Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarada Parida

Others

3  

Sarada Parida

Others

ମନ ଦେଲେ ଥରେ

ମନ ଦେଲେ ଥରେ

1 min
13.5K


ପାରିବ ତ ଥରେ ସଖୀ

ଜହ୍ନକୁ ପଚାର

କେତେ ମୁଁ ସନ୍ତପି ଅଛି

ପ୍ରେମରେ ତୁମର ।

ଜହ୍ନ ଥିଲେ ତାରା ଥିଲେ

ସେ ନିସୁନ ରାତିରେ

ଲୁଚା ଚୋରା ପ୍ରେମ ଥିଲା

କୁମୁଦ ସାଥିରେ ।

 

ତୁମେ ନାହଁ ଏକାଥିଲି

ସ୍ମୃତି ଥିଲା ଯାହା

ଉତ୍ତପ୍ତ ନିଶ୍ଵାସ ଦ୍ରବି 

ଝୁଣୁଥିଲା ହିଆ ।

ଅଲକ୍ଷରେ ହେଲା ଯେବେ

ଆଖିପତା ଓଦା

ମନେ ହେଲା ତୁମେ ଆସି

ଦେଲ କିବା ବାଧା ?

ଲୁହ ପୋଛି ଚାହିଁଲି ମୁଁ

କେହି ତ ନଥିଲେ

ମୁଁ ଥିଲି ସ୍ମୃତି ଥିଲେ

ଜହ୍ନ ତାରା ଥିଲେ ।

ଭାବିଲି ଗୋ ସଖୀ ଆଉ

ମନ ଦେବି ନାହିଁ

ଏକା ଏକା ବସି ଆଉ

ଝୁରି ହେବି ନାହିଁ ।

ହସୁଥିଲେ ଜହ୍ନ ତାରା

ହସୁଥିଲା କଇଁ

କହୁଥିଲେ ମନ ଦେଲେ

ଆଉଫେରେ ନାହିଁ । 


Rate this content
Log in