ଅଶ୍ରୁପାତ
ଅଶ୍ରୁପାତ
1 min
6.8K
ନଦୀ ଧାଉଁଥାଏ ସାଗର ଆଡକୁ
ସାଗର ବି ଥାଏ ଚାହିଁ
ହେଲେ ସବୁ ନଦୀ ସାଗର ଆଡକୁ
କେବେ ବି ପାରେନି ଛୁଇଁ
ମନ ଚାହୁଁଥାଏ ଆଉ ଗୋଟେ ମନ
ମିଶି ହୋଇଯିବ ତୃପ୍ତ
ବାନ୍ଧି ଶକ୍ତ ବନ୍ଧ ରୋକଇ ଦଇବ
ଆଣି ଦିଏ ଅଶ୍ରୁପାତ
ଚିତ୍ତ ରଞ୍ଜନ ଲେଙ୍କା (କଟକ)