Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା- ୪୬

ଜୀବନ ଗୀତା- ୪୬

1 min
6.8K


ଜୀବନ ଗୀତା- ୪୬
 
ଜୀବନ ଯନ୍ତ୍ରଣାଠାରୁ କି ନିଷ୍କୃତି
ମିଳିଛି କେବେ
କରମ ପଥରେ ବାଧା ତ ଅନେକ
ଭୋଗନ୍ତି ସର୍ବେ ॥୦॥
 
ଦେଶଭକ୍ତି ଫଳ ମିଳିଲା ଗାନ୍ଧୀଙ୍କୁ ଗୁଳିରେ
ମାନବ ପ୍ରୀତିରୁ ଚଢିଲେ ଯୀଶୁ ତ ଶୂଳିରେ
ହେଉ ଦେଶଭକ୍ତି କି ମାନବ ପ୍ରୀତି
ତ୍ୟାଗ ତିତିକ୍ଷାର ବିନା ସଫଳତା
ମିଳେନା କେବେ ॥୧॥
 
ଜାତି ପାଇଁ ଧର୍ମପଦ ବରିନେଲା ମରଣ
ଦେଶ ପାଇଁ ବାଜିଆ ତ ଦେଇଥିଲା ଜୀବନ
ହେଉ ଜାତିପ୍ରୀତି କିବା ଦେଶପ୍ରୀତି
କର୍ମ କର୍ତ୍ତବ୍ୟର ବିନା ସଫଳ କି
ହୋଇଛି କେବେ ॥୨॥


Rate this content
Log in