Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rasmi Rekha Tripathy

Inspirational

3  

Rasmi Rekha Tripathy

Inspirational

ନିଷ୍ପତ୍ତି

ନିଷ୍ପତ୍ତି

1 min
616



       ତେତିଶି ବର୍ଷର ଚାକିରି ପରେ ଅବସର ଗ୍ରହଣ କଲି l ପୁଅ ବୋହୁ ବମ୍ବେରେ ଚାକିରି କରନ୍ତି l ପୁଅ ଚାହୁଁଥିଲା ଆମେ ଦୁହେଁ ଏଥର ତା’ ପାଖରେ ଯାଇ ରହିବୁ l ଗାଆଁରେ ମୋର ବୟସ ଭାରରେ ନଇଁ ଯାଇଥିବା ବାପା ମାଆ l ଉଡା ଚାକିରି, ଭଡା ଘର l ଭଗବାନଙ୍କ ଦୟାରୁ ସେମାନେ ବି ସକ୍ଷମ ଅଛନ୍ତି l ତେଣୁ ତିନି ଚାରି ମାସରେ ଆସି ଦଶ ପନ୍ଦର ଦିନ ରହି ସେମାନେ ପଳେଇଯାଆନ୍ତି ଗାଆଁକୁ l ଇଚ୍ଛା ଥିଲେ ବି ମୁଁ ଜୋର୍ କରିପାରେନି ସେମାନଙ୍କର ସ୍ୱାଧିନତାରେ ହସ୍ତକ୍ଷେପ କରିବା ପାଇଁ l ତେବେ ଏଥର ତ ମୁଁ ପୁରା ମୁକ୍ତ l ଗାଆଁ ଆଉ ଭୁବନେଶ୍ୱର ମଝିରେ ଘରଟିଏ କଲି l ସମସ୍ତଙ୍କୁ ସୁବିଧା ହେବ l

       : ଏଥର ମୁଁ ମୋ ବାପା ବୋଉଙ୍କ ସେବା କରିବି l ପୁଅକୁ ମୋର ନିଷ୍ପତ୍ତି ଜଣେଇ ଦେଇ ମୁଁ କାର୍ ବାହାର କଲି ଗାଆଁକୁ ଯିବା ପାଇଁ l ସେଠି ଯେ ମୋର ବହୁତ କାମ ବାକି ପଡିଛି କରିବା ପାଇଁ l



Rate this content
Log in

Similar oriya story from Inspirational