Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

3  

Dipti lekha Mishra

Others

ଭୋଟ ପୁରାଣ

ଭୋଟ ପୁରାଣ

2 mins
205




ଚୁନାବ ପାଠଶାଳା ପାଇଁ


କବିତା‐ଭୋଟ ପୁରାଣ


ଆସ ଆସହେ ମଉସା ମାଉସୀ

ଆସ ଆସହେ ଭାଈଭଉଣୀ

ଭୋଟ ନିୟମ ଜାଣିବା

ସଭିଙ୍କୁ ପୁଣି ଜଣାଇବା ।


ଆସ ଆସହେ ମଉସା ମାଉସୀ

ଆସ ଆସହେ ଭାଈଭଉଣୀ

ଭୋଟ ପୁରାଣ ଶୁଣିବା

ଭୋଟ ପୁରାଣ ଶୁଣାଈବା ।


ପୁଅ ହେଉ ଅବା ଝିଅକୁ

ଅଠର ବରଷ ହେଲେ ଜାଣ

ଭୋଟ ଦେବା ଆମ ଅଧିକାର

କରିବା ନାମ ପଞିକରଣ ।


ଆମ ଭାରତ ବର୍ଷରେ

ଭୋଟ ହୁଏ ପାଂଚ ବରଷରେ

ନେତା ବାଛିବେ ଆମ ଜନତା

ନିଜ ନିଜର ପସନ୍ଦରେ ।


ଭାରତର ଯୋଗ୍ୟ ନେତା ବାଛିବା

ଅଯୋଗ୍ୟଙ୍କୁ ବିତାଡିତ କରିବା

ଭୋଟ ଦେବା ସଭିଏଁ ଚାଲ

ପଛକୁ ଆଉ ଜମା ନ ବୁଲ ।


ଭୋଟ ଦେବା ସେ ନେତାକୁ

ଯିଏ କରିବ ଆମ ମାଆର ସୁରକ୍ଷା

ସେମିତି ନେତା ଆସିଲେ ଜାଣ

ରହିବେନି ଭିକାରି ମାଗିବାକୁ ଭିକ୍ଷା ।


ଜାଗରେ ଜନତା ଜାଗି ଉଠ

ଭୋଟ ଦେବା ହେବା କର୍ମଠ

ବୁଝିସୁଝି ଜନତା ଜାଗିଉଠ

ଆଉ ନ କର ଏବେ ମଠ ।।


ଆଗ ଥିଲା ଖାଲି ଈଭିଏମ୍

ଭାବୁଥିଲେ ଜନ ହେଲା କୀ ଭୂଲ

ଆସିଗଲା ଆଜ ଭିଭିପାଟ

ନ ଡରି ଏଥର ଆଗକୁ ଚାଲ ।


ତଡିବା ଏ ଦେଶରୁ ମିଛୁଆଙ୍କୁ

ଚୋର ,ଲମ୍ପଟ,ରାକ୍ଷସଙ୍କୁ

ଦେଶ ପାଈଁ ଦେବ ଯିଏ ଜୀବନ

ଭୋଟଦେବା ଆମେ ଚାଲ ତାଙ୍କୁ


ଜାତି ,ଧର୍ମ ,ବର୍ଣ୍ଣର ଭେଦ

ନାହିଁ ତ ଭୋଟ ଦେବାରେ

ଏକଥା ଜାଣ ହେ ଜନତା

ଭୋଟକୁ ହେଳା ନ କର ।


ପରୋକ୍ଷରେ ଯିଏ ଶୋଷଣ କରେ

ଆମରି ଭାରତ ମାତାଙ୍କୁ

ଭୋଟ ଦେଈ ଚେତେଇଦେବା

ସେ ଭଳିଆ ମୂର୍ଖଗଣଙ୍କୁ ।


ଆମ ଗଣତନ୍ର ଭାରି ବଢିଆ

ହେ ଆମ ପ୍ରିୟ ମତଦାତା

ମତଦାନ ଦେବାକୁ ନକର କୁଣ୍ଠା

ନ ହେଲେ ବଢିବେ କୁରାଜନୀତିଆ ।


ଯେତେ କାମ ପଛେ ଥାଉ ଆମର

ଭୋଟ ଦେବା ହେଉଛି ଅଧିକାର

ଯେତୂ ଅଛେ ଆମେ ଭୋଟର

ନେବାନି ଲାଂଚ ଉପହାର ।


ଗୋଟିଏ ଭୋଟର ବାଦ୍ ନ ହୁଅ

ଭାରତମାତାଙ୍କୁ ଦିଅ ପରିଚୟ

ଶାସନଶୈଳୀ ନ ହେଉ ମନ୍ଦ

ଭୋଟ ଦିଅ ହୋଈ ନିର୍ଭୟ ॥


ଆମେ ଆମ ଦେଶର ଭାଗ୍ୟବିଧାତା

ଦିଅ ମତଦାନ ହେ ମତଦାତା

ଦେଶ ସୁଧୁରିଲା ବୋଲି ଜାଣିବ

ଶହେରୁ ଶହେ ଯେବେ ଦେବା ମତ ।


ମଦ,ଟଙ୍କା ଯିଏ ବାଣ୍ଟିବ

ତାକୁ ଭୋଟ କେବେ ନ ଦେବ

ରୋଜଗାରକ୍ଷମ ଯିଏ କରିବ

ତାଙ୍କୁ ଭଲ ନେତା ମାନିନେବ ॥


ଜୀବନର ଏଇ ସାରକଥା

ଜମାରୁ ଭୂଲିବା ନାଈଁ

ଜୀବ ଥିବା ଯାଏଁ ଭୋଟ ଦେବା

ଏ କଥା ପାଶୋରିବ ନାହିଁ ।


ସରିବନି ଭୋଟ ପୁରାଣ

ରଖିଲି ଏଠାରେ କ୍ରମଶଃ

ଆଗକୁ କେତେ ଜାଣିବ

ହେବ ନାହିଁ ତୁମେ ନିରାଶ ॥


ଈଦଂ ଭୋଟପୁରାଣଂ ସମାପ୍ତଂ॥


🙏🏻ଦିପ୍ତୀଲେଖା ମିଶ୍ର🙏🏻


Rate this content
Log in