Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

3  

Abhakanta

Others

ଆଜି ମୁଁ... ଝୁରେ...

ଆଜି ମୁଁ... ଝୁରେ...

1 min
13.2K


ଆଜି ମୁଁ... ଝୁରେ...

 

ଆଭାକାନ୍ତ ମହାନ୍ତି

 

ଆଜି ମୁଁ... ଝୁରେ...

       କରିଥିଲି ଦିନେ ବିଭୋରେ ପାଥେୟ

              ଯେ' ସ୍ମୃତିକୁ ଅତୀତରେ । ୦ ।

 

ଫାଜିଲ୍ ଫଗୁଣ ବେସୁରା ବଇଁଶୀ

       ବାଇଥିଲା ମୋର ଜୀବନ ଯମୁନା ଧାରେ,

ପାଗଳୀ ସାଜିଲା ରାଇ ବିନୋଦିନୀ

       ତନୁ-ମନ ତା'ର ଭିଜାଇ ବେପଥୁ ନୀରେ;

ଯମୁନା ବହୁଛି ସେହିକାଳୁ,

ସେଦିନ ପରି ବି କୁଳୁକୁଳୁ,

ମମତାଜ ସ୍ମୃତି ରକ୍ଷା କଲି, କରି

       ତାଜା ମୋ ସ୍ମୃତି-କନ୍ଦରେ । ୧ ।

 

ନିଠୁର ସନ୍ତାନ ବନ୍ଦୀଶାଳରେ ମୁଁ

       ବନ୍ଦୀ ହୋଇଅଛି ପୁରୁଣା କଥାକୁ ହେଜି,

ବାତାୟନେ ଦେଖି ମନେପଡ଼ିଯାଏ

       ମୋ ପ୍ରିୟ ମହଲ ଅତୀତର ସ୍ମୃତିରାଜି,

କିଛି ବି ଲୋଡ଼ା ନାହିଁ ମୋର,

ଖାଲି ସେ ଅତୀତ ଦରକାର,

ବିଲୟ ଭଜିବି ମେଞ୍ଚାଏ ଭାବନା

       ଦୁଇଟୋପା ଲୁହଧାରେ । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in