ଦୀପାବଳୀ ଶୁଭେଚ୍ଛା
ଦୀପାବଳୀ ଶୁଭେଚ୍ଛା
1 min
370
ଦୀପଟିଏ ଜାଳି ମା’ କାଳୀଙ୍କ ପାଖେ
ଲେଖା ମୋ ଆରମ୍ଭ କଲି
ହେ ବନ୍ଧୁ ବାନ୍ଧବୀ ଘେନନ୍ତୁ ଶୁଭେଚ୍ଛା
କହୁଛି ହୃଦୟ ଖୋଲି
ଦୀପର ଜ୍ୟୋତିରେ ଦୂର ହେଇ ଯାଉ
ଜୀବନର ଅନ୍ଧକାର
ଫୁଲକିତ ମନେ ହସୁଥାଅ ତୁମେ
ଏତିକି କାମନା ମୋର
ମାଆଙ୍କର ଏଇ ଆଗମନ ଦେଖି
ଖୁସିରେ ନାଚୁଛି ଧରା
ଆକାଶ ଛାତିରେ ସଜେଇ ଦେଇଛି
ଆଣି ଯେ ବାଣ ପସରା
ଦୀପର ଜ୍ୟୋତିରେ ପ୍ରକାଶିତ ଧରା
ମାଆଙ୍କର ଆଗମନେ
ଖୁସିର ପରବ ଶୁଭ ଦୀପାବଳି
କହୁଅଛି କାନେ କାନେ
ଛୋଟ ଠାରୁ ବଡ ପାଳନ ଯେ କର
ଏଇ ଶୁଭ ଦୀପାବଳୀ
ମାଆଙ୍କ ଆଶିଷେ ଦୀପର ପ୍ରକାଶେ
ଦୁଃଖ ଶୋକ ଯାଉ ଜଳି ।
ପ୍ରେମ୍ କବି ଜଗବନ୍ଧୁ ସାହୁ
ଛଞ୍ଚାଣିଆ ପଲ୍ଲୀ ( ଗଞ୍ଜାମ )