ମନେ ପଡ଼ ତୁମେ
ମନେ ପଡ଼ ତୁମେ
କିଛି ଦିନ ହେଲା କାହିଁ
ମୋ ମନୁ ଝରିନି କବିତା ପଦେ
ତୁମେ ଗଲା ପରେ କେମିତି ବଞ୍ଚିଛି
ବୁଝିବ କି ଥରେ
ମୋ ହୃଦ ବେଦନା କେତେ
ତୁମେ ଆସିବାରେ ମୋ ଜୀବନେ
କିଛି ବୋଲି କିଛି ନାହିଁ
ତୁମେ ତୁମେ ଲାଗ
ବୋଧେ ମୁଁ ବଞ୍ଚିଛି ସେଥି ପାଇଁ
ମୋ ମନ ବଗିଚାରେ ବାସେ ତୁମରି ମହକ
ଚିହ୍ନା ଆଇନାର ଚିହ୍ନା ରୁପ ତୁମେ
ଦେଖିଲେ କାହିଁକି ଅଚିହ୍ନା ଲାଗୁଚ
ମନ ବଗିଚାର ଫୁଲ ସବୁ ଲାଗେ
ତୁମ ଗୋଲାପୀ ଓଠର ଖିଲି ଖିଲି ହସ
ମନକୁ ମୋ ଚୋରାଇ ନିଏ
ଅମାନିଆ ମନ ମାନୁ ନାହିଁ ଜମା
ମୋ ଅଖିବି ତ ସଦାଖୋଜୁଛି ତୁମକୁ
ଦେଇଥିଲ ତୁମେ କେତେ କଷ୍ଟ ଯାତନା
ବୋଧେ ସମୟଟା ଆମ
କଷ୍ଟ ଦେବା ପାଇଁ ତୁମକୁ
କରିଛି କି ଅବା ମନା!