Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalatendu Kabi

Others Inspirational Romance

2  

Lalatendu Kabi

Others Inspirational Romance

ଏବେ ତ ଆସି ଯା, ବସିଛି ମୁଁ ପଥ ଦେଖି

ଏବେ ତ ଆସି ଯା, ବସିଛି ମୁଁ ପଥ ଦେଖି

1 min
6.7K


ଏବେ ତ ଆସି ଯା, ବସିଛି ମୁଁ ପଥ ଦେଖି

 

ତୁମେ ଆସ ଚାଲି

ମୁଁ ବି ଯାଏ ବୁଲି

ଲାଗିଥିଲା ମଧୁ ଯୁତି

ଦିନ ବଦଳିଲା

ନୂଆ ସବୁ ହେଲା,

ରହିଗଲା ମଧୁ ଗୀତି |

ମନ କହେ ସାଥି,

ଚାଲ ସେ କନ୍ଦର କୋଳ

ସେହି ଛଲ୍ଲୀ ଫୁଲ୍ଲ ତୁହିନ କଜ୍ଜଳ

ସେହି କୂଳବତୀ ଜଳ |୧

ଅଛି ସେ ସମୀର,

କଳଟ କୁଟୀର,

ସେ କୁଞ୍ଜ କୁଞ୍ଜର ରାଜି;

ମନେ ତୁମ ଅଛି,

ମନେ ମୁଁ ରଖିଛି,

ମିଳନ ନ ହୁଏ ଆଜି;

ସଂସାର ଜ୍ଵାଳାରେ

ଜଳି ଜଳି ଯାଏ ଦିନ

ଲେଖେ ମୋ ଲେଖନ, ଦେଖେ ମୋ ନୟନ

ସାଥୀ ତୁମରି ଆନନ |୨

ବିତିଲା ଜୀବନ

ତନ୍ଦ୍ରା ଜାଗରଣ

ଜଳାଏ ହଜିଲା ଦିନ;

କା ଆଗେ କହିବି,

ଏ ହୃଦୟ ଖୋଲିବି

କରି କର ପ୍ରସାରଣ ?

ଏବେ ତ ଆସି ଯା,

ବସିଛି ମୁଁ ପଥ ଦେଖି;

ଦୁଃଖ ଯାଉ ମରି; ଜୀବ ସରି ସରି

ଆହୁରି ରହିଛି ବାକି |୩


Rate this content
Log in