Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Hrushikesh Satpathy

Others

2  

Hrushikesh Satpathy

Others

ମୋ ମାଆ ମୋ ଜନନୀ

ମୋ ମାଆ ମୋ ଜନନୀ

1 min
326


ଜନନୀ ଗୋ ତୋତେ
ସମସ୍ତେ କୁହନ୍ତି
ତୁ ତାଙ୍କରି ପାଇଁ ମାଆ ।

ମୋ'ଆଖିରେ ତୁ ଯେ
ହସି ଖେଳୁଥିବା
କଉ ତୁକୀ କୁନି ଛୁଆ ।

ଅପରାହ୍ନ ବେଳା
ହେଲା ମୋ'ଜୀବନେ
ତୋ' ହସକୁ ଦେଖି ଦେଖି ।
ତୁ ପରା ମୋହର
ଗେଲ୍ହେଇ ସୁକନ୍ୟା
ମମତାର ଦୁଇ ଆଖି ।

ସମସ୍ତେ ଡାକନ୍ତି
ଉତ୍କଳ ଜନନୀ
ମୋ'ପାଇଁ ତୁ କୁନି ବୋହୁ !

ଦୁଃଖରେ ଥିଲେ ମୁଁ
ଦୁଃଖିନୀ ହେଉ ଲୋ
ଆଖି ଲୁହ ପୋଛୁଥାଉ ।

ପଣତରେ ତୋ'ର
ଅତି ଆପଣାର
ଦୃଦୟ ଘୋଡେଇ ଥାଉ ।

ହୃଦୟରେ ମୋର
ତୋ'କୁନି ପାଦର
କଉ ତୁକ ଭରିଦେଉ ।

ବନ୍ଦିନୀ ତୁହି ତ
ବନ୍ଧନରେ ମୋର
ସ୍ନେହ ଭକ୍ତି ପ୍ରେମେ ତୋର ।

ସୁକନ୍ୟା ହେଉ ଲୋ
ସେ ପାଇଁ ଜନନୀ
ସୁନ୍ଦର ଅନ୍ତର ତୋର ।

ଝିଅ ବି ଜନନୀ
ମା ବି ଜନନୀ
ଜନନୀ ଜନନୀ ଡାକି ।

ଯତନରେ ତୋତେ
ସାଇତି ଥିବି ମୁଁ
ହୃଦୟେ ମୋହର ରଖି ।


Rate this content
Log in