Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Mahapatra

Others

3  

Sasmita Mahapatra

Others

ବର୍ଷା ତୁମେ

ବର୍ଷା ତୁମେ

1 min
6.7K


ବର୍ଷା ତୁମେ
***********
ବର୍ଷା ହେଲେ ତୁମେ କିନ୍ତୁ
ଖୁବ୍ ମନେ ପଡ଼
ହଜି ଯାଇଥିବା ମେଘର ମୂର୍ଚ୍ଛନା ପରି
ମନେ ପଡେ
ବର୍ଷା ଭିଜା କଦମ୍ବର
ମୃଦୁ ଶିହରଣ...
ପହିଲି ବର୍ଷାରେ ଭିଜି ଭିଜି
ନିଜ ପାଇଁ ସ୍ଵପ୍ନ ବୁଣୁଥିବା
ଓଦା ମାଟିର ଗନ୍ଧରେ ବିଭୋର
କୁଆଁରି ମେଘମନା
ବାଟବଣା କରୁଥିବା
ଚିତ୍ରିତ ଋତୁ ସବୁ
ପାଲଟି ଯାଏ
ବର୍ଷାଭିଜା ଅକୁହା ବେଦନା
ଅନେକ ନିରବତା ପରେ
ଲୁହ ହୋଇ ଝରିପଡେ...।
ଦେଖ ଆଜି ଆକାଶରେ
ଅସୁମାରି ଦୁଃଖର ପସରା ଧରି
ମେଘର ଫସଲ
ଲହଡି ମାରୁଛି....
ସାରା ଆକାଶର
ପରିକ୍ରମା କରି
ଅପେକ୍ଷା କରିଛି
ଜହ୍ନର ଛାଇ ତଳେ...
ମହଣ ମହଣ ଦୁଃଖକୁ
ଛାତିରେ ଜମାଟ ବାଂଧି
ନିଘୋଢ଼ ନିଦର ସ୍ଵପ୍ନ ତଳେ
କୋହ ସବୁ ଢାଳି ଦେଇ
କେଉଁ ଦୁଃଖରେ
ଝରି ଯାଉଛ ଯେ.…।
ସତେ କଣ ବନ୍ଧ୍ୟା ମାଟି ପାଇଁ
ଝରୁଥିବା
ଆକାଶର ଅଭିମାନ
ବିରହୀ ମନର ଅଶ୍ରୁ ହେଇ
ଧାର ଧାର ବର୍ଷି ଯାଉଛି..।
ମୁଁ ତ ଗୋଟାପଣେ
ଭିଜି ଯାଇଛି ଭିତରୁ ବାହାର
ଭିଜି ଯାଇଛି ତୁମ
ସ୍ମୃତିର ସ୍ଵାକ୍ଷର
ପରିଚିତ ଜହ୍ନ ଆଲୁଅରେ
ଲେଖିଥିବା ଶବ୍ଦ ସବୁ
ଓଦା ହୋଇ
ଆକ୍ତା ମାକ୍ତା  କରି ଦେଉଛି..।
ଏମିତି ବି ହେଇପାରେ
ତମ ମୋ ଭିତରେ
ହଜି ଯାଇଥିବା
ଅନୁରାଗର ବାଦଲ ସବୁ
ବର୍ଷା ହେଇ ଝରି ଯାଇପାରେ
ପାରିବତ ପୁଣିଥରେ
ଭିଜେଇ ଦିଅ ମତେ
ତୁମ ପ୍ରେମର ବର୍ଷାରେ
ମାଗିଛି ଉଧାର 
କିଛି ଖୁସିର ମୁହୂର୍ତ୍ତ
ଭିଜିବାକୁ ବର୍ଷାରେ
ଆଜି ବାର ବାର..।
                    #ସସ୍ମିତା    ମହାପାତ୍ର


Rate this content
Log in