Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Children Stories

4.8  

Dipti lekha Mishra

Children Stories

ଚେସ୍ ମୋ ଜୀବନ

ଚେସ୍ ମୋ ଜୀବନ

2 mins
496


ହୀରାବତୀ ଓ ରହିମ୍ ଦୁଇ ଭାଇ ଭଉଣୀ , ବାପା ମାଆଙ୍କୁ ବହୁତ ସମ୍ମାନ ଦିଅନ୍ତି । ଭଲ ପାଠ ପଢନ୍ତି ।ଗୁରୁଜନମାନଙ୍କୁ ବି ସମ୍ମାନ ଦିଅନ୍ତି । ସାନମାନଙ୍କ ସହ ଖେଳକୁଦ କରିବାକୁ ଭାରୀ ଭଲ ପାଆନ୍ତି । ଦୁଈ ଭାଇଭଉଣୀ କେବେ ବି ଝଗଡା ହୁଅନ୍ତିନି । ଭାରୀ ଭଲ ବ୍ୟବହାର, ସୁନ୍ଦର ମୁଖମଣ୍ଡଳ ଆଉ ସବୁ ପ୍ରକାର କାମ କରିବାକୁ ଆଗଭର । ଗୋଟିଏ ଧାଡିରେ କହିବାକୁ ଗଲେ ଅଲ୍ ରାଉଣ୍ଡର ।

ସେମାନଙ୍କର ଗୋଟିଏ କାମକୁ ତାଙ୍କ ବାପା ପସନ୍ଦ କରୁନଥିଲେ ।ତାହା ହେଲା ଚେସ୍ ଖେଳ । ଭାରି ବିଗିଡିଯାନ୍ତି ପିଲାଙ୍କର ଏଈ ଖେଳ ନିଶାରେ । ଚିଡ୍ ଚିଡା ହୋଉ ମନକୁ ଅଶାନ୍ତ କରିପକାନ୍ତି ଆଉ କହନ୍ତି ହେଈଟି ଦେଖିଲ ତମ ପିଲାମାନେ କେମିତି ଜିଦ୍ କରୁଛନ୍ତି । ତମେ ଟିକେ ବି ଆକଟ କରୁନ କି ଖାତିର ନାହିଁ ପିଲାଙ୍କ ଆଡେ । ବୁଝିଲ ନା ମୀରା ତୁମେ ଦିନେ ବହୁତ କାନ୍ଦିବ ଏଈ ପିଲାଙ୍କ ପାଈଁ ।

ମୀରା ସ୍ବାମୀଦେବଙ୍କ ଏତେ ସାରା ପ୍ରବଚନ ଶୁଣି ବହୁତ ମନ କଷ୍ଟ କଲା ।ମନେ ମନେ ଭାବୁଥାଏ କେମିତି ଏସବୁ ର ସମାଧାନ ହେବ ।ଏପଟେ ସ୍ବାମୀଙ୍କୁ ଭଲ ଲାଗୁନି ଖେଳିବା ଆଉ ପିଲାଙ୍କୁ ଭଲ ଲାଗୁଛି ଖେଳିବା । କାହା କଥା ସମ୍ଭାଳିବ ମୀରା ଆଉ କେମିତି ଏସବୂ ଠିକ୍ ଠାକ୍ ହେବ !


ଦିନେ ତାଙ୍କ ସ୍କୁଲ୍ ର ଶିକ୍ଷୟତ୍ରୀ ଆସିଥିଲେ ଘରକୁ ପିଲାମାନେ ଲୁଚି ଲଚି ଖେଳିବାକୁ ଛାତ ଉପରକୁ ଚେସ୍ ଧରି ଯାଈଛନ୍ତି । ମୀରା ସବୁ କଥା ସାହାସର ସହ ସ୍ବାମୀଙ୍କ ଉପସ୍ଥିତିରେ ଶିକ୍ଷୟତ୍ରୀଙ୍କୁ କହିଲା ।

ଶିକ୍ଷୟତ୍ରୀ କିଛି ସମୟ ପରେ କହିଲେ ଆଜ୍ଞା ଖରାପ ଭାବିବେନି ପିଲାଙ୍କୁ ଖେଳିବା ପାଇଁ ବି ଉତ୍ସାହିତ କରନ୍ତୁ ।ସେମାନଙ୍କର ଖୁସିକୁ ଧ୍ୟାନ ନ ଦେଲେ ପିଲେ ଲୁଚି ଲୁଚି ଆଜି ଖେଳା ଖେଳି କରିବେ ଆଉ ଆସନ୍ତାକାଲି ଆଉ କିଛି ବଡ ଧରଣର କାମ କରିବେ । ଆପଣଙ୍କଠାରୁ ଦୁରରେ ରହିବାକୁ ଭଲ ପାଇବେ ।ଏସବୁ ଆପଣଙ୍କୁ ଅନେକ କଷ୍ଟ ଦେବ ଏଣୁ ସମୟ ଥାଉଣୁ ସତର୍କ ହେଲେ ଭଲ ହେବ । ଚେଷ୍ଟା କରନ୍ତୁ ଆପଣ ବି ପିଲାଙ୍କ ସହ ଖେଳିବେ ।ସେମାନେ ଆହୁରି ଅଧିକା ଖୁସି ହେବେ ।ଜୀବନରେ ଏକଲାପଣର ଅନୁଭବ କରିବେନି । ପିଲାମାନଙ୍କର ଖୁସି ଏଥର କହିଲେ ନ ସରେ । ତାଙ୍କ ବାପା ଏଥର ସାଙ୍ଗ ହୋଇ ଖେଳୁଛନ୍ତି । ଏମିତି ଖେଳ ହସ ଖୁସି ଦେଖି ମୀରାର ଗୋଟିଏ ଚିନ୍ତା ଗଲା । ଚେସ୍ ଖେଳ ଖେଳି ବହୁତ ପୁରସ୍କାର ପିଇଲେ ପିଲାମାନେ ରାଜ୍ୟରେ ଆଉ ବାହାରେ ବି । ଏଥର ବାପା ନିଜକୁ ବହୁତ ବଦଳେଇଛନ୍ତି ।ଚେସ୍ ପାଇଁ କୋଚିଙ୍ଗସେଣ୍ଟର ଖୋଲିଛନ୍ତି ।


Rate this content
Log in