Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance Others Abstract

2  

Bijay Prusty

Romance Others Abstract

ବେସୁରା ଗୀତି-୭୬୬

ବେସୁରା ଗୀତି-୭୬୬

1 min
7.2K


ବର୍ଷା ତୁ ସିନା ଭିଯାଇଲୁ ନାହିଁ

ଆକାଶରୁ ଝରି ଝରି

ତୋର ହତାଦର ଭାଙ୍ଗେ ଯା ମନକୁ

ହୁଏ ସିଏ ହତଶିରୀ ॥

କାହା କଥା ଆଉ କହିବି କାହିଁକି

ମୁଁ ତ ନିଜେ ଭିଜିବାକୁ

ଖୋଲା ଅଗଣାରେ ବସି ଯାଇଥିଲି

ତୋ ପରଶ ପାଇବାକୁ ॥

ମୋ ପାଇଁ ନିର୍ଦ୍ଦୟ ହୋଇଲୁ ବରଷା

କାହିଁକି ଥରୁଟେ କହ

ସତେ କଣ ତୋତେ ଏତେ ଭଲ ଲାଗେ

ମୋ ଆଖିର ଭରା ଲୁହ ?

ତୁ ସିନା ବରଷା ତୋ ପ୍ରୀତି ପରଶ

ଦେଲୁ ନାହିଁ ମୋର ଦେହେ

ଦେଖି ଯାଆ ଆଜି କେମିତି ଭିଜୁଛି

ମୁଁ ଆଜି ମୋ ଆଖି ଲୁହେ ॥

ତଥାପି ପ୍ରତିକ୍ଷା କରିଛି ଲୋ ବର୍ଷା

ଅଦିନେ ବରଷି ଯିବୁ

ଭିଜାଇ ଦେବୁ ମୋ ଦେହ ମନ ପ୍ରାଣ

ଆଖି ଲୁହ ଧୋଇ ନେବୁ ॥


Rate this content
Log in

Similar oriya poem from Romance