Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nityananda Sahu

Romance Others

4.5  

Nityananda Sahu

Romance Others

ସାବେନି ପ୍ରିୟା

ସାବେନି ପ୍ରିୟା

6 mins
228



ଆକାଶର ବିଶାଳକାୟ ହୃଦୟରେ ଦିନେ ହସି ଖେଳି ଘୁରି ବୁଲୁଥିବା ବର୍ଷା, ଯୌବନର ପ୍ରଥମ ପାହାଚରେ ସାଉଁଟି ଚାଲିଥିଲା ସ୍ମୃତିର ଇପ୍ସିତ ଇଛା ସବୁକୁ । ଆକାଶ ବି ଖୁବ ଉପଭୋଗ କରୁଥିଲା ବର୍ଷା ର ଘନ କଳା ମେଘି ଗଭାର ଶୋଭା କୁ ତା ବକ୍ଷ ରେ ଭିଡି ରଖି । ଏ ପ୍ରେମ କୁ ଦେଖି ଦୂରରୁ ଦିବାକର ବି ପ୍ରଖର ତାତିରେ ଚେଷ୍ଟା କରିଛନ୍ତି ବର୍ଷା ର ଦେହକୁ ତାତିରେ ଭରି ପୃଥିବୀ ପୃଷ୍ଠକୁ ଖସେଇ ଦେଇ, ସବୁ ଦିନ ଆକାଶ ଠାରୁ ବର୍ଷା କୁ ଅଲଗା କରିବା ପାଇଁ । କିନ୍ତୁ ଶେଷରେ ଦିବାକର ବି ହାର ମାନି ଗଲେ । ଚନ୍ଦ୍ରମା ଯେବେ ରାତିର ସ୍ୱପ୍ନାୟିତ ମୁହୂର୍ତ୍ତରେ ବର୍ଷା ଆଉ ଆକାଶର ମିଳନ ଦେଖେ, ଜହ୍ନ ମାମୁଁ ବି ଈର୍ଷାରେ ଜଳି ଯାଆନ୍ତି ଭିତରେ ଭିତରେ । ମନେ ମନେ କହି ହୁଅନ୍ତି , କଣ ମୋ ପାଖରେ ଅଭାବ ଅଛି ! ଦେଖିବାକୁ ମୁଁ ବହୁତ ସୁନ୍ଦର, ମୋ କିରଣର ଶିତଳତାରେ ଦୁନିଆଁର ସଚାରାଚର ଜୀବ ନିଜକୁ ହଜେଇ ଭିଜେଇ ନିଅନ୍ତି । ଆଉ ମତେ ହାତ ମୁଠାରେ ତୋଳି ଧରିବାର ସ୍ୱପ୍ନ ବି ଦେଖନ୍ତି । କିନ୍ତୁ ଏ ବର୍ଷା ପରି ଷୋଳଶୀ ରମଣୀ ସୁନ୍ଦରୀ ମୋ ଦେହ ପାଖରେ ଯେତେବେଳେ ଘଷି ହୋଇ ତାର କଳା ମେଘି ବେଣୀ ଛାଟି ଚାଲିଯାଏ ,ମୋ ଭିତରେ ଶୀତଳତା ବଦଳରେ କାମନାର ଅଗ୍ନି ଶରୀର ସାରା ବିଜୁଳି ବେଗରେ ଖେଳି ଯାଏ । ହେଲେ ବର୍ଷା କିନ୍ତୁ ଥରୁଟିଏ ମତେ ଆଡ଼ ଆଖିରେ ଦେଖେ ନାହିଁ। ଆଉ ଅନ୍ୟକୁ ଶୁଣେଇ କୁହେ, ମୁଁ ଯେତେ ସୁନ୍ଦର ହେଲେ ବି ଦେହରେ କୁଆଡେ କଳଙ୍କର କଳା ଦାଗକୁ ଧରି ବୁଲୁଛି । ହେଲେ ସେ କୁଆଡେ ଜାଣିବ, ସୁନ୍ଦରୀ ହେଲେ ବି ଆଖିରେ ଧାରେ କଜଳ ଲଗାଇ ଯେମିତି ସେ ନିଜର ରୂପ ଦେଖେଇ ଅନ୍ୟକୁ ଆକର୍ଷଣ କରେ , ଆଉ ସମସ୍ତେ ତାକୁ ଚାତକ ପରି ଦେଖି ରହିଯାଆନ୍ତି , ଠିକ ସେମିତି ଏ କଳଙ୍କ ର ଦାଗ ବି ମୋର ଶୋଭା କୁ ଆହୁରି ବେଶି ବଢ଼ାଇ ଥାଏ । ହେଲେ ମୁଁ ବୁଝି ପାରୁନି , ଏ ଆକାଶ ପାଖରେ ଏମିତି କଣ ଅଛି ? ଗୋଟେ ବିଶାଳ ପଡିଆ ବ୍ୟତୀତ ଆଉ କିଛି ନାହିଁ ତାର ଅସ୍ତିତ୍ୱ କହିଲେ ଚଳେ । ହେଲେ ଦେଖ ମୋ ସୁନ୍ଦରତା କୁ ତୁଚ୍ଛ କରି ଆଜି ବର୍ଷା ପ୍ରେମ ରେ ଆକାଶ ଉବୁଟୁବୁ । ହଉ ମୁଁ ବି ଦେଖିବି ରୁହ, ତୁମର ଏ ପ୍ରେମ ପାଠ କେତେ ବାଟ ଆଗେଇ ଯାଉଛି ।

ସେ ଦିନ ବର୍ଷାର ରୂପକୁ ଦେଖି ଗିରି ପର୍ବତ ରାଜା ଚମକି ପଡିଲେ । ଓଃ କି ସୁନ୍ଦର ରୂପ ! ହେ ସୁନ୍ଦରୀ , ଘେନ ମୋର ପ୍ରୀତି ର ଅଳି। ମୁଁ ପର୍ବତ ରାଜା ଗିରି ଗୋବର୍ଦ୍ଧନ । ତୁମର ଅପରୂପ ଯୌବନ କ୍ରାନ୍ତି ଦେଖି ଆଜି ମୁଁ ମୁଗ୍ଧ । ତୁମେ ରାଜି ହେଲେ ମୋ ରାଜ ଉଆସ କୁ ତୁମକୁ ରାଣୀ କରି ନେବି । ଆଉ ତୁମେ ଖୁସିରେ ସେଠି ରହିବ । କୌଣସି ଅଭାବ ରହିବ ନାହିଁ ।ହେଲେ ବର୍ଷା ଠାରୁ ଏମିତି କିଛି ଶୁଣିବେ ବୋଲି କେବେ ଗିରି ରାଜା ଭାବି ନ ଥିଲେ ;-ବର୍ଷା କହୁଥିଲା , ଆପଣଙ୍କର ବାହୁ ବଳ ଆଉ ବିଶାଳକାୟ ଶରୀର କୁ ଦେଖି ଯେ କେହି ବି ମୋ ପରି ସୁନ୍ଦରୀଙ୍କର ମନ ପରିବର୍ତ୍ତନ ହୋଇଯିବ କିନ୍ତୁ ଆପଣଙ୍କର ବୟସ ଏବେ ଅପରାହ୍ନରେ , ଆଉ ବା କେତେ ଦିନର ଆୟୁଷ । ଧୀରେ ଧୀରେ ଶରୀରର ଅବକ୍ଷୟ ଆରମ୍ଭ ହୋଇ ସାରିଲାଣି । ଭିତରୁ ଆପଣ ବହୁତ ଷ୍ଟ୍ରଙ୍ଗ ଥିଲେ ବି ବାହାରୁ ରୁଗ୍ଣ କାୟ ଦେଖା ଯାଉଛନ୍ତି । ହୁଏତ ମତେ ପାଇଲେ ଆପଣଙ୍କ ଅପରାହ୍ନ ର ବୟସ ରେ ଯୌବନ ର କୃଷ୍ଣ ଚୂଡ଼ା ଖେଳିଯିବ । ଶରୀର ରେ କିଛି ତରୁ ଲତା ଙ୍କର ଉତ୍ପତ୍ତି ଦ୍ୱାରା ସବୁଜିମା ଭରି ଯିବ । ଆଉ ଆପଣ କିଛି ସମୟ ଯୁବକ ପରି ଦିଶିବେ କିନ୍ତୁ ମୋ ଷୋଳଟି ଫଗୁଣ କଣ ଶେଷ ବସନ୍ତ ଯାଏ ଆପଣଙ୍କର ସବୁ ସୁଖ କଣ ପାଇ ପାରିବ । ହୁଏତ ନାଇ , ଆଉ ଯେଉଁଠି ଇଛା ର ମୃତ୍ୟୁ ହୁଏ, ସେଠି ଜୀବନ ଥାଇ ବି ଶରୀର ମୃତ୍ୟୁ ବରଣ କରେ । ସେମିତି ଜୀବନ ମୋର ଆବଶ୍ୟକତା ନାହିଁ । ମତେ କ୍ଷମା କରିବେ ମହାଶୟ ।

ବର୍ଷା ଠାରୁ ସିଧାସଳଖ ପ୍ରତ୍ୟାଖ୍ୟାନର ପ୍ରସ୍ତାବ ଶୁଣି ଗିରି ରାଜାଙ୍କର ହୃଦୟକୁ କଠୋର ଆଘାତ ଲାଗିଲା । ମଥା ପୋତି ମୁଣ୍ଡ ତଳକୁ କରି ନେଲେ । ବୟସ ଆଉ ଆକର୍ଷଣ ର ଭିତରେ ନିଜକୁ ଲଜ୍ଜିତ ମନ କଲେ । ହେଲେ ଏଠି ଭୂଲ କାହାର, ସୁନ୍ଦରୀଙ୍କର ରୂପ କ୍ରାନ୍ତି ଦେଖିବା ମାତ୍ରକେ ସବୁ ପୁରୁଷ ମାନଙ୍କର ଦୁର୍ବଳତା ପରିପ୍ରକାଶ ହୁଏ । ସେମିତି ଗୋବର୍ଦ୍ଧନ ରାଜା ଙ୍କ ସହ ଘଟିଲା ।

ଏ ଫୁଲେଇ , ମୋ ହୃଦୟର ରାଣୀ । ଚାଲ ନା" ଆଜି ଟିକେ ମନ ଖୋଲି ଜୀବନକୁ ଉପଭୋଗ କରିବା । ଏମିତି କେତେ ଦିନ ସମସ୍ତ ଙ୍କର ସମ୍ନାରେ ଲୋକ ଲଜ୍ୟାକୁ ଭୁଲି ଖୁଲମ ଖୁଲା ପ୍ରେମ କରିବା । ତୁମର ବିବାହ ବୟସ ହୋଇସାରିଲାଣି । ଦେହରେ ଯୌବନର ହଳଦୀ ରଙ୍ଗ ଭରି ରହି, ଶରୀରର ଓଜନ ଆଗ ଅପେକ୍ଷା ବୃଦ୍ଧି ହେଲାଣି । ଧୀରେ ଧୀରେ ମୋ ବକ୍ଷର ସମସ୍ତ ସ୍ଥାନରେ ତୁମର ନାଁ ଲେଖା ହୋଇ ସାରିଲାଣି। ଚାଲ ଆମେ ବିବାହ କରି ନେବା । ତା' ପରେ ଆମର ଗୋଟେ ଛୋଟ ପରିବାର ହେବ । ତୁମେ ଆଉ ମୁଁ ଦୁନିଆଁକୁ ମନ ଖୋଲି ବିଚରଣ କରିପାରିବା । ଆଉ ଦେଖିଲା ଲୋକେ ଦେଖି ସେମିତି ଜଳୁଥିବେ । ତୁମର ରୂପ ଆଉ ମୋର ବିଶାଳ ହୃଦୟ ର ସଙ୍ଗମ ହେଲେ ପ୍ରେମର ମାଧୁର୍ଯ୍ୟ ଆହୁରି ଶୋଭା ବିମଣ୍ଡିତ କରିବ। ଧରଣୀ ଠାରୁ ସୌରମଣ୍ଡଳର ସକଳଚର ଈର୍ଷାରେ ଜଳି ଉଠିବେ ଆମକୁ ଦେଖି ।

ତୁମେ ହୁଏତ ଠିକ କହୁଛ ଆକାଶ । ହେଲେ ଏ ବୟସରେ ହସି ଖେଳି ଜୀବନକୁ ଉପଭୋଗ କରିବାର ସମୟ । ମୋ ଧନ ଟା ପରା ଆଉ କିଛି ଦିନ ରୁହ । ମୁଁ କଣ କୁଆଡେ ତୁମକୁ ଛାଡି ଚାଲିଯାଉଛି । ମୁଁ ଏ ଯାଏ ପୁରା ପୃଥିବୀକୁ ଦେଖି ସାରି ନାହିଁ । ତୁମେ ବି କେବେ ମତେ ବୁଲେଇ ନେଉ ନାହଁ । ଯୁଆଡେ ଗଲେ ବି ତୁମରି ବାହୁରେ ହିଁ ରହିଥିବି। ସେଥିପାଇଁ ଜମାରୁ କିଛି ଚିନ୍ତା କର ନାହିଁ । ଉପଯୁକ୍ତ ସମୟ ଆସିଲେ , ଆମେ ନିଶ୍ଚିତ ବିବାହ କରିବା ।

ଆକାଶର ମନ ଊଣା ହେଲେ ବି, ବୁଦୁଙ୍କ ପରି ମନେ ମନେ ଭାବିଲା , ସତ କଥା ତ । ବର୍ଷା ଏବେ ବୟସର ହଳଦୀ ରଙ୍ଗରେ ରଙ୍ଗୀନ । ଟିକେ ନିଜର ଜୀବନକୁ ଉପଭୋଗ କରୁ ମୋ ବାହୁରେ ଖେଳି ବୁଲି । ସେ କୁଆଡେ ମୋ ପରିଧି ବାହାରକୁ ଚାଲି ଯାଉଛି କି ଯେ ମୁଁ ଚାହିଁଲେ ଫେରେଇ ଆଣିବି ନାହିଁ ମୋ ସାବେନି ପ୍ରିୟତମାକୁ । ମନେ ମନେ ଏମିତି ଭାବି, ଚୁପ ରହିଲା ଆକାଶ । ଆଉ ଦୁହେଁ ପ୍ରେମର ରଙ୍ଗରେ ପୃଥିବୀ ଭ୍ରମଣ କରିବାକୁ ବାହାରି ଗଲେ ।

କେତେ ଦିନ କେତେ ରାତି ଦୁହେଁ ଏକତ୍ର ମିଠା ଅନୁଭୂତି ସାଉଁଟିବାକୁ ଲାଗିଲେ । ପ୍ରେମର ସ୍ୱପ୍ନାୟିତ ରଙ୍ଗରେ ଭବିଷ୍ୟତ କୁ ଆହୁରି ରଙ୍ଗୀନ କରିବାର ସ୍ୱପ୍ନରେ ବିଭୋର ହୋଇ ଉଠିଲେ । ବୟସ ସହ ସମୟ ବି ଗଡି ଚାଲିଲା ଆଗକୁ ଆଗକୁ । ହେଲେ ଏଇ କିଛି ଦିନ ହେଲା ଆକାଶ ଦେଖୁଛି ବର୍ଷା ଖୁବ ଅନ୍ୟମନସ୍କ ରହୁଛି । ଯାହା ପଚାରିଲେ ବି କିଛି କହୁ ନାହିଁ। ଆକାଶ ବି ବୁଝି ପାରୁ ନାହିଁ ବର୍ଷାର ନିରବତାକୁ । ଦିନେ ଆକାଶର ଅଜାଣତରେ ସବୁ ଦିନ ପାଇଁ ତାର (ଆକାଶ)ବକ୍ଷକୁ ଚିରି ଗୋପନରେ ବର୍ଷା ଝରି ପଡିଲା ଧରଣୀ ପୃଷ୍ଠକୁ । ସେଦିନ ଖୁସିରେ ବରଷୁ ଥିଲା କଳା ମେଘି ବର୍ଷା। ଆଉ ଖୁସିରେ ଭିଜାଉ ଥିଲା ତାର ଏଇ କିଛି ଦିନ ହେଲା ମନ ଚୋରି କରିଥିବା ମନର ମଣିଷକୁ (ମୟୁର )। ଓଃ କି ରୂପ । ସ୍ୱୟଂ ଧରଣୀରେ ଯେମିତି କାମ ଦେବ ଙ୍କର ଆବିର୍ଭାବ। ସୁଦୂର ଆକାଶ ରେ ଥାଇ ବର୍ଷା ଯେଉଁଦିନ ମୟୁର ର ନୃତ୍ୟ ଆଉ ରୂପ କୁ ଦେଖିଲା । ଭୂଲି ଗଲା ନିଜର ଅସ୍ତିତ୍ୱକୁ । ଭୁଲିଗଲା ଆକାଶ ର ପ୍ରେମକୁ। ହରେଇଦେଲା ନିଜର ହିତାହିତ ଜ୍ଞାନ । ଆଜି ଯେତେବେଳେ ଝରି ପଡି ଧରଣୀ ରେ ବହି ଯାଉଥାଏ । ହେଲେ ମୟୁରକୁ ଛୁଇଁ ବି ତାର ବାହୁରେ ମିଶି ପାରୁ ନ ଥାଏ। ବହୁତ କଷ୍ଟ ହେଉଥାଏ ବର୍ଷାକୁ । ଧରଣୀ ରୁ ଆକାଶ କୁ ଚାହିଁ ବର୍ଷା ଲୋତକ ଭରା ନୟନରେ କହୁଥାଏ, ମତେ କ୍ଷମା କର ଆକାଶ । ତୁମର ବିଶାଳ ହୃଦୟକୁ ଅଜାଣତରେ ମୁଁ ଯେଉଁ ଆଘାତ ଦେଇ ପ୍ରତାରଣା କରି ଧରଣୀ କୁ ଚାଲିଆସିଲି କ୍ଷଣକ ମାୟା ର ଖୁସି କୁ ଦେଖି ।ଆଜି ମାଟିରେ ବସ୍ନାୟିତ ହେଲା ପରେ ବୁଝି ପାରିଛି।କେତେ ବଡ଼ ଭୂଲ ମୁଁ କରିଦେଲି । ଭୁଲିଯିବ ଆକାଶ ଏ ପ୍ରତାରଣା ର ପ୍ରେମିକା ଶ୍ରାବଣୀ କୁ ଆଉ ମତେ ଝୁରି ନିଜକୁ କଷ୍ଟ ଦେବ ନାହିଁ ।

ଏ କଣ କରିଲ ତୁମେ ବର୍ଷା ! ତୁମକୁ ନେଇ ଏ ଆଖି କେତେ ସ୍ୱପ୍ନ ଦେଖି ନ ଥିଲା । ଏ ବିଶାଳ ହୃଦୟକୁ ଭାଙ୍ଗି, କି ଲାଭ ପାଇଲ କୁହ ! ଆକାଶ ଆଜି ସୀମାହୀନ ଶୂନ୍ୟ ଶ୍ମଶାନ । ଯେଉଁଠି ଦେଖିବ ଖାଲି ତୁମ ପ୍ରେମର ଜୀବଷ୍ମ ତା ଦେହ ସାରା ଭରି ରହିଯାଇଛି । ନା' ସେ ଚାହିଁକି ତୁମକୁ ଧରଣୀ ରୁ ଫେରେଇ ଆଣି ପାରୁଛି । ନା ମୋ ବାହୁରେ ତୁମକୁ ଭିଡି ଧରି ହୃଦୟ ଖୋଲି କାନ୍ଦି ପାରୁଛି । ଏ ପ୍ରେମ ର କୁହ କି ନାଁ ଦେବି ଶ୍ରାବଣୀ ? କୁହ ଶ୍ରାବଣୀ !କଣ ନିୟତି ର ଏଇ ବିଧାନ ଥିଲା।

ଆକାଶର ଅଶ୍ରୁକୁ କେହି ଦେଖି ନ ପାରିଲେ ବି, ଦିବାକର ବୁଝି ସାରିଥିଲେ ବିରହ ବେଦନାର ଜ୍ବାଳାକୁ । ଆଖିରେ ଆଗରେ ଆକାଶ ର ପ୍ରିୟତମାକୁ ମୃତ୍ୟୁ ର ଶେଷ ଦୃଶ୍ୟ ଆଉ ସେ ବେଶି ସମୟ ଦେଖିବାର ସୁଯୋଗ ଦେବାକୁ ଉଚିତ ମଣିଲେ ନାହିଁ । ସେଥିପାଇଁ ଭୀଷଣ ଅଗ୍ନିର ପ୍ରଖର ଉତ୍ତାପରେ ଧରଣୀ ରୁ ବର୍ଷାର ଶେଷ ପାଦ ଚିହ୍ନ ଦେଖୁ ଦେଖୁ ଆକାଶ ଆଖି ସମ୍ନାରୁ ଲିଭେଇ ଦେଲେ ।

ଆକାଶ ଆଜି ଖୁବ ନିର୍ମଳ । ସମଗ୍ର ଶରୀର ତାର ସମ୍ପୂର୍ଣ୍ଣ ନୀଳବର୍ଣ୍ଣ । ହେଲେ ଆଜି ବି ସବୁବେଳେ ତାର ସାବେନି ପ୍ରିୟତମାକୁ ସେ ଝୁରି ହେଉ ଅଛି ହୃଦୟ ଭିତରେ ।


Rate this content
Log in

Similar oriya story from Romance