Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational Others

5.0  

BISWESWAR MAJHI

Inspirational Others

ଭାଲେଣ୍ଟାଇନ୍ ହେବା

ଭାଲେଣ୍ଟାଇନ୍ ହେବା

1 min
6.7K


ଭାଲେଣ୍ଟାଇନ୍ ସପ୍ତାହ ଚାଲିଛି ଚଉଦରେ ସମାପନ

ବସନ୍ତ ରାସ ନଆସୁଣୁ ଫେବୃଆରୀରେ ତା ଆଗମନ ।

ବସନ୍ତ ରାସରେ ଜଣେ କୃଷ୍ନ ସିନା ଅଗଣିତ ଗୋପ ବାଳା

ରାଧା କୃଷ୍ନ ବୃନ୍ଦାବନରୁ ବାହାରି ପାର୍କରେ କରନ୍ତି ଲୀଳା ।

ଯେତେ ରାଧା ଏଠି ସେତିକି କହ୍ନେଇ ଗୋଲାପ ଫୁଲର ଧନୀ

ଉପହାର ଯେବେ ଦାମିକା ହୋଇବ ରସିବେ ଅଭିମାନିନୀ ।

ରୋଜ୍ ଡେ ଠାରୁ ପ୍ରପୋଜ୍ ଡେ ପୁଣି ଓଲଟା ବ୍ରେକପ୍ ଡେ

ପାଶ୍ଚାତ୍ୟ ନାଟକ ବାଜିରେ ଭଳିକି ଯୁବଶକ୍ତି ବାଟ ହୁଡେ ।

ସନ୍ଥ ଭାଲେଣ୍ଟାଇନ୍ ଜଗତକୁ ଭଲ ପାଇ ଦେଲେ ଆତ୍ମାହୁତି

ତାଙ୍କରି ନାମରେ ଭ୍ରଷ୍ଟ ହୁଅନ୍ତି ଆମ ଯୁବକ ଯୁବତୀ ।

ଭଲ ପାଇବାଟା ଶାସ୍ୱତ ସଂପଦ ନୁହେଁ ଦେହ ଆକର୍ଷଣ

ମଣିଷକୁ ଭଲ ପାଇ ନ ଶିଖିଲେ ରୋଷ ହେବେ ଶଂକର୍ଷଣ ।

ସୁଧୁରି ଯାଅହେ ଯୁବକ ଯୁବତୀ ବାଟବଣା ଭାଲେଣ୍ଟାଇନ୍

ଭୋଗବାଦ ଛାଡି ତ୍ୟାଗକୁ ବରିଲେ ହୋଇବ ସୁପରଫାଇନ୍ ।


Rate this content
Log in