Audio

Forum

Read

Contests

Language


Write

Sign in
Wohoo!,
Dear user,
ବଦଳେଇଦବୁ ଏ ଓଡ଼ିଆ ପୁଅ
ବଦଳେଇଦବୁ ଏ ଓଡ଼ିଆ ପୁଅ
★★★★★

© Parshuram Biswal

Others

1 Minutes   6.3K    2


Content Ranking

ବଦଳେଇଦବୁ ଏ ଓଡ଼ିଆ ପୁଅ

 

ପର୍ଶୁରାମ ବିଶ୍ୱାଳ

 

ବୁଲିବୁ କି ଥରେ ଓଡ଼ିଶା ଦାଣ୍ଡରେ ଚଢ଼ି ନନ୍ଦିଘୋଷ ତୋର

କିମିତି ବଞ୍ଚିଛି ତୋ ଓଡ଼ିଆ ପୁଅ ଦେଖିବୁ କଳାଠାକୁର

ଭୁଲ ବାଟରେ ସଭିଏଁ ଚାଲନ୍ତି

ନାହିଁ ସମାଜ-ସଂସ୍କାର ।

 

ବଞ୍ଚିଥିବା ବେଳେ ହତାଦର କରେ ପୁଅ ତା’ର ବାପମାଆ

ତାଙ୍କ ମଲା କାମେ ବଢ଼ାଏ ଖରଚ, ବଢ଼େଇବାକୁ ତା ନାଆଁ

ଇଏ କିବା କଥା କୁହ ମହାପ୍ରଭୁ

ତୁ ନିଜେ ବିଚାର କର ।

 

ଭସାଣିରେ ମଦବନ୍ୟାଟି ବହୁଚି, ନାଆଁକୁ ଠାକୁରପୂଜା

ଭକତିଭାବଟି ରହିଅଛି ଦୂରେ, ଖାଲି ନାଚ-ଗୀତ-ବାଜା

କେ’ ବିଦେଶୀ ଆସି ଦେଖିଲେ ଓଡ଼ିଶା

ଗରିବ କହିବା ଡର ।

 

ଘରେ ତେଲ ଲୁଣ ନଥାଉ ପଛକେ, ଛକରେ ଦେଖିବୁ ଭିଡ଼

ଜମିବାଡ଼ି ବିକା, ଧାଆର କରଜେ ପକାଏ ସେ ନିତି ବୁଡ଼

ତଥାପି ତୋ ପୁଅ ଜାବୁଡ଼ି ଧରିଚି

ଶୁଖିଲା ସେ ଆଡ଼ମ୍ବର ।

 

କୁସଂସ୍କାର ଆଉ ଭୁଲ ଚଳଣି ସେଇ ଯେ ଅନ୍ଧବିଶ୍ୱାସ

ରାଜୁତି ଯେମିତି କରିଚିରେ ଜଗା ଦିନେ ହେଇଯିବ ଶେଷ

ବଦଳେଇଦବୁ ଏ ଓଡ଼ିଆ ପୁଅ

ଏତିକି ମିନତି ମୋର ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****

ବଦଳେଇଦବୁ ଏ ଓଡ଼ିଆ ପୁଅ

Rate the content


Originality
Flow
Language
Cover design

Comments

Post


Some text some message..