ନିଆଁ ଖେଳ
ନିଆଁ ଖେଳ
ନିଆଁ ଖେଳ
ସେଦିନର ପ୍ରଥମ ଦେଖାଚାହାଁର
ଛାତ ଉପରେ କେମିତି ଯେ
ଜହ୍ନର ଜୋଛନା ବି ଏବେ
ଭୋଦୁଅ ଖରା ଭଳି ଦାଉ ଦାଉ
କାକର ବି କୁଆଁ କୁଆଁ
ଭୃଣଟିଏ ଆଜି ଦେହର ନିଆଁ ।
ଆବଦ୍ଧ ପରିଧି ଭିତରେ
ରୋପୁଥିବ ଲୁହର ବୀଜକୁ
ଲିଭିଗଲା ନିଶବ୍ଦ ଚାପାକାନ୍ଦ
ଜଠରର ନିଭୃତ ନିଳୟରେ
ଛାଇଆଲୁଅରେ ଲୁଚିଲୁଚି
ଏସନ ଜାଡରେ ଥରଥର
ବସିଗଲା ବାସନାର ଇନ୍ଧନ
ବାଧ୍ୟକରୁଛି ସଳିତାକୁ ଲିଭିବାକୁ
ବ୍ୟଭିଚାରୀ ଅନ୍ଧାର ।
ଆଉଥରେ ପାଦ ଦେବ ବୋଲି
ଶୋଇଯିବାକୁ ହେବ ଚୁପଚାପ୍
ଛାତ ତଳ ପଂଖାକୁ ଅନେଇ
ଫୁଟିବାକୁ ହିଁ ହେବ
ଶେଫାଳୀ ପରି ଝଡିଯିବାକୁ
ରାତି ଗୋଟିକରେ ସାଉଁଟିବେ
ତାରାମାନେ ସମୁଦ୍ରରେ
ଆତ୍ମହତ୍ୟା କଲାଯାଏ ଝାସ ଦେଇ ।
କବି - ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମାଦଳା