ବନ୍ଧୁ ପରି ବନ୍ଧୁଟିଏ
ବନ୍ଧୁ ପରି ବନ୍ଧୁଟିଏ
ଗଛ ବିନା ଏ ଜୀବନ ଅସମ୍ଭବ ଏ ଯାବତ୍,
ଆତଯାତ ଏ ଜୀବଜଗତ ତା' ଦେଇ ଆୟତ୍ତ |
ମହୋଷଧି ହେଉ ଅବା ଖାଦ୍ୟପେୟ, ଜାଳେଣି ଇନ୍ଧନ ,
ଅନାୟାସେ ଅକାତରେ ଢାଳିଦିଏ ତା' ତମାମ ଜୀବନ |
ମାଟି ତଳ ମୃଦୁ କମ୍ପନ ଅବା ତୀବ୍ର ପ୍ରଭଞ୍ଜନ,
ମରୁଡି କି ଦୁର୍ବିପାକ ହେଉ ଅବା କରାଳ ହାହାକାର
ତା ଦେଇ ପା' ସକଳ ସମାଧାନ...!!
ଗଛଟିଏ ବନ୍ଧୁ କି ଈଶ୍ୱର ;
ତାହାକି ନୁହେଁ ସହଜେ ଗୋଚର ..?
ସର୍ବଂସହା ପାଲଟିଛି ସେ, କାଟିଲେ କି ଲୁଟିଲେ |
ଘରକରଣା ଠାରୁ କଣ୍ଢେଇ ଖେଳନା ହେଉ ଅବା ରେଳ ଧାରଣା
କା' ର ବା ଜୁ ଅଛି ଫେରଇବାକୁ ତା' ପାଉଣା..?
ଆମ୍ର କୁଞ୍ଜେ କୋଇଲିର କୁହୁ ତାନ ସୁର,
ସୂଚାଏ ବସନ୍ତର ମୁହୁର୍ମୁହୁଃ ଅପୂର୍ବ ସମ୍ଭାର |
ସେ ବନ୍ଧୁ ସେ ଏକ ଭିନ୍ନ ଈଶ୍ୱର
ଅଙ୍କୁରୋଦଗମ ଠାରୁ ମହାଦ୍ରୁମ ଯାଏଁ
ହେଉ ପଛେ ଚିର ସବୁଜ ଅବା ଥୁଣ୍ଟା ବରଗଛ
ଶେଷ ପତ୍ରଟି ଝଡିଯିବାବେଳେ,
ମାଟିରେ ମାଟି ହେଉଥିବା ବେଳେ ;
ମନରେ ତା' ଦୁଃଖ କି ଅବଶୋଷ ନାହିଁ ତିଳେ |
କରେ ନାହିଁ ମାନ କି ଅଭିମାନ ,
ଏଇ ଟିକେ ତା' ନିବେଦନ ..
ବନ୍ଧୁ ହେ..!
ବେଳୁ ହୁଁ ହୁଅ ସାବଧାନ ...!
©ଅଶୋକପବି