Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Tragedy

3  

Bijay Prusty

Tragedy

ବେସୁରା ଗୀତି-୭୬୪

ବେସୁରା ଗୀତି-୭୬୪

1 min
13.6K


ବର୍ଷା ଲୋ ତୋର ନିର୍ଦ୍ଦୟ ପଣ ରେ

ଦୁନିଆଁ ହେଉଛି ଘାରି,

ବର୍ଷିବୁନି କହି ଝଡି ଲଗେଇଲୁ

ଆସିଗଲା ନଈ ବଢି ॥

ମୋ ଦୁଃଖ ପସରା ମୁଣ୍ଡରେ ଧରି ମୁଁ

ଦଦରା ନାଆରେ ବସି,

ନଈ ସୁଏ ଆଜି ଭାସି ମୁଁ ଯାଉଛି

କିଏ ବା ଅଛି ମୋ ସାଥି ॥

ବର୍ଷା ତୁ ପରା କହିଥିଲୁ ଦିନେ

ଦେବୁନି ଆଖିରେ ଲୁହ,

ଅବେଳ ରେ କିଆଁ କନ୍ଦେଇ ଦେଲୁ ଲୋ

ସତ କରି ଥରେ କହ ॥

ଜୀବନ ରେ ମୋର ସୁଖର ଫୁଆରା

ଖଞ୍ଜି ଦେବୁ ବୋଲି କହି,

ବଢନ୍ତା ନଈର ସୁଅ ମୁହେଁ ମୋତେ

କାହିଁକି ଦେଲୁ ଭସାଇ ॥

ବରଷି ଯାଉ ତୁ ଝଡି ବଢି ଆଣି,

ସୁଅ ମୁହେଁ ପତ୍ର ହୋଇ

ଭାସି ଯାଉଛି ମୁଁ କେଉଁଠି ବୁଡିବି

କିଏ ବା ପାରିବ କହି ?


Rate this content
Log in

Similar oriya poem from Tragedy