Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Drama

5.0  

ବି. ନିରୁପମା

Drama

ହୃଦୟ କୁରୁଳେ ତୋ ଦେଖା ପାଇ

ହୃଦୟ କୁରୁଳେ ତୋ ଦେଖା ପାଇ

1 min
319


ପ୍ରିୟ ଭାଇ ମୋର ,କହ ରାଜ୍ୟ କଥା

କେମିତି ଅଛନ୍ତି ଉଆସେ ପିତା ,

ବନବାସେ ମୁହିଁ ଆସିଲା ବେଳକୁ

ଶୋକଭରେ ହାରିଥିଲେ ସେ ଚେତା ।


କେମିତି ଏବେ ତୁ ରାଇଜ ଚଳାଉ, 

ରାଜ୍ୟବାସୀଙ୍କର ଖବର କ'ଣ ?

ବନବାସ ଲାଗି ମୋ ସାଥିରେ ସେବେ

ଗୋଡ଼ାଇଥିଲେରେ ବହୁତ ଜଣ ।


ରାଜମହଲର ତଥ୍ୟ କହ ମୋତେ

ଆସିଛନ୍ତି କିବା ସାଥେ ଜନନୀ ,

ସେ ତିନି ମାତାଙ୍କୁ ଦର୍ଶନ କରିଲେ

ଧନ୍ୟ ହେବ ମୋର ନୟନ ବେନି ।


ମୋହ ଠାରୁ ତୁହି ଭିନ୍ନ ନୋହୁଁ ଆରେ

ଶୋକ ତେଜ ମୋର ଭାଇ ଭରତ ,

ପିତୃ ମାତୃ ସତ୍ୟ ପାଳନ କରିବା

ଧର୍ମ ଆମ ପରା ଜାଣେ ଜଗତ ।


ଉପହାର ସୂତ୍ରେ ରାଜ୍ୟ ଦେଇଅଛି

ହେଜକରି ତାହା କରିବୁ କାର୍ଯ୍ୟ ,

ବନବାସ ମୋର ସରିଲେ ଫେରିବି

ସେତେବେଳ ଯାଏ ରଖିବୁ ଧୈର୍ଯ୍ୟ ।


ଶତ୍ରୁଘନ କଥା ଧ୍ୟାନ ରଖିଥିବୁ

ସେ ପରା ଆମର କନିଷ୍ଠ ଭାଇ ,

ଶାନ୍ତ ହୋଇ ଏବେ କହ ତୋ ବାରତା

ହୃଦୟ କୁରୁଳେ ତୋ ଦେଖା ପାଇ ।


Rate this content
Log in