Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjay Kumar

Comedy

3  

Sanjay Kumar

Comedy

ଭାଗ୍ୟ ହାତେ ଦୋଳି

ଭାଗ୍ୟ ହାତେ ଦୋଳି

1 min
6.9K


ରଜ ଦୋଳିର ମଜା ନେଇଥାଏ
ବାଈଚଢେଇ ଛୁଆ ।
କାଠି କୁଟାରେ ବସା କରିଥାଏ
କଷ୍ଟରେ ତା ମାଆ ॥

ରଜର ମଜା ପାଇଥାଏ
ଯେବେ ଜୋଇଁପୁଅ ଆସେ ବର ବେଶରେ ।
କନିଆର ଭାଇମାନେ ଝୁଲାଇଥାନ୍ତି
ହାତ ତିଆରି ଫାଶରେ ॥

ପୁଣି ରଜର ମଜା ନେଇଥାନ୍ତି
ହାକିମ ବାବୁଙ୍କ ଘରଣୀ ।
ଆରାମେ ବସି ଝୁଲୁଥାନ୍ତି
ପେଲୁଥାନ୍ତି ତାଙ୍କ ଚାକରାଣୀ ॥

ଆଉ ରଜର ମଜା ପାଇଥାନ୍ତି
ପ୍ରେମୀଯୁଗଳ ପାରକରେ ।
ବଡିରେ ସେପ ଆଣିବା ପାଇଁକି
ଯୁବପିଢ଼ି ଝୁଲନ୍ତି ଜିମ୍ ରେ ॥

ପୁରୁଷ ଲୋକଟି ଦୋଳି ଖେଳୁଥାଏ
ଶିରିମତିଙ୍କ କଥାରେ ।
ବାପା ମା'ଙ୍କ ପଟକୁ ଟିକେ ଢଳିଲେ
ଲଗାମ ଭିଡ଼ିଦିଅନ୍ତି ଜୋରେ ॥

ଗରିବ ଲୋକଟା ଭୁଲିନାହିଁ ରଜକୁ
ପାଇଟିକରେ,
ପଣତେ ଝୁଲାଇ ଛୁଆକୁ ।
ଚଷାଭାଇ ଭାଗ୍ୟ ଦୋଳି ଖେଳୁଥାଏ
ଅନାଇ ଅନାଇ ମଉସୁମୀକୁ


Rate this content
Log in

Similar oriya poem from Comedy