ଆଖିରେ ଆଖିଏ ସ୍ବପ୍ନ
ଆଖିରେ ଆଖିଏ ସ୍ବପ୍ନ
କବିତା=୧୬
ଆଜି ଶିଶୁ ହେବ କାଲି ନାଗରିକ
ଏକଥାକୁ ଭୁଲ ନାହିଁ
ସେମାନେ ଯେ ଆମ ଦେଶ ଭବିଷ୍ୟତ
ଏକଥା ଅଜଣା ନାହିଁ ।
ଗରୀବ ଶିଶୁର ଦୁଃଖ ଯେ ଅନେକ
ପାଏ ସିଏ ନିର୍ଯାତନା
କଳ କାରଖାନା ହୋଟେଲରେ ଖଟି
ହୁଏ ସିଏ ଆନମନା ।
ପାଠ ପଢି ସିଏ ହେବ ଯେ ମଣିଷ
ଦେଖୁ ଥାଏ କେତେ ସ୍ବପ୍ନ
କାହାରି ଦୟା ଯେ ନ ଥାଏ ତା ପରେ
ଅଧୁରା ରହେ ତା ସ୍ବପ୍ନ ।
ନିଜେ ମୁଁ ଦେଖିଛି ରାସ୍ତାର କଡରେ
ବିକଳରେ ଥାନ୍ତି ଚାହିଁ
ବଡ଼ ବଡ଼ିଆଙ୍କ ଛୁଆ ଯେତେବେଳେ
ଯାଉଥାନ୍ତି ଧରି ବହି ।
ବାପା ମା ତାଙ୍କ ଗରୀବରେ ଗଣା
ପାଖରେ ନଥାଏ ପଇସା
ପେଟକୁ ମୁଠାଏ ଦାନା ଦେବା ପାଇଁ
କରୁଥାନ୍ତି ସିଏ ବେଉସା ।
ପିଲାଙ୍କୁ ଛାଡନ୍ତି ଖଣି ଖାଦାନରେ
ହୋଟେଲରେ ପର ଘରେ
ଖଟି ଖଟି ପିଲା ହୁଅନ୍ତି ନୟାନ୍ତ
ଖାଦ୍ୟ ମିଲେନି ଭଲରେ ।
ଯାହା ତାହା ମିଳେ ବାସି ଛଡା ଖାଦ୍ୟ
ଭୋକ ବିକଳରେ ଖା'ନ୍ତି
ସବୁ ଦୁଃଖ କଷ୍ଟ ମନରେ ମାରି
ଆଖିର ଲୁହକୁ ପିଅନ୍ତି ।
ପିଲାମାନ ତୁମେ ଦେଶ ଭବିଷ୍ୟତ
ଉଠାଅ ସଂକଳ୍ପ ସ୍ୱର
ନିଜ ସ୍ଵାଧୀନରେ ମଣିଷ ହୋଇ
ପରିଚିତ କର ନିଜର ।।
,*******
ଅମ୍ବିକା ସ୍ୱାଇଁ