Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pankajini Upadhaya

Others

3  

Pankajini Upadhaya

Others

ଜୀବନୀ ଶକ୍ତି

ଜୀବନୀ ଶକ୍ତି

1 min
6.5K



ପଙ୍କଜିନୀ ଉପାଧ୍ଯାୟ

ଅରଙ୍ଗାବାଦ

...........


ପ୍ରଚଣ୍ଡ

ପ୍ରବଳ ଏ

ଜୀବନୀ ଶକ୍ତି

ପ୍ରତି ଜୀବଠାରେ

ଜୀବନୀ ଶକ୍ତିର

ପ୍ରବହମାନ ଗଙ୍ଗା

ପବିତ୍ରତାର ନୀରବ ଆବାହନୀ।


ଜୀବ ଠାରେ

ଜ୍ଞାନର ଶକ୍ତି ଅପାର

ଜ୍ଞାନର ସକାରାତ୍ମକ ଦିଗ

ପ୍ରୟୋଗର ଆବଶ୍ୟକତା

ସୁଦୂର ପ୍ରସାରୀ ଜ୍ଞାନର

ମହାନତାକୁ ଉତଥାପନ

ତା'ର ବିଶ୍ଳେଷଣାତ୍ମକ ଚିନ୍ତନ

ନିଶ୍ଚିତ।


ଆନନ୍ଦ ସ୍ରୋତ

ଜନ୍ମର ଆରମ୍ଭ

କାନ୍ଦ ସାଥେ ହସ ଆଗମନ

ପ୍ରବଳ ପରାକ୍ରମୀ ସେ ସ୍ରୋତ

ଜୀବନର ଆଧାର ଏ ଆନନ୍ଦ

ଆନନ୍ଦିତ ହେବା

ଆନନ୍ଦ ଭରିବା

ଜୀବନକୁ ପ୍ରବାହିତ କରିବା

ଜୀବନୀ ଶକ୍ତିର

ପ୍ରଧାନ ଆଧାର।


ହିଂସା ଆଚରଣ

ଜୀବନୀ ଶକ୍ତିର

ପ୍ରଧାନ ପ୍ରତିବନ୍ଧକ

ବିଦ୍ବେଷଭାବ

ଘୃଣା

କଷ୍ଟ ଦେବା

ମିଥ୍ୟା

ଅଶ୍ଳୀଳ ଅପଶବ୍ଦର

ବ୍ଯବହାର

କେଉଁଠି ରହେ ?

ଏ ଜୀବନୀ ଶକ୍ତିର ପ୍ରଭାବ।


ଅନୈତିକ କାର୍ଯ୍ୟ

ଅନୈତିକ ଆଚରଣ

ପ୍ରମାଦ ଆଳସ୍ଯ

ବର୍ଜନୀୟ

ଜୀବନୀ ଶକ୍ତି ଜାଗ୍ରତ ପାଇଁ।


ସଂଗ୍ରାମ

ଜୀବନର ଅନ୍ୟ ନାମ

ସଂଗ୍ରାମ ନାହିଁ ତ

ଜୀବନ କାହିଁ ?


ସମସ୍ୟା

ବହୁମୁଖୀ ସମସ୍ୟାର

ଏକ ଗନ୍ତାଘର ଜୀବନ

ବହୁମୁଖୀ ଯୋଗ

ସାଧନା କୌଶଳ

ସମସ୍ୟାର ଚକ୍ରବ୍ଯୁହରୁ

ମୁକ୍ତିର ଆଲୋକବର୍ତ୍ତିକା।


ଶୁଦ୍ଧ ସୁବର୍ଣ୍ଣ

ଜୀବନ ହୁଏ

ଦୁଃଖ କ୍ଳେଶର

ଦାବଗ୍ନାନିରେ ଦଗ୍ଧିଭୂତ ହୋଇ

ଜୀବନୀ ଶକ୍ତିର

ପାଏ

ଦୁଲ୍ଲଭ ସୁଯୋଗ।


ବହୁମୁଖୀ ସମସ୍ୟା

ବହୁ ଘାତ ପ୍ରତିଘାତ

ବହୁ ସମସ୍ୟା

ଜୀବନକୁ ଶୁଦ୍ଧ କରେ

ପବିତ୍ରତାର ଗଙ୍ଗା ବୁହାଏ।


ହେ ଦିନକର

ହେ ପ୍ରଭାକର

ସବୁ ଜୀବନରେ

ଜୀବନୀ ଶକ୍ତିର ଆଧାର ହୁଅ

ଯେମିତି ପୂତିଗନ୍ଧମୟ ନର୍ଦ୍ଦମାରୁ

ଶୁଦ୍ଧ ଜଳକୁ

ଶୋଷି ନେଇ

ଜଳୀୟବାଷ୍ପର ରୂପ ଦିଅ

ପରେ ପହଞ୍ଚାଇ ଦିଅ

କଲ୍ୟାଣକାରୀ ବର୍ଷା ରୂପରେ।


ରେ କାଳିଆ

ଦେ'ନା ବାହୁ ପ୍ରସାରୀ

ସଜାଡି ଦେ ମନ ମାନସକୁ

ଜୀବନୀ ଶକ୍ତିକୁ

କରି ଦେ ପ୍ରଭାବଶାଳୀ

ପବିତ୍ର ପବିତ୍ର ଲାଗୁ ଏ ଜୀବନ

ଅନ୍ତର ଅନ୍ତରୁ ଖେଳୁ

ଆନନ୍ଦ ଜୁଆର

ପ୍ରୀତି ଭରା ହେଉ

ଜୀବନର ସ୍ବର।


Rate this content
Log in