର ଶୈଳୀ ଓ ଗଜଗମନୀ ଚାଲିରେ ପାଗଳ ହୋଇ ଯାଇଖିଲା । ଦୁହେଁ ଦୁହିଁକୁ ନିଜର କରିନେଲେ ।


କାଳ କାହାକୁ ଅପେକ୍ଷା କରେନା । ତାର ସ୍ରୋତରେ ସମସ୍ତେ ଭାସି ଯାଆନ୍ତି ।ଭାସି ଯାଇଛି ତାଙ୍କ ପଢା । ରୂପାଲି ଶିକ୍ଷକତା ବୃତ୍ତି ନିମନ୍ତେ ପଢି ଗାଁ ବିଦ୍ୟାଳୟରେ ଶିକ୍ଷୟତ୍ରୀ ହୋଇଛି ଆଉ ରୋମ୍ୟ ସ୍ନାତକ ପରେ ନାସାର ବୈଜ୍ଞାନିକ ହୋଇଛି । ହଜି ଯାଇଛନ୍ତି ପରସ୍ପର ହେଲେ ରୂପାଲି ଭୁଲିନି ନିଜ ପ୍ରେମକୁ । ଭଅଁରକୁ କି ଫୁଲ ଭୁଲିପାରେ ! ଅପେକ୍ଷା କରିଛି ସେ ,ତା ରାଜା ଦିନେ ଫେରିବ ଆଉ ତାକୁ ବଧୂ କରିନେବ । ପ୍ରତିଦିନ ନାନା ଓଷା ବ୍ରତ କରୁଛି ।ସୋମବାରେ ଶିବଙ୍କୁ ପ୍ରଥମେ ବେଲ ପତ୍ର ଅର୍ପଣ କରୁଛି । କାଉ ବୋବେଇଲେ କେତେ କଥା ଭାବୁଛି ।

ମାୟାର ନଗରୀ ଆମେରିକା ।ନୂଆନୂଆ ମାୟା ଜମିଯାଏ ସେଠି ।ସେମାନଙ୍କର ସାମାଜିକ ଜୀବନ ନିସଙ୍ଗତା । ନାସାର ବୈଜ୍ଞାନିକ ରୋମ୍ୟ । ଜ୍ଞାନର ଅସରନ୍ତି ଭଣ୍ଡାର ।ଆମେରିକା କିଣି ନେଇଛି ତାକୁ।ନାସାର ଆଗଧାଡିର ସେ ଜଣେ ବିଶିଷ୍ଟ ବୈଜ୍ଞାନିକ । ନୂଆକରି ଯୋଗ ଦେଇଛି ସଙ୍ଗୀତା ଜୁନିୟର ବୈଜ୍ଞାନିକ ଭାବେ । ରୂପ ସୌନ୍ଦଯ୍ୟର ଲାବଣ୍ୟବତୀ ସେ ।ଓଠ ପଦ୍ମ ପାଖୁଡା ପରି ।ଜହ୍ନରେ କଳଙ୍କୀ ଥାଏ ମାତ୍ର ତା ମୁଖ ମଣ୍ଡଳ ଦୀପ୍ତିମାନ ।ପ୍ରଥମ ଦିନରେ ରୋମ୍ୟ ପଡିଯାଏ ତା ପ୍ରମରେ ।ସୌନ୍ଦଯ୍ୟ କିଣିନିଏ ସମସ୍ତଙ୍କ ହୃଦୟକୁ ।ଫୁଲର ବାସ୍ନା ଓ ସୌନ୍ଦଯ୍ୟ ପାଗଳ କରିଦିଏ ଭ୍ରମରକୁ ।ସାରା ରାତି କୋମଳ ପାଖୁଡାରେ ତାକୁ ବନ୍ଦୀ ହେବାକୁ ପଡେ । ସଙ୍ଗୀତା ଭାରତୀୟ ହୋଇଥିବାରୁ ସୁଦୂର ଆମେରିକାରେ ଉଭୟ ଉଭୟକୁ ପାଇ ବେଶ୍ ଖୁସି ।ରୋମ୍ୟର ନାଁ ବି ସେ ଆଗରୁ ଶୁଣିଥିଲା ମାତ୍ର ପାଖରେ ପାଇ ସେ ବି ତଲ୍ଲୀନ । ଧିରେଧିରେ ଉଭୟ ପ୍ରେମର ନାବରେ ବସି ବୈବାହିକ ଜୀବନ ଆରମ୍ଭ କରନ୍ତି ।


ରୂପାଲି ,ରୂପେଲି ପରଦାରେ ନିଜକୁ ସ୍ୱପ୍ନ ଦେଖୁଥାଏ ।କେବେ ପ୍ରେମର ସରଗପୁରେ ମନମତାଣିଆ ନୃତ୍ୟଗୀତ ତ କେବେ ସନ୍ତାନର ମା ଭୁମିକାରେ ।ଭାସି ଉଠେ ଏମିତି କେତେ ଦୃଶ୍ୟ ।ଅପେକ୍ଷା ଛଡା ବାସ୍ତବତା ଯେପରି ତାଠାରୁ ଲକ୍ଷେ ଯୋଜନ ଦୂର ରହିଯାଏ ।ଏଣେ ତା ଚିନ୍ତା ଘରକୁ ଅଶାନ୍ତିମୟ କରିସାରିଲାଣୀ ।କେହି କେହି ନୀଳ ମାଷ୍ଟ୍ରାଣୀର ଆଖ୍ୟା ଦେଇ ନାରୀ ଶିକ୍ଷାକୁ ନିନ୍ଦା କଲେଣି । ଛାତିକି ପଥର କରି ୪୦ ବର୍ଷୀୟ ତରୁଣୀ ନିଜର ସାଥିକୁ ଅପେକ୍ଷା କରିଛି ।


ରୋମ୍ୟ ସଙ୍ଗୀତାର ବୈବାହିକ ଜୀବନ ସାତରଙ୍ଗରେ ସଜେଇ ହୋଇ ଆଗକୁ ଆଗକୁ ଯାଉଥାଏ ।ଦୁଇଟି ସନ୍ତାନର ପିତାମାତା ହୋଇ ବେଶ୍ ଖୁସି ସେମାନେ ।ପୁଅ ରିତେଶ ୭ ବର୍ଷର ଆଉ ଝିଅ କରିସ୍ମା ୩ ବର୍ଷର ହେଲାଣି ।ହଠାତ୍ ପୂର୍ଣ୍ଣମୀ ଚାନ୍ଦକୁ କଳାହାଣ୍ଡିଆ ବାଦଲ ଘୋଡେଇ ଦେଲା ପରି ସଙ୍ଗୀତାର ମୁଖ ମଣ୍ଡଳରେ କଳା ଦାଗ ଦେଖାଦେଲା ।ଯେତେ ଡାକ୍ତର ଚେଷ୍ଟା କଲେ ବି କମିଲାନି ।ସେଥିରୁ କ୍ଷତ ସୃଷ୍ଟି ହୋଇ କର୍କଟ ରୋଗରେ ପ୍ରାଣ ହରାଇଲା ।ନିଃସାହାରା ହୋଇଗଲା ରୋମ୍ୟର ପରିବାର ।ମାନସିକ ଭାରାକ୍ରାନ୍ତ ହରାଇ ରୋମ୍ୟ ପାଗଳ ହୋଇଗଲେ । ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ ହେଲା ବାଧ୍ୟ ହେଇ ନାସା ତାଙ୍କ ପରିବାରକୁ ଗାଁକୁ ପଠାଇ ଦେଲେ ।

ମୁହଁ ସନ୍ଧ୍ୟା ସମୟ ।ରୂପାଲି ବଜାରରୁ ଫେରୁଥାଏ ହଠାତ ଦେଖିଲା ଜଣେ ମଧ୍ୟବୟସ୍କ ଗୋରା ତକତକ ଚେହେରାର ବ୍ୟକ୍ତି ଆକାଶକୁ ଚାହିଁ କଣ କହି ଯାଉଛି ।ମୁଣ୍ଡ ବାଳ ଫୁଙ୍ଗୁଳା ।ଚେହେରା ଆଉ ମୁଖମଣ୍ଡଲ ତାର ଚିହ୍ନାଚିହ୍ନା ଲାଗିଲା । ପାଖ ଦୋକାନୀଠାରୁ ତାର ପରିଚୟ ପାଇ ତାର ହୋସ ଉଡିଗଲା ।ଥପଥପ ହୋଇ ତା ଆଖିରୁ ଲୁହ ଝରିଗଲା ।ସାଙ୍ଗେସାଙ୍ଗେ ରୋମ୍ୟକୁ ଘରକୁ ନେଲା ।ରୋମ୍ୟ ତା ଆଖିକୁ ଅପଲକ ନୟନରେ ଚାହିଁଥାଏ ।ରୋମ୍ୟର ସେବା ଓ ରିତେଶ କରିସ୍ମାର ଲାଳନପାଳନ ପାଇଁ ରୂପାଲି ନିଜକୁ ଭୁଲିଗଲା ।ଚାକେରୀ ଛାଡି ନିଜକୁ ରୋମ୍ୟପାଇଁ ଉତ୍ସର୍ଗ କଲା ।


ସତ ଚିନ୍ତନ ଓ ପରିଶ୍ରମ କେବେ ବ୍ୟର୍ଥ ଯାଏନା ।ନିଜର ଅକ୍ଲାନ୍ତ ପରିଶ୍ରମର ଫଳ ମିଠା ହୋଇଥାଏ ।ରୂପାଲିର ସ୍ନେହ,ପ୍ରେମ ଓ ସେବା ଫଳରେ ରୋମ୍ୟ ସୁସ୍ଥ ହେଲା . ପୂର୍ବ କଥା ମନେ ପଡିଲା । ନିଜର ଅକୁହା ପ୍ରେମକୁ ପୁଣି ଗଢିଲେ ....



ରୋମ୍ୟ ରୂପାଲି ସଙ୍ଗୀତା

Rate the content


Originality
Flow
Language
Cover design

Comments

Post

Some text some message..