Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ଭାରତ ବିଭବ

ଭାରତ ବିଭବ

1 min
6.7K


ବିବିଧତା ମଧ୍ୟେ ଏକତା ବିରାଜେ

ଭାରତ ଦେଶ ବିଭବ

କେତେ ଜାତି ନାମ ଧରମ କରମ

ସଭିଙ୍କ ଗୋଟିଏ ଭାବ।


ରବୀଂଦ୍ର ସଂଗୀତ ବଂକିମ ସାହିତ୍ୟ

ବଂଗଳାର ବଇଭବ

ଉତ୍କଳେ ବିଖ୍ୟାତ ଛଉ ଓଡିଶୀତ

ସମ୍ବଲପୁରର ବାଂଧ ।


ପୂରୀ କୋଣାରକ ଚାରୁ କଳା ଟେକ

ଜ୍ୟୋତିର୍ଲିଂଗ ଲିଂଗରାଜ

ଜଗତର ନାଥ ସ୍ୱୟଂ ଜଗନ୍ନାଥ

ବିଜେ କି କଥାକୁ ହେଜ ।


ଶ୍ରମ ଅକାତର ତୈଲଂଗ ମଣ୍ଡଳ

ଶୀରି ଯା ବଂଗ ସାଗର

ଭାରତ ନାଟ୍ୟମ୍ କଥାକଳି କାମ

କୁଚିପୁଡି ଦକ୍ଷିଣର ।


କର୍ଣାଟକ ବୀର ଟିପୁ ସୁଲତାନ୍

ମରାଠା ସୁର ଶୀବାଜୀ

ଗୁଜରାଟ ସ୍ମର ପଟେଲ୍ ସର୍ଦାର

ମହାତ୍ମା ଯହିଁ ବିରାଜି ।


ଖଜୁରାହୋ ମଧ୍ୟ ଉତ୍ତରରେ ତାଜ-

ମହଲ ଯା ସରତାଜ

ନାଳନ୍ଦା ମଗଧ ସାଂଚିର ସଉଧ

ଧର୍ମାଶୋକର ରାଇଜ ।


କୁତୁବ ମିନାର୍ ଲାଲକିଲ୍ଲା ସାର

ଦିଲ୍ଲୀ ଦିଲ୍ ବାଲାର

ପଂଜାବ କେଶରୀ ହରିୟାଣା ଶିରୀ

କ୍ଷେତ ସବୁଜ ସୁନ୍ଦର ।


ପୂର୍ବୋତ୍ତର ସୋନି ସପତ ଭଗିନୀ

ହିମଗିରି ଯହିଁ ରାଜେ

ଭୂସ୍ୱର୍ଗ କାଶ୍ମିର ଡାଲ୍ ଉଲାର

ମୁକୁଟ ସମ ବିରାଜେ ।


ପଂଚଶୀଳ ନୀତି ଅହିଂସା ବିଭୁତି

ଶୂନ୍ୟ କୁ ଦେଇ ଜନମ

ବୀଜଗଣିତର ବୀଜକୁ ସୁମର

କପାଳ ନହେବ ବାମ ।


କମନ ୱେଲଥ ବ୍ରିଟ୍ ସାର୍କ ପଂଥ

ସବୁଠି ଗରିମା ଯା'ର

ନାସା ବୈଗ୍ୟାନିକ ଏକକୁ ଆରେକ

କି ଗୁଣ ବର୍ଣିବା ତା'ର ।


ବିଶ୍ୱ ଶକ୍ତି ଉଭା ଦେଖି ଚୀନ୍ କିବା

ପଡୋଶୀର ହାତ ଧରେ

ଭିଟୋ ପାଇଯିବ ପରାଭବ ଦେବ

ନିଦ ହଜିଯାଏ ଡରେ ।


ଦେବ ଭୂମି ଧୁଳି ମାଥେ ହେବା ବୋଳି

ଉଚ୍ଚ ହିମଗିରି ପରି

ଉତିଷ୍ଠ ଜାଗ୍ରତ ସ୍ୱାମୀଜୀଙ୍କ ଗୀତ

ଗାଅ ଉନ୍ମାଦନା ଭରି ।



Rate this content
Log in