Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarada Parida

Others

3  

Sarada Parida

Others

ଲଙ୍ଗଳା ନା ନଙ୍ଗଳା

ଲଙ୍ଗଳା ନା ନଙ୍ଗଳା

1 min
7.0K


ଉନ୍ମୁକ୍ତ ଅବୟବକୁ ଦେଖ

ଦେଖିପାର ଉଦ୍ଧତ ଆଖିର

ରଙ୍ଗୀନ୍ ବେଲଗାମ ସ୍ଵପ୍ନ

କାୟାର ମାୟା

ଦୋଷ କାହାର

ପରିଧେୟ ନା ପରିଧାନର

ତମେ ନିର୍ଲଜ୍ଜ କହିପାର

ବେସ୍

ଭ୍ରୂକୃଟିର ଭ୍ରୂକୁଞ୍ଚନ

ହୋଇନପାରେ ପ୍ରମାଣ ପତ୍ର

ନଗ୍ନ ଏ ପ୍ରକୃତିକୁ

କେହି କ’ଣ ନିର୍ଲଜ୍ଜ କହିପାରେ

ଏ ତ ପ୍ରବୃତ୍ତିର କଥା

କେଡେ ବିଷମ ସତେ

ଏ ନଙ୍ଗଳା ମନସ୍ତତ୍ତ୍ଵ

କେଉଁଠି ନଗ୍ନତାର ଆରାଧନା

କେଉଁଠି ପର୍ଯ୍ୟବେକ୍ଷଣ

ସଦାଚାରର ହନନ

ଥୋକେ ପ୍ରଦର୍ଶନରେ ବ୍ୟସ୍ତ

ଥୋକେ ପ୍ରବର୍ତ୍ତନର କଥା କୁହନ୍ତି

ଏ ସବୁ ନଙ୍ଗଳା ହେବାର ଚିନ୍ତା

ହେ ଈଶ୍ୱର ଦେବ ତ

ଲଙ୍ଗଳା ମନଟାଏ ଦିଅ

ସେ ଲଙ୍ଗଳା ଅବୟବରେ

କେଉଁ ବଡ କଥାଟାଏ ଅଛି...


Rate this content
Log in