ତମେ ଆଉ ମୁଁ
ତମେ ଆଉ ମୁଁ
ପ୍ରେମର ପ୍ରଥମ ସ୍ଫୁରଣ ଦେଖିଲି
ଯା ‘ର ଆଖିରେ ମୁହିଁ
ଯା’ ରି ଓଠରେ ପାଇଲି ଠିକଣା
ପ୍ରୀତିର ରାଗିଣୀ ମୁହିଁ
ଉଠିଥିଲା କେତେ ହୃଦୟ ସାଗରେ
ପ୍ରେମର ତରଂଗ ମୋର
ଫୁଟିଥିଲେ ଫୁଲ ମନ ଉପବନେ
ରଙ୍ଗ ନେଇ ତା ଓଠର
ମନ ମନ୍ଦିର ରେ ଖୋଜିଲି ଆସ୍ଥାନ
ତାକୁଇ ରଖିବା ପାଇଁ ହେଲେ,
ଯାଇଥିଲା ଚାଲି ଅଜଣା ମୁଲକେ
ମୋହେ , ଶୂନ୍ୟାସ୍ଥାନ ସିଏ ଦେଇ ।
#ଚେନାଏ କବିତା