ରସ ରହସ୍ଯ
ରସ ରହସ୍ଯ
ରସ ରହସ୍ୟ
ନିଜ ଭୁଜ ଛନ୍ଦେ କରି ବନ୍ଧନ
ଆପଣା ଶରୀରକୁ ଆଲିଙ୍ଗନ
ପାରିବୁ କି କରି ରେ ବାପଧନ
ବିତି ସରିଯିବ ତୋ ଯଉବନ
ଦେଖିଲା ଲୋକ ଯେ ଦାନ୍ତ ଦେଖାଇବେ
ଧିକ ତୋ ରସିକ ପଣ ।
ଦେଖି କି ପାରିବୁ ନିଜ ନୟନ
କଟାକ୍ଷେ ହରିବୁ କି ନିଜ ମନ
ଆପଣା ଅଧରେ ଦେଇ ଚୁମ୍ବନ
ପୀରତି ରସ ବା କରିବୁ ପାନ
ଦେଖିଲା ଲୋକ ଯେ ଦାନ୍ତ ଦେଖାଇବେ
ଧିକ ତୋ ରସିକ ପଣ ।
ଜାନୁପରେ ଥୋଇ ନିଜ ମଥାନ
ରସନା ଭାଷି ପ୍ରୀତି ସମ୍ଭାଷଣ
କିବା ଆଉଁସିବୁ କେଶ ରେଶମ
ଶୁଣିବୁ କି ଆଉ ପ୍ରେମ ଗୁଞନ
ଦେଖିଲା ଲୋକ ଯେ ଦାନ୍ତ ଦେଖାଇବେ
ଧିକ ତୋ ରସିକ ପଣ ।
ଛାୟା ତୁଲେ ପ୍ରୀତି ଭାବ ରଚିଣ
କାମାନଳେ ଜଳ ବିସରଜନ
ସାଥିନୀ ବିହୁନେ ଆତ୍ମରମଣ
ଦଧିଭାଣ୍ଡେ କଲେ ମନ ମନ୍ଥନ
ଦେଖିଲା ଲୋକ ଯେ ଦାନ୍ତ ଦେଖାଇବେ
ଧିକ ତୋ ରସିକ ପଣ ।
ଭୂମିର ଗନ୍ଧକୁ କରି ଧାରଣ
ସବୁଜ କ୍ଷେତରେ ବାସ ଆଘ୍ରାଣ
ବଜାଇ ମୃଦଙ୍ଗ କିରଣ ହୀନ
ବେସୁରା ବଂଶୀରେ ରଚିଲେ ସ୍ବନ
ଦେଖିଲା ଲୋକ ଯେ ଦାନ୍ତ ଦେଖାଇବେ
ଧିକ ତୋ ରସିକ ପଣ ।
କବି - ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମାଦଳା